ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ପକ୍ଷରୁ ବସିବ ପ୍ରସ୍ତୁତି ବୈଠକ

The Sakala Picture
Published On

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ । ଦିନ ୧୨ଟାରେ ଏସଆରସିଙ୍କ ପକ୍ଷରୁ ବସିବ ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହ କଥା ହେବେ ସ୍ୱତନ୍ତ୍ର ରିଲିଫ କମିଶନର । ୧୮ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ , ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ […]

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ । ଦିନ ୧୨ଟାରେ ଏସଆରସିଙ୍କ ପକ୍ଷରୁ ବସିବ ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହ କଥା ହେବେ ସ୍ୱତନ୍ତ୍ର ରିଲିଫ କମିଶନର । ୧୮ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ , ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଯାଇଛି । ଜିଲ୍ଲା ଜରୁରିକାଳୀନ ଅପରେସନ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସେହିପରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ସହ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖିବାକୁ ପ୍ରାଧାନ୍ୟ ଦିଆଯିବ । ସବୁ ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୨ ଜଣ ପୁରୁଷ ଓ ଜଣେ ମହିଳା ଦାୟିତ୍ୱରେ ରହିବେ । ସେମାନେ ଆଶାକର୍ମୀ ବା ଶିକ୍ଷୟିତ୍ରୀ, କନଷ୍ଟେବଳ ବା ହୋମଗାର୍ଡ ହୋଇଥିବେ । ଆସନ୍ତାକାଲି ସୁଦ୍ଧା ଏହାକୁ ପ୍ରସ୍ତୁତ ହେବା ଦରକାର ବୋଲି ଗାଇଡଲାଇନ ଜାରି ହୋଇଛି । ପକ୍କା ସ୍କୁଲ ଘର ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହୋଇପାରିବ । ସବୁ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନୀୟ ବିଡିଓ କିମ୍ବା ତହସିଲଦାରଙ୍କ ଦ୍ବାରା ଯାଞ୍ଚ ହେବ । ପାଣି, ଶୌଚାଳୟ, ଜେନେରେଟର, ଲାଇଟ୍ ମହଜୁଦ ଅଛି କି ନାହିଁ ତା’ର ତଦାରଖ କରିବେ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

05 May 2022 By The Sakala

ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ପକ୍ଷରୁ ବସିବ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ । ଦିନ ୧୨ଟାରେ ଏସଆରସିଙ୍କ ପକ୍ଷରୁ ବସିବ ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହ କଥା ହେବେ ସ୍ୱତନ୍ତ୍ର ରିଲିଫ କମିଶନର । ୧୮ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ , ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଯାଇଛି । ଜିଲ୍ଲା ଜରୁରିକାଳୀନ ଅପରେସନ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ସହ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖିବାକୁ ପ୍ରାଧାନ୍ୟ ଦିଆଯିବ । ସବୁ ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୨ ଜଣ ପୁରୁଷ ଓ ଜଣେ ମହିଳା ଦାୟିତ୍ୱରେ ରହିବେ । ସେମାନେ ଆଶାକର୍ମୀ ବା ଶିକ୍ଷୟିତ୍ରୀ, କନଷ୍ଟେବଳ ବା ହୋମଗାର୍ଡ ହୋଇଥିବେ । ଆସନ୍ତାକାଲି ସୁଦ୍ଧା ଏହାକୁ ପ୍ରସ୍ତୁତ ହେବା ଦରକାର ବୋଲି ଗାଇଡଲାଇନ ଜାରି ହୋଇଛି । ପକ୍କା ସ୍କୁଲ ଘର ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହୋଇପାରିବ । ସବୁ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନୀୟ ବିଡିଓ କିମ୍ବା ତହସିଲଦାରଙ୍କ ଦ୍ବାରା ଯାଞ୍ଚ ହେବ । ପାଣି, ଶୌଚାଳୟ, ଜେନେରେଟର, ଲାଇଟ୍ ମହଜୁଦ ଅଛି କି ନାହିଁ ତା’ର ତଦାରଖ କରିବେ ।

https://www.thesakala.in/latest-odisha-news/src-will-review-on-possible-cyclone/article-11304
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର