ଅଭୟଙ୍କ ପରେ କିଏ ? ନୂଆ ଡିଜିପି ପାଇଁ ୧୪ ବରିଷ୍ଠ ଆଇପିଏସଙ୍କ ନାଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର : ଏ ବର୍ଷ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ ଏହି ପଦରେ କିଏ ଅବସ୍ଥାପିତ ହେବେ, ସେ ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ପଠାଇଛନ୍ତି । ସେହି ତାଲିକାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚୂଡାନ୍ତ ଚୟନ ଲାଗି କେନ୍ଦ୍ର ଲୋକସେବା ଆୟୋଗ-ୟୁପିଏସସିକୁ ପଠାଇବ । ନଭେମ୍ବର ଶେଷ ବା ଡିସେମ୍ବର ଆରମ୍ଭରେ […]

ଭୁବନେଶ୍ବର : ଏ ବର୍ଷ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ ଏହି ପଦରେ କିଏ ଅବସ୍ଥାପିତ ହେବେ, ସେ ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ପଠାଇଛନ୍ତି । ସେହି ତାଲିକାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚୂଡାନ୍ତ ଚୟନ ଲାଗି କେନ୍ଦ୍ର ଲୋକସେବା ଆୟୋଗ-ୟୁପିଏସସିକୁ ପଠାଇବ । ନଭେମ୍ବର ଶେଷ ବା ଡିସେମ୍ବର ଆରମ୍ଭରେ ୟୁପିଏସସି ଏ ବାବଦରେ ବୈଠକ କରିବା ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ: ରାଜ୍ୟ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ବିଜେପିର ସୁରକ୍ଷା, ୧୦ ପ୍ରଶ୍ନର ଜବାବ୍ ମାଗିଲେ ବିଧାୟକ ଅରୁଣ ସାହୁ

ନୂଆ ଡିଜିପି ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ରକୁ ପଠାଯାଇଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ତାଲିକା ମଧ୍ୟରେ ୧୯୮୬ ବ୍ୟାଚ୍ ଆଇପିଏସ ଅଧିକାରୀ ପ୍ରଦୀପ କପୁର, ବି.କେ ଶର୍ମା, ୧୯୮୭ ବ୍ୟାଚ୍‌ର ସୁନୀଲ କୁମାର ବଂଶଲ, ୧୯୮୮ ବ୍ୟାଚ୍‌ର ଏମ.କେ ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ, ବିନୟାନନ୍ଦ ଝା ଓ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚ୍‌ର ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏମ.ଏ ପ୍ରସାଦ, ବି. ରାଧିକା ଓ ଏସ.ଏମ ନରୱଣେଙ୍କ ନାମ ରହିଛି । ୧୯୯୦ ବ୍ୟାଚର୍ ଆଇପିଏସ ଅଧିକାରୀ ୱାଇ. ବି ଖୁରାନିଆ, ସୁଧାଂଶୁ ଷଡଙ୍ଗୀ ଓ ଅରୁଣ କୁମାର ଷଡଙ୍ଗୀଙ୍କ ନାଁ ବି ତାଲିକାରେ ରହିଛି ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଖୋଲିଲା ଚାଉଳ ATM: ହିତାଧିକାରୀଙ୍କ ପାଇଁ ସହଜ ହେଲା ରାସନ ସାମଗ୍ରୀ ସଂଗ୍ରହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର