କ୍ୟାନସର ପିଡ଼ିତା ମା ପାଇଁ ଭିକ ମାଗୁଛି ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

The Sakala Picture
Published On

କେନ୍ଦ୍ରାପଡା: କ୍ୟାନ୍ସସର ପୀଡିତ ମାଙ୍କୁ ବଞ୍ଚାଇବାକୁ ଭିକ ମାଗୁଛି ପୁଅ । ପ୍ରତ୍ୟେକ ଦିନ ବୁଲି ବୁଲି ଭିକ ମାଗିବାକୁ ପଡୁଛି । ଗତ ୬ ମାସ ହେଲା ମାଙ୍କୁ ବଞ୍ଚାଇବାକୁ ଅକ୍ଲାନ୍ତ ଚେଷ୍ଟା କରିଆସୁଥିଲେ ମଧ୍ୟ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରିନାହାନ୍ତି। ଚିକିତ୍ସା ପାଇଁ ଭିକ ମାଗିବାକୁ ବାଧ୍ୟ ହେବାକୁ ପଡିଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ବାରଡ଼ଙ୍ଗ ପଂଚାୟତର ଭିତର ଶୋବଳା ଅଞ୍ଚଳରେ […]

କେନ୍ଦ୍ରାପଡା: କ୍ୟାନ୍ସସର ପୀଡିତ ମାଙ୍କୁ ବଞ୍ଚାଇବାକୁ ଭିକ ମାଗୁଛି ପୁଅ । ପ୍ରତ୍ୟେକ ଦିନ ବୁଲି ବୁଲି ଭିକ ମାଗିବାକୁ ପଡୁଛି । ଗତ ୬ ମାସ ହେଲା ମାଙ୍କୁ ବଞ୍ଚାଇବାକୁ ଅକ୍ଲାନ୍ତ ଚେଷ୍ଟା କରିଆସୁଥିଲେ ମଧ୍ୟ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରିନାହାନ୍ତି। ଚିକିତ୍ସା ପାଇଁ ଭିକ ମାଗିବାକୁ ବାଧ୍ୟ ହେବାକୁ ପଡିଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ବାରଡ଼ଙ୍ଗ ପଂଚାୟତର ଭିତର ଶୋବଳା ଅଞ୍ଚଳରେ ବସବାସ କରୁଥିବା ଲକ୍ଷ୍ମୀ ରାଉତଙ୍କ କ୍ଷେତ୍ରରେ ।  ପରିବାର କହିଲେ ଲଷ୍ମୀ ଆଉ ତାଙ୍କର ୧୮ ବର୍ଷର ରୋଗିଣା ପୁଅ ସିଦ୍ଧାନ୍ତ ରାଉତ ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

ସିଦ୍ଧାନ୍ତ ୮ ମାସର ହୋଇଥିବାବେଳେ ତାଙ୍କ ବାପାଙ୍କର ହାର୍ଟ ଆଟାକରେ ଦେହାନ୍ତ ହୋଇଥିଲା । ଲଷ୍ମୀ ପର ଘରେ ବୁଲି ବୁଲି ବାସନ ମାଜି ସିଦ୍ଧାନ୍ତଙ୍କୁ ବଡ଼ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା । ବଡ଼ ହୋଇ ପରିବାର ବୋଝ ନେବା ବଦଳରେ ମା’ଙ୍କ ବୋଝ ହୋଇଗଲେ ସିଦ୍ଧାନ୍ତ । ଶରୀରରେ କ୍ୟାଲସିୟମ ଅଭାବ ଯୋଗୁ ତାଙ୍କର ଡାହାଣ ହାତ ଆଉ କାମ କଲା ନାହିଁ । ତେବେ ଘରେ ବସି ରହିଲେ। ଏହାର କିଛିଦିନ ପରେ ମାଙ୍କ ପାଟିରେ ଏକ ଛୋଟ ଘା ହେଲା । ପରେ ପରେ ଘା ଟି ବଡ଼ ହେବାକୁ ଲାଗିଲା । ଅସହ୍ୟ ଯନ୍ତ୍ରଣା ହେବାରୁ ମେଡିକାଲ ଗଲେ । ଡାକ୍ତର କ୍ୟାନ୍ସର ସନ୍ଦେହ କଲେ । ଆଉ ପରୀକ୍ଷା ନିରୀକ୍ଷା ପାଇଁ ଟଙ୍କା ଆବଶ୍ୟକତା ପଡିଲା । ଗାଁରେ ଲଷ୍ମୀଙ୍କ ମାତ୍ର ଏକ ଗୁଣ୍ଠ ଜମିକୁ ବନ୍ଧକ ଦେଇ ୧୦ ହଜାର ଟଙ୍କା ନେଇ ମେଡିକାଲ ଗଲେ । ମେଡିକାଲରେ ତାଙ୍କର କ୍ୟାନ୍ସର ହୋଇଥିବା କୁହାଯାଇଥିଲା ଏବଂ ତୁରନ୍ତ ଅପରେସନ କରିବାକୁ କୁହାଗଲା । ଏଥିପାଇଁ ଟଙ୍କା ଯୋଗାଡ କରିବାକୁ କୁହାଗଲା । ହେଲେ ପାଖରେ ଟଙ୍କା ନଥିବାରୁ ଆଉ ଚିକିତ୍ସା କରିବାକୁ ଯାଇପାରୁନାହାନ୍ତି । ତେବେ ଏନେଇ ବ୍ଲକ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସହାୟତା ମାଗିଥିଲେ ମଧ୍ୟ କେହି ସହାୟତା କରିନାହାନ୍ତି। ମାଙ୍କ ଚିକିତ୍ସା କରିବା ପାଇଁ ଅନ୍ୟ କିଛି ଉପାୟ ନପାଇ ପୁଅ ସିଦ୍ଧାନ୍ତ ଭିକ୍ଷା ମାଗୁଛନ୍ତି।  ତେବେ ପ୍ରାଥମିକ ଚିକିତ୍ସା ପରେ ଅପେରସନ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ। ହେଲେ ନିଜର ରୋଗୀଣା ଦେହ ସାଙ୍ଗକୁ ମା’ର ଚିକିତ୍ସା ପାଇଁ ଟଙ୍କା କିପରି ଯୋଗାଡ କରିବ ସେହି ଚିନ୍ତାରେ ଭାଙ୍ଗି ପଡିଛି ସିଦ୍ଧାନ୍ତ।

ଆହୁରି ପଢ଼ନ୍ତୁ: ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା: ରାଜରାସ୍ତାରେ ୫୦୦ ଛାତ୍ରଛାତ୍ରୀ, ୪୯ ନଂ ଜାତୀୟ ରାଜପଥ ଅବରୋଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର