ଚଳିତ ବର୍ଷ ହେବ ସ୍ବତନ୍ତ୍ର ଓଜେଇଇ, ଆସନ୍ତାକାଲିଠୁ ଆବେଦନ ଆରମ୍ଭ

The Sakala Picture
Published On

ଭୁବନେଶ୍ବର : ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୩ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ । ଅଗଷ୍ଟ ୧୨ ପର୍ୟ୍ୟନ୍ତ ପରୀକ୍ଷା ଫି ଦାଖଲ କରିହେବ । ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ମୁଖ୍ୟ) ପାଇଁ ଆବେଦନ କରିନାହାନ୍ତି ବା କରିବେ ନାହିଁ, କେବଳ ସେମାନେ […]

ଭୁବନେଶ୍ବର : ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୩ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ । ଅଗଷ୍ଟ ୧୨ ପର୍ୟ୍ୟନ୍ତ ପରୀକ୍ଷା ଫି ଦାଖଲ କରିହେବ । ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ମୁଖ୍ୟ) ପାଇଁ ଆବେଦନ କରିନାହାନ୍ତି ବା କରିବେ ନାହିଁ, କେବଳ ସେମାନେ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ https://ojee.nic.in/ କୁ ଯାଇ ଆବେଦନ କରିବା ସହ ଅନ୍ୟାନ୍ୟ ସବିଶେଷ ବିବରଣୀ ପ୍ରାପ୍ତ କରିପାରିବେ ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବ୍ୟାସନଗର କଲେଜରେ ବୋମାମାଡ଼: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଓ ହଷ୍ଟେଲକୁ ଟାର୍ଗେଟ, ଛାତ୍ରଛାତ୍ରୀ ଭୟଭୀତ

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

ଗତ ବର୍ଷ କୋଭିଡ୍ ମହାମାରୀ ଯୋଗୁଁ ସ୍ବତନ୍ତ୍ର ଓଜେଇଇ ଆୟୋଜନ ହୋଇପାରିନଥିଲା । ତେବେ ଏବର୍ଷ ମହାମାରୀ ସତ୍ତ୍ବେ ତାହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟ ଓଜେଇଇ କାଉନସେଲିଂପରେ ଖାଲି ପଡ଼ିଥିବା ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜର ପ୍ରଥମ ବର୍ଷ ବିଟେକ୍ ସିଟଗୁଡ଼ିକୁ ପୂରଣ କରିବାକୁ ସ୍ବତନ୍ତ୍ର ଓଜେଇଇ କରାଯାଇଥାଏ ।

ଆହୁରି ପଢ଼ନ୍ତୁ: କ୍ରସର ୟୁନିଟ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ହତ୍ୟା: ଖଣି ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର