ଟିକାକରଣ କେନ୍ଦ୍ରର ଅସମ୍ଭାଳ ଭିଡ଼ ଭିତରେ ହଜିଯାଉଛି କରୋନା କଟକଣା

The Sakala Picture
Published On

ବାଲେଶ୍ବର : ଟିକାକରଣ କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଭିଡ଼ ଭିତରେ କେନ୍ଦ୍ରଗୁଡ଼ିକରେ ରହୁନି କରୋନା କଟକଣା। ଟିକା ନେବା ଆଳରେ ଲୋକ ମହାମାରୀ କରୋନା କଥା ଭୁଲିଯାଉଛନ୍ତି। ଏମିତିକି ସେମାନଙ୍କୁ ତାଗିଦ କରିବା ପାଇଁ ମଧ୍ୟ କାହାର ଦୃଷ୍ଟି ପଡ଼ୁନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ବର ସହରର ବିଭିନ୍ନ ଟିକାକରଣ କେନ୍ଦ୍ରରେ। ବି‌ଶେଷକରି ଦ୍ବିତୀୟ ଡୋଜ୍‌ ପାଇଁ ହୋଇଥିବା କେବଳ ବାଲେଶ୍ବର ଜିଲ୍ଲା ସ୍କୁଲ ଟିକାକରଣ କେନ୍ଦ୍ରରେ ଶନିବାର ନାହିଁ ନଥିବା ଭିଡ଼ […]

ବାଲେଶ୍ବର : ଟିକାକରଣ କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଭିଡ଼ ଭିତରେ କେନ୍ଦ୍ରଗୁଡ଼ିକରେ ରହୁନି କରୋନା କଟକଣା। ଟିକା ନେବା ଆଳରେ ଲୋକ ମହାମାରୀ କରୋନା କଥା ଭୁଲିଯାଉଛନ୍ତି। ଏମିତିକି ସେମାନଙ୍କୁ ତାଗିଦ କରିବା ପାଇଁ ମଧ୍ୟ କାହାର ଦୃଷ୍ଟି ପଡ଼ୁନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ବର ସହରର ବିଭିନ୍ନ ଟିକାକରଣ କେନ୍ଦ୍ରରେ। ବି‌ଶେଷକରି ଦ୍ବିତୀୟ ଡୋଜ୍‌ ପାଇଁ ହୋଇଥିବା କେବଳ ବାଲେଶ୍ବର ଜିଲ୍ଲା ସ୍କୁଲ ଟିକାକରଣ କେନ୍ଦ୍ରରେ ଶନିବାର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏନେଇ ପ୍ରଶାସନକୁ ଦୃଷ୍ଟି ଦେବା ସହ ଦ୍ବିତୀୟ ଡୋଜ୍ ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ଦାବି ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

severe crowed in Vaccination center

ଆହୁରି ପଢ଼ନ୍ତୁ: ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

ବାଲେଶ୍ବର ଜିଲ୍ଲାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ୧୮-୪୪ ବର୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକାକରଣ ପ୍ରଦାନ କରାଯାଉଛି। ୧୮-୪୪ ବୟସ ଲୋକଙ୍କ ପ୍ରଥମ ଡୋଜ୍ ଟିକା ପାଇଁ ଗାନ୍ଧିସ୍ମୃତି ଭବନ, ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ୍‌ ହାଇସ୍କୁଲ, ମଧୁସୂଦନ ହାଇସ୍କୁଲ,ଶୋଭାରାମପୁର କଲେଜ, ସରକାରୀ ଆଇଟିଆଇ, ସହଦେବଖୁଣ୍ଟା ମ୍ୟୁନିସିପାଲଟି ହାଇସ୍କୁଲ, ଶକୁନ୍ତଳା ହାଇସ୍କୁଲ ଆଦି ଟିକାକରଣ କେନ୍ଦ୍ର କରାଯାଇ ଟିକା ଦିଆଯାଉଛି। କିନ୍ତୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗଙ୍କ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ପାଇଁ କେବଳ ଜିଲ୍ଲା ସ୍କୁଲ ଗୋଟିଏ କେନ୍ଦ୍ର ରହିଛି। ଯେଉଁଠି ୪୫ ବର୍ଷରୁ ଅଧିକ ବର୍ଗ ପାଇଁ ବର୍ତ୍ତମାନ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକା ପ୍ରଦାନ କରାଯାଉଛି। ବିଶେଷକରି ଦ୍ବିତୀୟ ଡୋଜ୍‌ କୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ବିଭିନ୍ନ ବ୍ଲକରେ ଟିକାକରଣ କେନ୍ଦ୍ର କରାଯାଇଥିବା ବେଳେ ବାଲେଶ୍ବର ସହରରେ କେବଳ ଜିଲ୍ଲା ସ୍କୁଲକୁ ଏକମାତ୍ର କେନ୍ଦ୍ର କରାଯାଇଛି। ଉକ୍ତ କେନ୍ଦ୍ରରେ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଦିଆଯାଉଥିବାରୁ ଭିଡ଼ ଅସମ୍ଭବ ଭାବେ ଦେଖିବାକୁ ମିଳୁଛି। ଟୀକା ନେବା ପାଇଁ ସ୍କୁଲ ପରିସରରେ ମେଳା ପରି ଭିଡ଼ ଦୃଶ୍ୟମାନ ହେଉଛି। ଏନେଇ ଲୋକେ ନିଜେ ସଚେତନ ହଉନାହାନ୍ତି କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

26 Jun 2021 By The Sakala

ଟିକାକରଣ କେନ୍ଦ୍ରର ଅସମ୍ଭାଳ ଭିଡ଼ ଭିତରେ ହଜିଯାଉଛି କରୋନା କଟକଣା

ବାଲେଶ୍ବର : ଟିକାକରଣ କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଭିଡ଼ ଭିତରେ କେନ୍ଦ୍ରଗୁଡ଼ିକରେ ରହୁନି କରୋନା କଟକଣା। ଟିକା ନେବା ଆଳରେ ଲୋକ ମହାମାରୀ କରୋନା କଥା ଭୁଲିଯାଉଛନ୍ତି। ଏମିତିକି ସେମାନଙ୍କୁ ତାଗିଦ କରିବା ପାଇଁ ମଧ୍ୟ କାହାର ଦୃଷ୍ଟି ପଡ଼ୁନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ବର ସହରର ବିଭିନ୍ନ ଟିକାକରଣ କେନ୍ଦ୍ରରେ। ବି‌ଶେଷକରି ଦ୍ବିତୀୟ ଡୋଜ୍‌ ପାଇଁ ହୋଇଥିବା କେବଳ ବାଲେଶ୍ବର ଜିଲ୍ଲା ସ୍କୁଲ ଟିକାକରଣ କେନ୍ଦ୍ରରେ ଶନିବାର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏନେଇ ପ୍ରଶାସନକୁ ଦୃଷ୍ଟି ଦେବା ସହ ଦ୍ବିତୀୟ ଡୋଜ୍ ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ଦାବି ଉଠାଇଛନ୍ତି।

severe crowed in Vaccination center

ବାଲେଶ୍ବର ଜିଲ୍ଲାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ୧୮-୪୪ ବର୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକାକରଣ ପ୍ରଦାନ କରାଯାଉଛି। ୧୮-୪୪ ବୟସ ଲୋକଙ୍କ ପ୍ରଥମ ଡୋଜ୍ ଟିକା ପାଇଁ ଗାନ୍ଧିସ୍ମୃତି ଭବନ, ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ୍‌ ହାଇସ୍କୁଲ, ମଧୁସୂଦନ ହାଇସ୍କୁଲ,ଶୋଭାରାମପୁର କଲେଜ, ସରକାରୀ ଆଇଟିଆଇ, ସହଦେବଖୁଣ୍ଟା ମ୍ୟୁନିସିପାଲଟି ହାଇସ୍କୁଲ, ଶକୁନ୍ତଳା ହାଇସ୍କୁଲ ଆଦି ଟିକାକରଣ କେନ୍ଦ୍ର କରାଯାଇ ଟିକା ଦିଆଯାଉଛି। କିନ୍ତୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗଙ୍କ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ପାଇଁ କେବଳ ଜିଲ୍ଲା ସ୍କୁଲ ଗୋଟିଏ କେନ୍ଦ୍ର ରହିଛି। ଯେଉଁଠି ୪୫ ବର୍ଷରୁ ଅଧିକ ବର୍ଗ ପାଇଁ ବର୍ତ୍ତମାନ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକା ପ୍ରଦାନ କରାଯାଉଛି। ବିଶେଷକରି ଦ୍ବିତୀୟ ଡୋଜ୍‌ କୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ବିଭିନ୍ନ ବ୍ଲକରେ ଟିକାକରଣ କେନ୍ଦ୍ର କରାଯାଇଥିବା ବେଳେ ବାଲେଶ୍ବର ସହରରେ କେବଳ ଜିଲ୍ଲା ସ୍କୁଲକୁ ଏକମାତ୍ର କେନ୍ଦ୍ର କରାଯାଇଛି। ଉକ୍ତ କେନ୍ଦ୍ରରେ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଦିଆଯାଉଥିବାରୁ ଭିଡ଼ ଅସମ୍ଭବ ଭାବେ ଦେଖିବାକୁ ମିଳୁଛି। ଟୀକା ନେବା ପାଇଁ ସ୍କୁଲ ପରିସରରେ ମେଳା ପରି ଭିଡ଼ ଦୃଶ୍ୟମାନ ହେଉଛି। ଏନେଇ ଲୋକେ ନିଜେ ସଚେତନ ହଉନାହାନ୍ତି କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର