ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଶେରଗଡ଼ର ଜନସାଧାରଣ ଓ ବିଜେଡି କର୍ମୀ...

ବିକାଶ କାମରେ ସରକାରଙ୍କ ଉଦାସୀନତା ଓ ଆଇନ ଶୃଙ୍ଖଳାରେ ପକ୍ଷପାତିତା ନେଇ ଆଣିଲେ ଅଭିଯୋଗ 

Deviprasad Mohanty Picture
Published On

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକର ଜନ ସାଧାରଣ ଓ ବିଜୁ ଜନତା ଦଳର ନେତା ଏବଂ କର୍ମୀମାନେ ଆଜି ପୂର୍ବାହ୍ନରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଶେରଗଡ଼ ବ୍ଲକରେ ବିକାଶ କାମରେ ସରକାରୀ ଉଦାସୀନତା ଓ ଆଇନ ଶୃଙ୍ଖଳା ଅଧିକାରୀ ଦଳୀୟ ମନୋଭାବ ନେଇ ବିଜେଡି କର୍ମୀମାନଙ୍କୁ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ କରିଥିଲେ। ଜିଲ୍ଲା ପୁଲିସ ପ୍ରଶାସନ ଦଳୀୟ ଭିତ୍ତିରେ କାମ କରୁଥିବା ଓ ବିଜେଡି କର୍ମୀମାନଙ୍କୁ  ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

n

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସରକାରୀ ଉଦାସୀନତା ଯୋଗୁଁ  ବିକାଶ କାମ ଅଧାପନ୍ତରିଆ ପଡ଼ିଥିବା ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବା, କେତେକ ସ୍କୁଲରେ ବିଦ୍ୟୁତ ସଂଯୋଗ ଦିଆଯାଉ ନ ଥିବା  ଯୋଗୁଁ ଶିକ୍ଷଦାନରେ ଅବନତି ହେଉଥିବା ନେଇ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି  ଧାନ ସଂଗ୍ରହରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥଲେ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

a

ଡାକ୍ତରଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଶେରଗଡ଼ ବାହାରକୁ ମନଇଛା ବଦଳି କରାଯାଉ ଥିବା ଓ ଖାଲି ପଦବୀ ପୂରଣ କରା ନ ଯାଉଥିବାରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି। ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ହିତାଧିକାରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଶ୍ରୀ ପଟ୍ଟନାୟକଙ୍କ  ଦୃଷ୍ଟି ଆକର୍ଷଣ  କରିଥିଲେ।

3

ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏଭଳି ପ୍ରଶାସନିକ ଉଦାସୀନତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏ ବିଷୟରେ  ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିଲେ। ଏହି ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ସମେତ ଶେରଗଡ଼ର ବିଭିନ୍ନ ପଞ୍ଚାୟତର  ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

18 Dec 2025 By Deviprasad Mohanty

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଶେରଗଡ଼ର ଜନସାଧାରଣ ଓ ବିଜେଡି କର୍ମୀ...

ବିକାଶ କାମରେ ସରକାରଙ୍କ ଉଦାସୀନତା ଓ ଆଇନ ଶୃଙ୍ଖଳାରେ ପକ୍ଷପାତିତା ନେଇ ଆଣିଲେ ଅଭିଯୋଗ 

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକର ଜନ ସାଧାରଣ ଓ ବିଜୁ ଜନତା ଦଳର ନେତା ଏବଂ କର୍ମୀମାନେ ଆଜି ପୂର୍ବାହ୍ନରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଶେରଗଡ଼ ବ୍ଲକରେ ବିକାଶ କାମରେ ସରକାରୀ ଉଦାସୀନତା ଓ ଆଇନ ଶୃଙ୍ଖଳା ଅଧିକାରୀ ଦଳୀୟ ମନୋଭାବ ନେଇ ବିଜେଡି କର୍ମୀମାନଙ୍କୁ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ କରିଥିଲେ। ଜିଲ୍ଲା ପୁଲିସ ପ୍ରଶାସନ ଦଳୀୟ ଭିତ୍ତିରେ କାମ କରୁଥିବା ଓ ବିଜେଡି କର୍ମୀମାନଙ୍କୁ  ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ।

n

ସରକାରୀ ଉଦାସୀନତା ଯୋଗୁଁ  ବିକାଶ କାମ ଅଧାପନ୍ତରିଆ ପଡ଼ିଥିବା ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବା, କେତେକ ସ୍କୁଲରେ ବିଦ୍ୟୁତ ସଂଯୋଗ ଦିଆଯାଉ ନ ଥିବା  ଯୋଗୁଁ ଶିକ୍ଷଦାନରେ ଅବନତି ହେଉଥିବା ନେଇ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି  ଧାନ ସଂଗ୍ରହରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥଲେ।

a

ଡାକ୍ତରଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଶେରଗଡ଼ ବାହାରକୁ ମନଇଛା ବଦଳି କରାଯାଉ ଥିବା ଓ ଖାଲି ପଦବୀ ପୂରଣ କରା ନ ଯାଉଥିବାରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି। ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ହିତାଧିକାରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଶ୍ରୀ ପଟ୍ଟନାୟକଙ୍କ  ଦୃଷ୍ଟି ଆକର୍ଷଣ  କରିଥିଲେ।

3

ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏଭଳି ପ୍ରଶାସନିକ ଉଦାସୀନତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏ ବିଷୟରେ  ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିଲେ। ଏହି ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ସମେତ ଶେରଗଡ଼ର ବିଭିନ୍ନ ପଞ୍ଚାୟତର  ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/sheragada-residents-meet-naveen-patnaik-allege-police-bias-development-issues/article-43661
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର