ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ଯ ହେଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି

The Sakala Picture
Published On

ବାଲେଶ୍ଵର: ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ତଥା ଜାତୀୟ ସାମ୍ବାଦିକ ୟୁନିଅନ(ଆଇ)ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ମହାନ୍ତି ଇଣ୍ଡସ ଭେଲି  ଟାଇମ୍ସ ଇଂରାଜୀ ସମ୍ବାଦ ପତ୍ରର ସାମ୍ବାଦିକ ହୋଇଥିବାରୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ଗେଜେଟରେ ଏହା ପ୍ରକାଶିତ ହୋଇଛି। ଓଡ଼ିଶାର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ପାଇଁ କାର୍ଯ୍ୟ କରି ଚାଲିଥିବା ଶ୍ରୀ ମହାନ୍ତି ପ୍ରେସ କାଉନସିଲ […]

ବାଲେଶ୍ଵର: ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ତଥା ଜାତୀୟ ସାମ୍ବାଦିକ ୟୁନିଅନ(ଆଇ)ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ମହାନ୍ତି ଇଣ୍ଡସ ଭେଲି  ଟାଇମ୍ସ ଇଂରାଜୀ ସମ୍ବାଦ ପତ୍ରର ସାମ୍ବାଦିକ ହୋଇଥିବାରୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ଗେଜେଟରେ ଏହା ପ୍ରକାଶିତ ହୋଇଛି। ଓଡ଼ିଶାର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ପାଇଁ କାର୍ଯ୍ୟ କରି ଚାଲିଥିବା ଶ୍ରୀ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ ସଭ୍ୟ ଭାବେ ମନୋନୀତ ହୋଇଥିବାରୁ ରାଜ୍ୟର ସାମ୍ବାଦିକ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଆଗାମୀ ଦିନରେ ସଂଘ ମାଧ୍ୟମରେ ଶ୍ରୀ ମହାନ୍ତି ଅନେକ କିଛି କାର୍ଯ୍ୟ କରିବାକୁ ସୁଯୋଗ ପାଇବେ ବୋଲି ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ସଭାପତି ଗଙ୍ଗାଧର ରାଉତ, ସଂପାଦକ ବିବେକାନନ୍ଦ ଦାସଙ୍କ ସମେତ ସମସ୍ତ ସଦସ୍ୟ ଆଶା ପ୍ରକାଶ କରିଛନ୍ତି।
07 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର