ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ପ୍ରେସମିଟ : ପ୍ରଶାସନର ଟାର୍ଗେଟରେ ରହିବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ଥିବା କହିଛନ୍ତି ଏସଆରସି । ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି । ପ୍ରଶାସନର ଟାର୍ଗେଟରେ ରହିବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ । ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା […]

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ଥିବା କହିଛନ୍ତି ଏସଆରସି । ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି । ପ୍ରଶାସନର ଟାର୍ଗେଟରେ ରହିବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ । ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ ୭ ଟି ଗେଟ ଖୋଲିଛନ୍ତି। ସେଠାରୁ 1 ଲକ୍ଷ 5 ହଜାର କ୍ୟୁସେକ ପାଣି ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ। ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ବୈତରଣୀରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ୩୭ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ହୀରାକୁଦରୁ ୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡି ରେ ହୋଇଛି । ଯାହାର ପ୍ରଭାବରେ ତେଲ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ ୭.୫୦ ହଜାର କ୍ୟୁସେକ ପାଣି ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବନି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

20 Aug 2022 By The Sakala

ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ପ୍ରେସମିଟ : ପ୍ରଶାସନର ଟାର୍ଗେଟରେ ରହିବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ଥିବା କହିଛନ୍ତି ଏସଆରସି । ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି । ପ୍ରଶାସନର ଟାର୍ଗେଟରେ ରହିବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ । ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ ୭ ଟି ଗେଟ ଖୋଲିଛନ୍ତି। ସେଠାରୁ 1 ଲକ୍ଷ 5 ହଜାର କ୍ୟୁସେକ ପାଣି ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ। ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ବୈତରଣୀରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ୩୭ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ହୀରାକୁଦରୁ ୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡି ରେ ହୋଇଛି । ଯାହାର ପ୍ରଭାବରେ ତେଲ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ ୭.୫୦ ହଜାର କ୍ୟୁସେକ ପାଣି ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବନି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର