୫୧୧.୧୯ କୋଟିର ୭ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋର ମଞ୍ଜୁରୀ, ନିଯୁକ୍ତି ପାଇବେ ୬ ହଜାର ୪୦୨ ଜଣ
ଭୁବନେଶ୍ୱର: ରାଜ୍ୟରେ ୭ଟି ବଡ଼ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ସୃଷ୍ଟି ହେବ ୬୦୦୦ରୁ ଉର୍ଦ୍ଧ୍ୱ ନିଯୁକ୍ତି । ଆଜି ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ମିଳିଛି । ସିଙ୍ଗଲ ୱିଣ୍ଡୋରେ ମଞ୍ଜୁରୀ ମିଳିଥିବା ୭ ଟି ପ୍ରକଳ୍ପରେ ୫୧୧ କୋଟି ଟଙ୍କା ନିବେଶ ହେବାକୁ ଯାଉଛି । ଏହା ଦ୍ୱାରା ପ୍ରାୟ ୬ ହଜାରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି […]
ଭୁବନେଶ୍ୱର: ରାଜ୍ୟରେ ୭ଟି ବଡ଼ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ସୃଷ୍ଟି ହେବ ୬୦୦୦ରୁ ଉର୍ଦ୍ଧ୍ୱ ନିଯୁକ୍ତି । ଆଜି ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ମିଳିଛି । ସିଙ୍ଗଲ ୱିଣ୍ଡୋରେ ମଞ୍ଜୁରୀ ମିଳିଥିବା ୭ ଟି ପ୍ରକଳ୍ପରେ ୫୧୧ କୋଟି ଟଙ୍କା ନିବେଶ ହେବାକୁ ଯାଉଛି । ଏହା ଦ୍ୱାରା ପ୍ରାୟ ୬ ହଜାରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି ।
ସିଙ୍ଗଲ ୱିଣ୍ଡୋରେ ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧାର ଚନ୍ଦକାରେ ଆମ୍ବାଟୁର୍ ଫାସନ ମ୍ୟାନୁଫାକଚରିଂ ୟୁନିଟ୍ ୫୧ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରିବ । ଏଥିରେ ୪ ହଜାର ୭୦୦ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ସେହିଭଳି ଖୋର୍ଦ୍ଧାର ଛତାବରରେ ୱାଇଲ୍ଡ ଲୋଟସ୍ ଫାସନ ଗାର୍ମେଣ୍ଟ ମାନୁଫ୍ୟାକଚରିଂ ୟୁନିଟ୍ ୫୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପରେ ନିଯୁକ୍ତି ପାଇବେ ୫୬୦ ଜଣ । ବାଲେଶ୍ୱରରେ ଶ୍ରୀ ବଂଶୀ ଲକ୍ଷ୍ମୀ ପ୍ରା.ଲି. ନୂଆ କ୍ରାଫ୍ଟ ପେପର ୟୁନିଟ୍ ସ୍ଥାପନ କରିବ । ଦୈନିକ ୩୦୦ ଟନ୍ ପେପର କ୍ଷମତା ବିଶିଷ୍ଟ ପେପର ୟୁନିଟ୍ ପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ ।
ବୌଦ୍ଧରେ ଆଇଓସିଏଲ୍ ପକ୍ଷରୁ ୧୦ ଏମଡବ୍ଲୁ ୱାଟର ସୋଲାର ପାୱାର ପ୍ଲାଣ୍ଟ ୫୨.୨୮ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପରେ ୬୫ ଜଣଙ୍କୁ ନିଯୁକ୍ତି ମିଳିବ । ସେହିଭଳି ଖୋର୍ଦ୍ଧାରେ ପ୍ରାଚୀ ରିସର୍ଟ ୪ ତାରକା ହୋଟେଲ ୬୩.୩୦ କୋଟି ଟଙ୍କାରେ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପରେ ୮୫ ଜଣଙ୍କୁ ନିଯୁକ୍ତି ମିଳିବ । ସମ୍ବଲପୁରରେ ସିଗମା ଟ୍ୟୁବ୍ସ ଆଣ୍ଡ ପାଇପ୍ସ ପକ୍ଷରୁ ୫୧.୯୯ କୋଟି ଟଙ୍କାରେ ଟ୍ୟୁବ୍ ଆଣ୍ଡ ପାଇପ୍ସ କାରଖାନା ହେବ । ଏଥିରେ ୬୦ ଜଣଙ୍କୁ ନିଯୁକ୍ତି ମିଳିବ । କେନ୍ଦୁଝରର ବଡ଼ବିଲରେ ପିଟିସଏଲ୍ ଇନଫ୍ରାଷ୍ଟକଚର ଲିମିଟେଡ୍ ଆଇରନ୍ ଓର୍ ବେନିଫିକେସନ୍ ପ୍ଲାଣ୍ଟର ସମ୍ପ୍ରସାରଣ ୧୨୦ କୋଟି ଟଙ୍କା ବିନିଯୋଗରେ କରିବ । ଏଥିରେ ୧୮୨ ଜଣ ନିଯୁକ୍ତି ପାଇବେ ।