ଆଜିଠୁ ପରିବହନ ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ: ଡବଲ୍‍ ହେଲ୍‌ମେଟ ଓ ସିଟ୍‍ ବେଲ୍‍ଟ ଯାଞ୍ଚ ହେବ କଡ଼ାକଡ଼ି

The Sakala Picture
Published On

କଟକ: ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ମଙ୍ଗଳବାରଠାରୁ ୫ଦିନ ପାଇଁ ଚାଲିବ। ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଚକିଆ ଗାଡି ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧୁ ନଥିବାରୁ ଅଧିକାଂଶ ଦୁର୍ଘଟଣାରେ ଏହା ମୃତ୍ୟୁର କାରଣ ପାଲଟୁଛି। ସହର ଭିତରେ ଗାଡି ଚାଳକ ମାନେ ହେଲମେଟ ପିନ୍ଧୁଛନ୍ତି କିନ୍ତୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଯିବା ସମୟରେ ହେଲମେଟ ପିନ୍ଧୁ ନଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୬ରୁ ୩୦ପର୍ଯ୍ୟନ୍ତ […]

କଟକ: ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ମଙ୍ଗଳବାରଠାରୁ ୫ଦିନ ପାଇଁ ଚାଲିବ। ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଚକିଆ ଗାଡି ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧୁ ନଥିବାରୁ ଅଧିକାଂଶ ଦୁର୍ଘଟଣାରେ ଏହା ମୃତ୍ୟୁର କାରଣ ପାଲଟୁଛି। ସହର ଭିତରେ ଗାଡି ଚାଳକ ମାନେ ହେଲମେଟ ପିନ୍ଧୁଛନ୍ତି କିନ୍ତୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଯିବା ସମୟରେ ହେଲମେଟ ପିନ୍ଧୁ ନଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୬ରୁ ୩୦ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ବେଳେ ୨୪୪୭୪ଜଣ ହେଲମେଟ ନପିନ୍ଧି ୬୪ଲକ୍ଷ ଜରିମାନା ଗଣିବା ସହ ୪୭୬୨ ଡିଏଲ ରଦ୍ଦ ହୋଇଥିଲା। ଏହି ଅଭିଯାନରେ ଚାରିଚକିଆ ଗାଡିରେ ଆଗରେ ବସୁଥିବା ବ୍ୟକ୍ତି ଓ ଚାଳକଙ୍କ ସିଟ୍‍ ବେଲ୍‍ଟକୁ କଡାକଡି ଯାଞ୍ଚ କରାଯିବ। ଅନେକ ସମୟରେ ଦ୍ରୁତଗତି ଓ ଓଭରଲୋଡିଂ ପାଇଁ ମଧ୍ୟ ସର୍ବାଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏଣୁ ଏହାକୁ ମଧ୍ୟ ପ୍ରତ୍ୟେକ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯାଞ୍ଚ କରାଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ବିଭାଗ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ବାଧ୍ୟତାମୂଳକ, ଧାର୍ଯ୍ୟ ହେଲା ଦର ସୀମା

ହେଲମେଟ ଓ ସିଟ ବେଲ୍ଟ ଯାଞ୍ଚ ଆସନ୍ତାକାଲି ଓ ୧୪ତାରିଖ ଦୁଇଦିନ ସକାଳ ୯ରୁ ୧୨ଟା ଓ ସଂଧ୍ୟା ୬ଟାରୁ ରାତି ୧୦ଟା ମଧ୍ୟରେ ହେବା ପାଇଁ ଧାର୍ଯ୍ୟ ହୋଇଛି। ସେହିପରି ସ୍କୁଲ ବସଗୁଡିକ ଯାଞ୍ଚ ଆସନ୍ତାକାଲି ଓ ୧୪ତାରିଖ ଦିନ ସକାଳ ୬ଟାରୁ ୧୦ଟା ଏବଂ ଦିନ ୩ଟାରୁ ସଂଧ୍ୟା ୬ପର୍ଯ୍ୟନ୍ତ ହେବ। ଭାରୀଯାନଗୁଡିକର ଓଭରଲୋଡିଂ ଯାଞ୍ଚ ଆସନ୍ତା ୧୬ ଓ ୧୭ ଦୁଇଦିନ ଧରି ସଂଧ୍ୟା ୬ରୁ ସକାଳ ୬ପର୍ଯ୍ୟନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲମେଟ ନଥାଇ ଗାଡି ଚଳାଉଥିଲେ କିମ୍ବା ଓଭରଲୋଡିଂ ଓ ଦ୍ରୁତଗତି ପାଇଁ ୩ମାସ ଡିଏଲ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଆରଟିଓମାନେ ଯାଞ୍ଚ ଅଭିଯାନ ପୁଲିସ ସହ ସମନ୍ୱୟ ରଖି କରିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଆରଟିଓ ଓ ଏମଭିଆଇମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇପାରିବେ। ଓଡ଼ିଶା ମୋଟରଯାନ ସଂଶୋଧିତ ଆଇନ ୨୦୧୯ଅନୁସାରେ ଗାଡି ଚାଳକ ହେଲମେଟ ପିନ୍ଧିନଥିବା କ୍ଷେତ୍ରରେ ୧ହଜାରଟଙ୍କା ଜରିମାନା ଆଦାୟ କରାଯିବ। ଯଦି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବେ ତା’ହେଲେ ସେମାନଙ୍କଠାରୁ ଏକ ହଜାର ଜରିମାନା ସହ ଚାଳକଙ୍କ ଡିଏଲ୍‌ ୩ମାସ ପାଇଁ ବାତିଲ କରାଯିବ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

13 Sep 2022 By The Sakala

ଆଜିଠୁ ପରିବହନ ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ: ଡବଲ୍‍ ହେଲ୍‌ମେଟ ଓ ସିଟ୍‍ ବେଲ୍‍ଟ ଯାଞ୍ଚ ହେବ କଡ଼ାକଡ଼ି

କଟକ: ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ମଙ୍ଗଳବାରଠାରୁ ୫ଦିନ ପାଇଁ ଚାଲିବ। ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଚକିଆ ଗାଡି ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧୁ ନଥିବାରୁ ଅଧିକାଂଶ ଦୁର୍ଘଟଣାରେ ଏହା ମୃତ୍ୟୁର କାରଣ ପାଲଟୁଛି। ସହର ଭିତରେ ଗାଡି ଚାଳକ ମାନେ ହେଲମେଟ ପିନ୍ଧୁଛନ୍ତି କିନ୍ତୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଯିବା ସମୟରେ ହେଲମେଟ ପିନ୍ଧୁ ନଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୬ରୁ ୩୦ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ବେଳେ ୨୪୪୭୪ଜଣ ହେଲମେଟ ନପିନ୍ଧି ୬୪ଲକ୍ଷ ଜରିମାନା ଗଣିବା ସହ ୪୭୬୨ ଡିଏଲ ରଦ୍ଦ ହୋଇଥିଲା। ଏହି ଅଭିଯାନରେ ଚାରିଚକିଆ ଗାଡିରେ ଆଗରେ ବସୁଥିବା ବ୍ୟକ୍ତି ଓ ଚାଳକଙ୍କ ସିଟ୍‍ ବେଲ୍‍ଟକୁ କଡାକଡି ଯାଞ୍ଚ କରାଯିବ। ଅନେକ ସମୟରେ ଦ୍ରୁତଗତି ଓ ଓଭରଲୋଡିଂ ପାଇଁ ମଧ୍ୟ ସର୍ବାଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏଣୁ ଏହାକୁ ମଧ୍ୟ ପ୍ରତ୍ୟେକ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯାଞ୍ଚ କରାଯିବ।

ହେଲମେଟ ଓ ସିଟ ବେଲ୍ଟ ଯାଞ୍ଚ ଆସନ୍ତାକାଲି ଓ ୧୪ତାରିଖ ଦୁଇଦିନ ସକାଳ ୯ରୁ ୧୨ଟା ଓ ସଂଧ୍ୟା ୬ଟାରୁ ରାତି ୧୦ଟା ମଧ୍ୟରେ ହେବା ପାଇଁ ଧାର୍ଯ୍ୟ ହୋଇଛି। ସେହିପରି ସ୍କୁଲ ବସଗୁଡିକ ଯାଞ୍ଚ ଆସନ୍ତାକାଲି ଓ ୧୪ତାରିଖ ଦିନ ସକାଳ ୬ଟାରୁ ୧୦ଟା ଏବଂ ଦିନ ୩ଟାରୁ ସଂଧ୍ୟା ୬ପର୍ଯ୍ୟନ୍ତ ହେବ। ଭାରୀଯାନଗୁଡିକର ଓଭରଲୋଡିଂ ଯାଞ୍ଚ ଆସନ୍ତା ୧୬ ଓ ୧୭ ଦୁଇଦିନ ଧରି ସଂଧ୍ୟା ୬ରୁ ସକାଳ ୬ପର୍ଯ୍ୟନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲମେଟ ନଥାଇ ଗାଡି ଚଳାଉଥିଲେ କିମ୍ବା ଓଭରଲୋଡିଂ ଓ ଦ୍ରୁତଗତି ପାଇଁ ୩ମାସ ଡିଏଲ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଆରଟିଓମାନେ ଯାଞ୍ଚ ଅଭିଯାନ ପୁଲିସ ସହ ସମନ୍ୱୟ ରଖି କରିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଆରଟିଓ ଓ ଏମଭିଆଇମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇପାରିବେ। ଓଡ଼ିଶା ମୋଟରଯାନ ସଂଶୋଧିତ ଆଇନ ୨୦୧୯ଅନୁସାରେ ଗାଡି ଚାଳକ ହେଲମେଟ ପିନ୍ଧିନଥିବା କ୍ଷେତ୍ରରେ ୧ହଜାରଟଙ୍କା ଜରିମାନା ଆଦାୟ କରାଯିବ। ଯଦି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବେ ତା’ହେଲେ ସେମାନଙ୍କଠାରୁ ଏକ ହଜାର ଜରିମାନା ସହ ଚାଳକଙ୍କ ଡିଏଲ୍‌ ୩ମାସ ପାଇଁ ବାତିଲ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର