ମନୋରଞ୍ଜନ
ଓଡ଼ିଶା
ବିଜେଡିରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂୂର୍ବତନ ସଭାପତି କରମଚାନ୍ଦ ମହାନ୍ତି
ସୋନପୁର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ବିଜୁ ଜନତା ଦଳର ଆଭିମୁଖ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପୂୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ପୂର୍ବରୁ ସେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ହାରିଥିଲେ । ଏହାପରେ ବିଜେପିରେ ମିଶିଥିଲେ । ଆଜି କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ […]
ସୋନପୁର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ବିଜୁ ଜନତା ଦଳର ଆଭିମୁଖ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପୂୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ପୂର୍ବରୁ ସେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ହାରିଥିଲେ । ଏହାପରେ ବିଜେପିରେ ମିଶିଥିଲେ । ଆଜି କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି ।
ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ଭୁବନେଶ୍ବରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୋନପୁର ବିଧାୟକ ତଥା ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି । କରମଚାନ୍ଦ ମହାନ୍ତି ଦଳ ପାଇଁ ଭଲ କାମ କରିବା ସହ ତାଙ୍କର ଉପସ୍ଥିତି ସୋନପୁର ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ।






