ବରିଷ୍ଠ ନାଗରିକଙ୍କୁ ଖୁବଶୀଘ୍ର ଦିଆଯିବ କରୋନା ଟିକା- ବିଏମ୍‌ସି କମିଶନର

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ  ଆସନ୍ତା ମାସରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିପରିପେକ୍ଷୀରେ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବିଏମ୍‌ସି କମିଶନର କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସର୍ଭେ ଅନୁସାରେ ୨୦ରୁ ୨୫ହଜାର ବରିଷ୍ଠ ନାଗରିକ ଅଛନ୍ତି । ସେଥିଲାଗି ୩ଟି ଜୋନ୍‌ରେ ୩ଟି […]

ଭୁବନେଶ୍ବର: ରାଜ୍ୟରେ  ଆସନ୍ତା ମାସରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିପରିପେକ୍ଷୀରେ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ବିଏମ୍‌ସି କମିଶନର କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସର୍ଭେ ଅନୁସାରେ ୨୦ରୁ ୨୫ହଜାର ବରିଷ୍ଠ ନାଗରିକ ଅଛନ୍ତି । ସେଥିଲାଗି ୩ଟି ଜୋନ୍‌ରେ ୩ଟି ଟିମ୍ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି।  ତେବେ ପୂର୍ବରୁ ଯେଉଁ ହସ୍ପିଟାଲରେ ଟିକା ଦିଆଯାଉଥିଲା ସେହି ହସ୍ପିଟାଲରେ ଟିକା ଦିଆଯିବ । ସମ୍ପୂର୍ଣ୍ଣ ଡାଟା ଆସିଲେ ସୂଚନା ଦିଆଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

 

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର