ଢେଙ୍କାନାଳର ୯୦୦ ଏକର ଜମିରେ ନିର୍ମାଣ ହେବ ସୋଲାର କମ୍ପ୍ଲେକ୍ସ, ୨୫ ହଜାର କୋଟି ପୁଞ୍ଜନିବେଶ କରିବ ୱାରୀ ଗ୍ରୁପ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ଵରରେ ଚାଲିଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ଆଜି ତୃତୀୟ ଦିନ। ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥା ନିକଟରୁ ସମୁଦାୟ ୮ ଲକ୍ଷ […]

ଭୁବନେଶ୍ବର : ଭୁବନେଶ୍ଵରରେ ଚାଲିଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ଆଜି ତୃତୀୟ ଦିନ। ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥା ନିକଟରୁ ସମୁଦାୟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନେଇ ଆଜି ଶିଳ୍ପ ସଚିବ ହେମନ୍ତ ଶର୍ମାସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ଆଜି ଫୋକସରେ ଥିଲା ଟେକ୍ସଟାଇଲ, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ସେକ୍ଟର।କେବଳ ଆଜି ଗୋଟିଏ ଦିନରେ( ଶୁକ୍ରବାର ) ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ତେବେ ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ୱାରୀ ଗ୍ରୁପ ସ୍ଥାପନ କରିବ ଏହି ସୋଲାର କମ୍ପ୍ଲେକ୍ସ । ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ କରିବ ୱାରି ଗ୍ରୁପ ।

ୱାରି ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଶ୍ରୀବାସ୍ତବ କହିଛନ୍ତି, ଚୀନ ପରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ସୋଲାର କମ୍ପ୍ଲେକ୍ସ ୱାରୀ ଗ୍ରୁପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ ହେବ। କଂପାନି ଏଥିରେ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମୋଡୁଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ଏହି ପ୍ଲାଣ୍ଟ ସ୍ଥାପନ ହେବ। ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ।

02 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର