ରୁଦ୍ର ପ୍ରତାପଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ

The Sakala Picture
Published On

ପିପିଲି : ପିପିଲି ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ନିର୍ବାଚନ ମାହୋଲ । ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ରଥୀ ମହାରଥୀ । କାରଣ ଏହି ନିର୍ବାଚନ, ମର୍ଯ୍ୟଦାର ନିର୍ବାଚନ । ଏହା ସରକାର ଗଠନ କିମ୍ବା ସରକାର ଭାଙ୍ଗି ପାରିବ ନାହିଁ, କିନ୍ତୁ ଓଡିଶାର ଜନମତର ଏକ ପ୍ରତିଫଳନ ହେବ ବୋଲି କୁହାଯାଉଛି । ପିପିଲି ଉପନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର ଚଳାଇଛନ୍ତି। କର୍ମୀଙ୍କୁ […]

ପିପିଲି : ପିପିଲି ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ନିର୍ବାଚନ ମାହୋଲ । ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ରଥୀ ମହାରଥୀ । କାରଣ ଏହି ନିର୍ବାଚନ, ମର୍ଯ୍ୟଦାର ନିର୍ବାଚନ । ଏହା ସରକାର ଗଠନ କିମ୍ବା ସରକାର ଭାଙ୍ଗି ପାରିବ ନାହିଁ, କିନ୍ତୁ ଓଡିଶାର ଜନମତର ଏକ ପ୍ରତିଫଳନ ହେବ ବୋଲି କୁହାଯାଉଛି । ପିପିଲି ଉପନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର ଚଳାଇଛନ୍ତି। କର୍ମୀଙ୍କୁ ବଳ ଦେବା ପାଇଁ ଦୁଇ ଦଳର ହେଭିୱେଟ୍‌ ନେତା ପ୍ରଚାରରେ ସାମିଲ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡରେ ପୁଅ ରୁଦ୍ର ମହାରଥୀଙ୍କ ନିର୍ବାଚନୀ କ୍ୟାମ୍ପେନ ପୂରା ଦମ୍‌ରେ ଚଲାଇଛନ୍ତି । ସମର୍ଥକଙ୍କ ଗହଣରେ ପିପିଲି ଓ ଡେଲାଙ୍ଗର ପଂଚାୟତରୁ ପଂଚାୟତ ବୁଲି  ଲୋକଙ୍କ ପାଖକୁ ଯାଇ ସରକାରଙ୍କ ସଫଳତା ବଖାଣି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

ବିଜେଡିର ଗଡରେ ବିକାଶର ଧାରାକୁ ପାଥେୟ କରି ପୁଣି ଆସନ କବଜା ଲକ୍ଷ୍ୟରେ ରହିଛି ବିଜେଡି। ରୁଦ୍ରଙ୍କ ପାଇଁ ମଇଦାନରେ ବିଜେଡିର ତୁଙ୍ଗ ନେତାମାନେ ବିଭିନ୍ନ ପଂଚାୟତରେ ବସି ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ।

ଏହାରି ମଧ୍ୟରେ ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପିପିଲି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ଘର ଘର ବୁଲି ଭାଇ ରୁନ୍ଦ୍ର ପାଇଁ ଭୋଟ ମାଗିଛନ୍ତି ଦୁହେଁ । ପିପିଲି ବାସୀଙ୍କ ସହ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ପଲ୍ଲବୀ ମହାରଥୀ ।

08 Apr 2021 By The Sakala

ରୁଦ୍ର ପ୍ରତାପଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ

ପିପିଲି : ପିପିଲି ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ନିର୍ବାଚନ ମାହୋଲ । ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ରଥୀ ମହାରଥୀ । କାରଣ ଏହି ନିର୍ବାଚନ, ମର୍ଯ୍ୟଦାର ନିର୍ବାଚନ । ଏହା ସରକାର ଗଠନ କିମ୍ବା ସରକାର ଭାଙ୍ଗି ପାରିବ ନାହିଁ, କିନ୍ତୁ ଓଡିଶାର ଜନମତର ଏକ ପ୍ରତିଫଳନ ହେବ ବୋଲି କୁହାଯାଉଛି । ପିପିଲି ଉପନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର ଚଳାଇଛନ୍ତି। କର୍ମୀଙ୍କୁ ବଳ ଦେବା ପାଇଁ ଦୁଇ ଦଳର ହେଭିୱେଟ୍‌ ନେତା ପ୍ରଚାରରେ ସାମିଲ ହେଉଛନ୍ତି।

ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡରେ ପୁଅ ରୁଦ୍ର ମହାରଥୀଙ୍କ ନିର୍ବାଚନୀ କ୍ୟାମ୍ପେନ ପୂରା ଦମ୍‌ରେ ଚଲାଇଛନ୍ତି । ସମର୍ଥକଙ୍କ ଗହଣରେ ପିପିଲି ଓ ଡେଲାଙ୍ଗର ପଂଚାୟତରୁ ପଂଚାୟତ ବୁଲି  ଲୋକଙ୍କ ପାଖକୁ ଯାଇ ସରକାରଙ୍କ ସଫଳତା ବଖାଣି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ।

ବିଜେଡିର ଗଡରେ ବିକାଶର ଧାରାକୁ ପାଥେୟ କରି ପୁଣି ଆସନ କବଜା ଲକ୍ଷ୍ୟରେ ରହିଛି ବିଜେଡି। ରୁଦ୍ରଙ୍କ ପାଇଁ ମଇଦାନରେ ବିଜେଡିର ତୁଙ୍ଗ ନେତାମାନେ ବିଭିନ୍ନ ପଂଚାୟତରେ ବସି ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ।

ଏହାରି ମଧ୍ୟରେ ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପିପିଲି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ଘର ଘର ବୁଲି ଭାଇ ରୁନ୍ଦ୍ର ପାଇଁ ଭୋଟ ମାଗିଛନ୍ତି ଦୁହେଁ । ପିପିଲି ବାସୀଙ୍କ ସହ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ପଲ୍ଲବୀ ମହାରଥୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର