ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଜଙ୍ଗଲକୁ ଦନ୍ତା ଫେରିଯିବା ପରେ ଖୋଲିଲା ଶିଖରଚଣ୍ଡୀ ପୀଠ

Madhusudan Das Picture
Published On

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିଖରଚଣ୍ଡୀ ପୀଠ । ହାତୀ ଫେରିବା ପରେ ବଣଭୋଜି କରିବାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ । ଗତ କିଛି ଦିନ ଧରି ଶିଖରଚଣ୍ଡୀ ପାହାଡ଼ ଉପରେ ଆତଙ୍କ ଖେଳାଇଥିଲେ ୨ଟି ଦନ୍ତା ହାତୀ । ପାହାଡ଼ରୁ ଜଙ୍ଗଲ ଭିତରକୁ ଦନ୍ତା ଯିବା ପରେ ମା'ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି । ପଥରଗାଡ଼ିଆ, ଶ୍ରୀବିହାର, ଗଣେଶ ବିହାର ଦେଇ ଭରତପୁର ଜଙ୍ଗଲକୁ ଫେରିଛନ୍ତି ହାତୀ । ବନ ବିଭାଗ ପକ୍ଷରୁ ସ୍ପେଶାଲ ନାଇଟ ଟ୍ରାକିଂ ଟିମ ହାତୀକୁ ଘଉଡାବାରେ ଲାଗିଥିଲେ । ହାତୀ ଘଉଡାଇବାରେ ପାଖାପାଖି ୨୭ ଜଣ ବନ କର୍ମଚାରୀ ଟିମରେ ନିୟୋଜିତ ଥିଲେ । 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ହାତୀ ଜଙ୍ଗଲକୁ ଯିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ପର୍ଯ୍ୟଟକ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଶିଖରଚଣ୍ଡୀ ପାହାଡକୁ ଯିବାକୁ ବାରଣ ଥିବାବେଳେ ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା। ଆଜି ଖୋଲିଛି ଶିଖରଚଣ୍ଡୀ ମୁଖ୍ୟ ଫାଟକ । ପର୍ଯ୍ୟଟକ ହୁଅନ୍ତୁ କିମ୍ବା ଭକ୍ତ ସମସ୍ତେ ପାହାଡ଼ ଉପରକୁ ଯାଇ ବଣଭୋଜି କରିବା ସହ ମାଆଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି l

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

29 Dec 2025 By Madhusudan Das

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଜଙ୍ଗଲକୁ ଦନ୍ତା ଫେରିଯିବା ପରେ ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିଖରଚଣ୍ଡୀ ପୀଠ । ହାତୀ ଫେରିବା ପରେ ବଣଭୋଜି କରିବାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ । ଗତ କିଛି ଦିନ ଧରି ଶିଖରଚଣ୍ଡୀ ପାହାଡ଼ ଉପରେ ଆତଙ୍କ ଖେଳାଇଥିଲେ ୨ଟି ଦନ୍ତା ହାତୀ । ପାହାଡ଼ରୁ ଜଙ୍ଗଲ ଭିତରକୁ ଦନ୍ତା ଯିବା ପରେ ମା'ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି । ପଥରଗାଡ଼ିଆ, ଶ୍ରୀବିହାର, ଗଣେଶ ବିହାର ଦେଇ ଭରତପୁର ଜଙ୍ଗଲକୁ ଫେରିଛନ୍ତି ହାତୀ । ବନ ବିଭାଗ ପକ୍ଷରୁ ସ୍ପେଶାଲ ନାଇଟ ଟ୍ରାକିଂ ଟିମ ହାତୀକୁ ଘଉଡାବାରେ ଲାଗିଥିଲେ । ହାତୀ ଘଉଡାଇବାରେ ପାଖାପାଖି ୨୭ ଜଣ ବନ କର୍ମଚାରୀ ଟିମରେ ନିୟୋଜିତ ଥିଲେ । 

ହାତୀ ଜଙ୍ଗଲକୁ ଯିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ପର୍ଯ୍ୟଟକ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଶିଖରଚଣ୍ଡୀ ପାହାଡକୁ ଯିବାକୁ ବାରଣ ଥିବାବେଳେ ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା। ଆଜି ଖୋଲିଛି ଶିଖରଚଣ୍ଡୀ ମୁଖ୍ୟ ଫାଟକ । ପର୍ଯ୍ୟଟକ ହୁଅନ୍ତୁ କିମ୍ବା ଭକ୍ତ ସମସ୍ତେ ପାହାଡ଼ ଉପରକୁ ଯାଇ ବଣଭୋଜି କରିବା ସହ ମାଆଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର