କୃଷ୍ଣପ୍ରସାଦ ବ୍ଲକ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ନୂଆପଡ଼ାସ୍ଥିତ ନାରାୟଣ ବିଦ୍ୟାପୀଠ ପରିସରରେ କୃଷ୍ଣପ୍ରସାଦ ବ୍ଲକ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ:  କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ

କୃଷ୍ଣପ୍ରସାଦ କ୍ରୀଡ଼ା ଜୋନ୍‌ର ସମ୍ପାଦକ ତଥା ସାନସୀମା ଉଚ୍ଚ ବିଦ୍ୟାଳୟର ବରିଷ୍ଠ କ୍ରୀଡ଼ା ଶିକ୍ଷକ ଅଜିତ କୁମାର ବାରିକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ନାରାୟଣ ବିଦ୍ୟାପୀଠର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ଦଳବେହେରା ଯୋଗଦେଇଥିଲେ।

ଏହି ଅବସରରେ ଗୋପୀନାଥ ଦେବ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଦୁର୍ଯ୍ୟୋଧନ ନାୟକ ଏବଂ ବ୍ରାହ୍ମଣଦେଓ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ସାମଲ, ପ୍ରକାଶ କୁମାର ସିଂହ, ଅଶୋକ କୁମାର ଜେନା, ପ୍ରମୋଦ କୁମାର ସାହୁ, ଆର୍ତ୍ତତ୍ରାଣ ପ୍ରଧାନ ଓ ପଞ୍ଚାନନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp