କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ବୀଭତ୍ସ ହତ୍ୟା, ମାଆକୁ କଟୁରିରେ ହାଣି ହତ୍ୟା କରିଛି ପୁଅ

The Sakala Picture
Published On

କଟକ : ରାଜ ପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ କରାଯାଇଛି ହତ୍ୟା। କଟକ ଶ୍ରୀ ବିହାର କଲୋନୀରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଖବର ପାଇ ଘଟଣାସ୍ଥଳରରେ ପହଁଚି ତଦନ୍ତ ଆରମ୍ଭ କରିଛି ବିଡାନାସୀ ଥାନା ପୁଲିସ। ମୃତ ମହିଳାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଅକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଁଚିଛି। ସୂଚନାଅନୁସାରେ ପାରିବାରିକ […]

କଟକ : ରାଜ ପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ କରାଯାଇଛି ହତ୍ୟା। କଟକ ଶ୍ରୀ ବିହାର କଲୋନୀରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଖବର ପାଇ ଘଟଣାସ୍ଥଳରରେ ପହଁଚି ତଦନ୍ତ ଆରମ୍ଭ କରିଛି ବିଡାନାସୀ ଥାନା ପୁଲିସ। ମୃତ ମହିଳାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଅକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଁଚିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

ସୂଚନାଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ପୁଅ ଉତ୍‌କ୍ଷିପ୍ତ ହୋଇ ମାଆକୁ କଟୁରୀରେ ହାଣି ହତ୍ୟା କରିଛି ପୁଅ । ହତ୍ୟାକାଣ୍ଡ ସଂପର୍କରେ ଖବର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ଏସସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର

ଅନ୍ୟପଟେ ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ପ୍ରତିକ୍ରିୟା ଅନୁଯାୟୀ, ତାଙ୍କ ଭାଇ ମା’ଙ୍କୁ ସବୁବେଳେ ମାରଧର କରନ୍ତି। ସେଥିପାଇଁ ମା ତାଙ୍କ ପାଖରେ ରହିବାକୁ କହୁଥିଲେ। କିନ୍ତୁ ଆଜି ସକାଳେ ସେ ମା ଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଥିବା ସେ କହିଛନ୍ତି। ଏହାସହ ଭାଇ ମାନସିକ ସ୍ତରରେ ଠିକ ନ ଥିବା ସହିତ ସେ ତା ପାରିବାରିକ ଜୀବନକୁ ନେଇ ଅସ୍ଥିର ଥିବା ମଧ୍ୟ ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର