ପୁଣି କୋରୋନା ଚିନ୍ତା : କୋଭିଡ ସ୍ଥିତିର ସମୀକ୍ଷା ପରେ ମାସ୍କ ପିନ୍ଧିବା, ହାତ ଧୋଇବାକୁ ସ୍ୱାସ୍ଥ୍ୟ ସଚିବ ଦେଲେ ପରାମର୍ଶ

The Sakala Picture
Published On

ଭୁବନେଶ୍ବର : ପ୍ରାୟ ତିନି ବର୍ଷ ତଳେ ଚୀନ୍‌ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ। ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନି ଓ ଚୀନ୍‌ କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳ ଏହାକୁ ନେଇ ସତର୍କ ହୋଇଛନ୍ତି କେନ୍ଦ୍ର ସରକାରଙକ୍କ ସମେତ ସମସ୍ତ […]

ଭୁବନେଶ୍ବର : ପ୍ରାୟ ତିନି ବର୍ଷ ତଳେ ଚୀନ୍‌ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ। ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନି ଓ ଚୀନ୍‌ କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳ ଏହାକୁ ନେଇ ସତର୍କ ହୋଇଛନ୍ତି କେନ୍ଦ୍ର ସରକାରଙକ୍କ ସମେତ ସମସ୍ତ ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

କୋଭିଡ ସ୍ଥିତିକୁ ନେଇ ଗତକାଲିଠୁ କେନ୍ଦ୍ର ସରକାର ବାର୍‌ବାର୍‌ ସମୀକ୍ଷା କରୁଥିବା ବେଳେ ଆଜି ରାଜ୍ୟମାନଙ୍କ ସେମାନଙ୍କ ସ୍ଥିତି ସମୀକ୍ଷା ନେଇ କୁହାଯାଇଥିଲା। ଯାହା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଡାକିଥିଲା।ସମୀକ୍ଷାରେ ସ୍ୱାସ୍ଥ୍ୟ ସଚିବ ସାଲିନି ପଣ୍ଡିତ କହିଥିଲେ, ଆମ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି । ନଭେମ୍ବରଠାରୁ ଦୈନିକ ସଂକ୍ରମଣ ମାମଲା ୧୫ରୁ କମ ରହିଛି । ରାଜ୍ୟରେ ଟେଷ୍ଟିଂ ସ୍ତର ଜାତୀୟ ତୁଳନାରେ ଅଧିକ ଅଛି । ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟିଂ ଓ ସର୍ଭିଲାନ୍ସ ଜାରି ରହିବ ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ


ବିମାନ ବନ୍ଦର ଗୁଡିକରେ ଗାଇଡଲାଇନ ଅନୁସାରେ ସର୍ଭିଲାନ୍ସ ହେବ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମକଡ୍ରିଲ କରାଯିବ । ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ମକଡ୍ରିଲ ହେବ । କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକ୍ୟୁଏନ୍ସିଂ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡକ୍ଟର ଶାଳିନୀ ପଣ୍ଡିତ । ପୂର୍ବପରି କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯିବା ସହ କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ଅପିଲ କରିଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ବୈଠକ ପରେ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ବାକି ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରିକସନ ଡୋଜ ଟିକାଦାନ ପୁଣି ଆରମ୍ଭ ପାଇଁ ଚିଠି ଲେଖାଯିବ । କଟକ ଏସସିବିରେର ଜିନୋମ ସିକ୍ବେନ୍ସିଂ ଆରମ୍ଭ ହେବ। ରାଜ୍ୟରେ ହସ୍ପିଟାଲ ଓ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତିର ସମୀକ୍ଷା ହେବ ବୋଲି ସେ କହିଛନ୍ତି। ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର, ରାଉରକେଲା ଏବଂ କଟକରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ । ଏହି ତିନି ସହରର ସମସ୍ତ ୟୁପିଏଚସି ଓ ୟୁସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା ରହିବ । ଏଗୁଡ଼ିକରେ ଉଭୟ ଆଣ୍ଟିଜେନ୍ ଓ ଆରଟି-ପିସିଆର ଟେଷ୍ଟ ବ୍ୟବସ୍ଥା ରହିବ। ଏହି ତିନି ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର