ଏଥର ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଜୁନ ୪ତାରିଖରେ କେରଳ ଛୁଇଁବା ସମ୍ଭାବନା

The Sakala Picture
Published On

ଭୁବନେଶ୍ବର : ଏବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଳମ୍ବରେ ମୌସୁମୀ ଆସିବାକୁ ଥିଲେ ହେଁ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୁଣିଥରେ କୁହାଯାଇଛି। ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ । ଏହି କ୍ରମରେ ୨୦୨୦ ରେ ମେ” ୨୯ […]

ଭୁବନେଶ୍ବର : ଏବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଳମ୍ବରେ ମୌସୁମୀ ଆସିବାକୁ ଥିଲେ ହେଁ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୁଣିଥରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଛି ବେଦାନ୍ତ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ୫୦,୦୦୦ରୁ ଅଧିକ ଲୋକ ଉପକୃତ

ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ । ଏହି କ୍ରମରେ ୨୦୨୦ ରେ ମେ” ୨୯ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଥିବା ବେଳେ ୨୦୨୧ ରେ ଜୁନ ୩ ତାରିଖ ଓ ୨୦୨୦ ରେ ଜୁନ ୧ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ।ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଏପଟ ସେପଟ ମଧ୍ୟ ହୋଇପାରେ।” କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ଆସିଥାଏ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଜୁନ୍‌‌ ୧୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼଼ିବା ନେଇ ପାଗ ଅନୁକୂଳ ରହିଛି। ଏହା ଦ୍ୱାରା ଆସନ୍ତା ୨୦ କି ୨୨ ତାରିଖ ସୁଦ୍ଧା ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ଥିବା ବେଳେ ୨୪ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆଚ୍ଛାଦିତ କରିବାର ସମ୍ଭାବନା ରହିଛି। ସାଧାରଣ ଭାବେ ଏହି ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ ଓ ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଉଛି। ସେହିପରି ଏହାର ୯  ଦିନ ପରେ ଅର୍ଥାତ ଜୁନ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି।

ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ଗତମାସରେ ଆଇଏମଡି କହିଥିଲା ଯେ ଚଳିତ ବର୍ଷ ଏଲ ନିନୋର ପ୍ରଭାବ ପଡ଼ିପାରେ। ତଥାପି ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ।ଆଇଏମଡି କହିଛି ଯେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬% ବର୍ଷା ହେବ। ଏହାର ଅର୍ଥ ସ୍ୱାଭାବିକ ବର୍ଷା ହେବ। ୯୬%ରୁ +/- ୫ ବର୍ଷାକୁ ସ୍ୱାଭାବିକ ବର୍ଷା କୁହାଯାଏ।

ଅନ୍ୟପଟେ କେରଳ ଛୁଇଁବାର ୧୦-୧୨ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠୁ ଟିକେ ବିଳମ୍ବରେ କେରଳ ଛୁଇଁବାର ସମ୍ଭାବନା ରହିଛି, ତେଣୁ ରଜ ସୁଦ୍ଧା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି। ଅନ୍ୟପଟେ ଚଳିତ ମେ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସାଧାରଣତଃ ମୌସୁମୀ ଆସିବା ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ମୌସୁମୀ ବାୟୁ ଭିଡ଼ି ଆଣିବାରେ ସହାୟକ ହୋଇଥାଏ। ଚଳିତ ବର୍ଷ ସଠିକ ସମୟରେ ଏହି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ମେ ଶେଷ ଆଡ଼କୁ ପ୍ରାକ୍‌‌ ମୌସୁମୀ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବା ନେଇ ଆଇଏମଡି ପକ୍ଷରୁ କୁହାଯାଇଛି।

16 May 2023 By The Sakala

ଏଥର ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଜୁନ ୪ତାରିଖରେ କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ବର : ଏବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଳମ୍ବରେ ମୌସୁମୀ ଆସିବାକୁ ଥିଲେ ହେଁ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୁଣିଥରେ କୁହାଯାଇଛି।

ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ । ଏହି କ୍ରମରେ ୨୦୨୦ ରେ ମେ” ୨୯ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଥିବା ବେଳେ ୨୦୨୧ ରେ ଜୁନ ୩ ତାରିଖ ଓ ୨୦୨୦ ରେ ଜୁନ ୧ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ।ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଏପଟ ସେପଟ ମଧ୍ୟ ହୋଇପାରେ।” କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ଆସିଥାଏ।

ଜୁନ୍‌‌ ୧୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼଼ିବା ନେଇ ପାଗ ଅନୁକୂଳ ରହିଛି। ଏହା ଦ୍ୱାରା ଆସନ୍ତା ୨୦ କି ୨୨ ତାରିଖ ସୁଦ୍ଧା ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ଥିବା ବେଳେ ୨୪ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆଚ୍ଛାଦିତ କରିବାର ସମ୍ଭାବନା ରହିଛି। ସାଧାରଣ ଭାବେ ଏହି ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ ଓ ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ସମୟରେ ମୌସୁମୀ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଉଛି। ସେହିପରି ଏହାର ୯  ଦିନ ପରେ ଅର୍ଥାତ ଜୁନ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି।

ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ଗତମାସରେ ଆଇଏମଡି କହିଥିଲା ଯେ ଚଳିତ ବର୍ଷ ଏଲ ନିନୋର ପ୍ରଭାବ ପଡ଼ିପାରେ। ତଥାପି ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ।ଆଇଏମଡି କହିଛି ଯେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬% ବର୍ଷା ହେବ। ଏହାର ଅର୍ଥ ସ୍ୱାଭାବିକ ବର୍ଷା ହେବ। ୯୬%ରୁ +/- ୫ ବର୍ଷାକୁ ସ୍ୱାଭାବିକ ବର୍ଷା କୁହାଯାଏ।

ଅନ୍ୟପଟେ କେରଳ ଛୁଇଁବାର ୧୦-୧୨ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠୁ ଟିକେ ବିଳମ୍ବରେ କେରଳ ଛୁଇଁବାର ସମ୍ଭାବନା ରହିଛି, ତେଣୁ ରଜ ସୁଦ୍ଧା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି। ଅନ୍ୟପଟେ ଚଳିତ ମେ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସାଧାରଣତଃ ମୌସୁମୀ ଆସିବା ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ମୌସୁମୀ ବାୟୁ ଭିଡ଼ି ଆଣିବାରେ ସହାୟକ ହୋଇଥାଏ। ଚଳିତ ବର୍ଷ ସଠିକ ସମୟରେ ଏହି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ମେ ଶେଷ ଆଡ଼କୁ ପ୍ରାକ୍‌‌ ମୌସୁମୀ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବା ନେଇ ଆଇଏମଡି ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର