ସାଂକେତିକ ଭାଷାରେ ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ରେକର୍ଡ

The Sakala Picture
Published On

ଭୁବନେଶ୍ୱର : ପ୍ରଥମ ଥର କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନାରେ ଜଣେ ମୁକ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କର ବୟାନ (୧୬୧) ରେକର୍ଡ ସାଂକେତିକ ଭାଷା ମାଧ୍ୟମରେ କରାଯାଇଛି। ଏସ୍‍ଏସ୍‍ଇପିଡି ଅନୁମୋଦନ କ୍ରମେ ପ୍ରଶାନ୍ତ କୁମାର ପ୍ରଧାନ ରାଜକନିଆ ଥାନାକୁ ଯାଇ ମୁକ ନାବାଳିକାଙ୍କ ବୟାନ ରେକର୍ଡ କରିଛନ୍ତି। ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ କରିଥିଲା। ନାବାଳିକା କିଛି କହିପାରୁ ନ ଥିବାରୁ ଅଭିଯୁକ୍ତକୁ […]

ଭୁବନେଶ୍ୱର : ପ୍ରଥମ ଥର କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନାରେ ଜଣେ ମୁକ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କର ବୟାନ (୧୬୧) ରେକର୍ଡ ସାଂକେତିକ ଭାଷା ମାଧ୍ୟମରେ କରାଯାଇଛି। ଏସ୍‍ଏସ୍‍ଇପିଡି ଅନୁମୋଦନ କ୍ରମେ ପ୍ରଶାନ୍ତ କୁମାର ପ୍ରଧାନ ରାଜକନିଆ ଥାନାକୁ ଯାଇ ମୁକ ନାବାଳିକାଙ୍କ ବୟାନ ରେକର୍ଡ କରିଛନ୍ତି। ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ କରିଥିଲା। ନାବାଳିକା କିଛି କହିପାରୁ ନ ଥିବାରୁ ଅଭିଯୁକ୍ତକୁ ଚିହ୍ନଟ କରିବା ପୁଲିସ ପାଇଁ କାଠିକର ହୋଇଥିଲା। ଘଟଣା ସମ୍ପର୍କରେ ଜାଣି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସିଆରପିସି ୧୬୧ରେ ବୟାନ ରେକର୍ଡ କରିବା ଜରୁରୀ ହୋଇପଡ଼ିଥିଲା।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ତେଣୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧିକାରୀ ନାବାଳିକାଙ୍କ ଭାଷା ବୁଝିବା କଷ୍ଟକର ହୋଇପଡ଼ିଥିଲା। ତେଣୁ ନାବାଳିକାଙ୍କ ଭାଷା ଭୁଝିବା ପାଇଁ ଏକ୍ସପର୍ଟଙ୍କ ଆବଶ୍ୟକତା ଥିବା ଦର୍ଶାଇ ଏସ୍‍ପିଙ୍କୁ ଚିଠି କରିଥିଲେ। କେନ୍ଦ୍ରାପଡ଼ା ଏସ୍‍ପି ଏନେଇ ଜାଣିବା ପରେ ତୁରନ୍ତ ସାଇନ୍‍ ଲାଙ୍ଗୁଏଜ୍‍ ଅନୁବାଦକ ନେବା ପାଇଁ ଏସ୍‍ଏସ୍‍ଇପିଡି ବିଭାଗକୁ ଚିଠି ଲେଖିଥିଲେ। ଏହି ଚିଠି ଆଧାରରେ ଏସ୍‍ଏସ୍‍ଇପିଡି ବିଭାଗ ପ୍ରଶାନ୍ତଙ୍କୁ ଅନୁମତି ପ୍ରଦାନ କରିଥିଲେ। ପ୍ରଶାନ୍ତ ମଙ୍ଗଳବାର ଥାନାକୁ ଯାଇ ବୟାନ ରେକର୍ଡ କରାଇଛନ୍ତି। ସୂଚନା ଅନୁସାରେ ଗତ ବର୍ଷ ଏପ୍ରିଲ ୨୦ ତାରିଖରେ ରାଜକନିକା ଥାନା ଅଞ୍ଚଳରେ ୧୩ ବର୍ଷର ନାବାଳିକା ଘର ଆଗରେ ଖେଳୁଥିଲା। ଏହି ସମୟରେ ତାଙ୍କୁ ଅଭିଯୁକ୍ତ ଟେକି ନେଇ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର