ପୁଣିଥରେ ସର୍ବଭାରତୀୟସ୍ତରରେ ଓଡ଼ିଶା ସମ୍ମାନିତ : ମହିଳା ଓ ଶିଶୁ ବିକାଶ ବିଭାଗକୁ ‘ସ୍କଚ୍‍-୨୦୨୧’ ପୁରସ୍କାର

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ମହିଳା, ଶିଶୁ ଓ ବାଳିକାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପୁଣିଥରେ ସର୍ବଭାରତୀୟସ୍ତରରେ ଓଡ଼ିଶାକୁ ସମ୍ମାନିତ କରିଛି। ଆଜି ପୂର୍ବାହ୍ନରେ ଆୟୋଜିତ ୭୫ତମ ସ୍କଚ୍‌ ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୨ଟି ପ୍ରମୁଖ କାର୍ଯ୍ୟକ୍ରମ ‘ଘରେ ଘରେ ଅରୁଣିମା’କୁ ପ୍ଲାଟିନମ୍‍ ବର୍ଗରେ ଏବଂ ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ ‘ନିର୍ଭୟା କଢ଼ି’କୁ ସମ୍ମାନଜନକ ଗୋଲ୍ଡ ବର୍ଗରେ ସ୍କଚ୍‌-୨୦୨୧ […]

ଭୁବନେଶ୍ୱର : ରାଜ୍ୟରେ ମହିଳା, ଶିଶୁ ଓ ବାଳିକାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପୁଣିଥରେ ସର୍ବଭାରତୀୟସ୍ତରରେ ଓଡ଼ିଶାକୁ ସମ୍ମାନିତ କରିଛି। ଆଜି ପୂର୍ବାହ୍ନରେ ଆୟୋଜିତ ୭୫ତମ ସ୍କଚ୍‌ ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୨ଟି ପ୍ରମୁଖ କାର୍ଯ୍ୟକ୍ରମ ‘ଘରେ ଘରେ ଅରୁଣିମା’କୁ ପ୍ଲାଟିନମ୍‍ ବର୍ଗରେ ଏବଂ ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ ‘ନିର୍ଭୟା କଢ଼ି’କୁ ସମ୍ମାନଜନକ ଗୋଲ୍ଡ ବର୍ଗରେ ସ୍କଚ୍‌-୨୦୨୧ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଦ୍ୟ ଶୈଶବ କାର୍ଯ୍ୟକ୍ରମ ବାତ୍ସଲ୍ୟ ‘ନୋମିନେସନ’ ପର୍ଯ୍ୟାୟରେ ସେମି ଫାଇନାଲ୍‍ରେ ସ୍ଥାନୀତ ହୋଇଛି।

ଆହୁରି ପଢ଼ନ୍ତୁ: ବାହାଘରର ୨ ଦିନ ନପୁରୁଣୁ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ


ଉଦଘାଟନୀ ସମାରୋହରେ ସ୍କଚ୍ ଗ୍ରୁପର ଅଧ୍ୟକ୍ଷ ସମୀର କୋଚର ଅଧ୍ୟକ୍ଷତା କରିଥିବାବେଳେ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡ ଗୁରୁଚରଣ ଅଞ୍ଚଳ ପ୍ୟାନେଲ ପରିଚାଳନା କରିଥିଲେ। ସମାଜ କଲ୍ୟାଣ ଓ ସମନ୍ୱିତ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କହିଥିଲେ, କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀ ପରିଚାଳନାରେ କେବଳ ଓଡ଼ିଶା ସଫଳ ହୋଇନି ବରଂ ସବୁ ବର୍ଗର ଉନ୍ନତି ସହ ରାଜ୍ୟର ସାମଗ୍ରିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି। ମହିଳା ଓ ଶିଶୁ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଆନ୍ତରିକ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।


ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଆରମ୍ଭରେ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ହେଇଯିବା ଫଳରେ ପ୍ରାୟ ୧୫ ଲକ୍ଷ ଶିଶୁଙ୍କର ପ୍ରାକ୍‍ ବିଦ୍ୟାଳୟ ଶିକ୍ଷା ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ଯେଭଳି ବାଧାପ୍ରାପ୍ତ ନ ହେବ ଏହାକୁ ଦୃଷ୍ଟିରେ ରଖି ‘ଘରେ ଘରେ ଅରୁଣିମା’ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରା ଯାଇଥିଲା। ଶିଶୁମାନଙ୍କ ବିକାଶ ପାଇଁ ପ୍ରତ୍ୟେକ ମାସ ନିମନ୍ତେ ବିଷୟବସ୍ତୁ ଆଧାରିତ ଏକ ବାର୍ଷିକ କ୍ୟାଲେଣ୍ଡର୍‍ ପ୍ରସ୍ତୁତ କରାଯାଇ ଅଙ୍ଗନବାଡି କର୍ମୀମାନଙ୍କ ସହାୟତାରେ ଶିଶୁ ମାନଙ୍କ ପାଖକୁ ପଠାଯାଇଥିଲା। ଅନ୍ୟ ରାଜ୍ୟମାନଙ୍କ ଅନୁରୋଧରେ ଏହି କ୍ୟାଲେଣ୍ଡରର ଇଂରାଜି ଅନୁବାଦ କରାଯାଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୱେବ୍‍ ସାଇଟ୍‍ରେ ଉପଲବ୍ଧ କରାଯାଇଛି।


ବାଲ୍ୟ ବିବାହମୁକ୍ତ ଗ୍ରାମ ସୃଷ୍ଟି ଲକ୍ଷ୍ୟରେ ‘ନିର୍ଭୟା କଢି’ ଅଭିଯାନ ବେଶ୍‍ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲାର ୩୨୫୯ ଗ୍ରାମର ୧,୮୩,୯୩୩ ଜଣ କିଶୋରୀଙ୍କ ନିକଟରେ ଏହି ଅଭିଯାନର ବାର୍ତ୍ତା ପହଞ୍ଚି ପାରିଛି। ଜିଲ୍ଲାର ୧୦୩୨ ଗ୍ରାମ ର ୧୪୦ ଟି ୱାର୍ଡକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ୩ ବର୍ଷ ରୁ କମ୍‍ ବୟସର ଶିଶୁ ମାନଙ୍କ ମସ୍ତିଷ୍କର ବିକାଶକୁ ବିଶେଷ ଗୁରୁତ୍ୱ ଦିଆଯାଇ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇଁ ‘ବାତ୍ସଲ୍ୟ’ଯୋଜନା ଆରମ୍ଭ କରାଯାଇଛି। ଏହି ଶିଶୁ ମାନଙ୍କ ପାଇଁ କୁନି କ୍ୟାଲେଣ୍ଡର୍‍ ପ୍ରସ୍ତୁତ କରାଯାଇଛି ଓ ସୂଚନା ପୁସ୍ତିକା ରେ ଉଲ୍ଲିଖିତ ବିଭିନ୍ନ ବିଷୟ ବସ୍ତୁ ଗୁଡିକ ସମ୍ପର୍କରେ ବିଭାଗର ମାସ୍କଟ ଟିକି ମାଉସୀ ଜରିଆରେ ପିତାମାତାଙ୍କୁ ସଚେତନ କରିବା ନିମନ୍ତେ ପ୍ରୟାସ କରାଯାଉଛି। ବିଭାଗର ଏହି ଉଲ୍ଲେଖନୀୟ ସଫଳତା ପାଇଁ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ୟୁନିସେଫ୍‍, ୟୁଏନ୍‍ପିଏ ଏବଂ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp