ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଗାଇଡ୍‌ଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ, ଜାଣନ୍ତୁ କେଉଁ କେଉଁ ନିୟମ ରଖିଲେ ସରକାର?

The Sakala Picture
Published On

ଭୁବନେଶ୍ବର : ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଅଫଲାଇନ୍ ରେ କ୍ଲାସ ରୁମେ ପାଠ ପଢି ପାରିବେ । ରାଜ୍ୟରେ ୨୭ ହଜାର ସ୍କୁଲ ନୂଆବର୍ଷ ରୁ ଖୋଲିବାକୁ ଯାଉଥିବା ବେଳେ କରୋନା ଗାଇଡ଼ଲାଇନ୍ କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।  ସ୍କୁଲ ଖୋଲିଲେ ମଧ୍ୟ ଅନ୍‌ଲାଇନ କ୍ଲାସ୍‌ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, ସେମାନେ ତାହା […]

ଭୁବନେଶ୍ବର : ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଅଫଲାଇନ୍ ରେ କ୍ଲାସ ରୁମେ ପାଠ ପଢି ପାରିବେ । ରାଜ୍ୟରେ ୨୭ ହଜାର ସ୍କୁଲ ନୂଆବର୍ଷ ରୁ ଖୋଲିବାକୁ ଯାଉଥିବା ବେଳେ କରୋନା ଗାଇଡ଼ଲାଇନ୍ କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।  ସ୍କୁଲ ଖୋଲିଲେ ମଧ୍ୟ ଅନ୍‌ଲାଇନ କ୍ଲାସ୍‌ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, ସେମାନେ ତାହା କରିପାରିବେ। ଅଭିଭାବକଙ୍କ ସମ୍ମତି ଆଣି ପିଲାମାନେ ସ୍କୁଲ ଆସିପାରିବେ। ଶ୍ରେଣୀଗୃହ ପାଠପଢ଼ା ଉପସ୍ଥାପନ ବାଧ୍ୟତାମୂଳକ ନୁହେଁ । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ପରିଦର୍ଶନ କରି ସ୍ପଚ୍ଛତା ପରଖିବେ।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସି ପାରିବେ । ସବୁ କ୍ଲାସରୁମକୁ ସଠିକ୍ ଭାବେ ସାନିଟାଇଜ୍ କରିବା ନେଇ ଏସଓପି ଜାରି ହୋଇଛି । କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ଗୋଟିଏ ଛାତ୍ର ଗୋଟିଏ ବେଞ୍ଚ ଆଧାରରେ ଚାଲିବ କ୍ଲାସ ।ସ୍କୁଲ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ସହ ଆଇସୋଲେସନ ରୁମ୍ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ୍ ପରିଦର୍ଶନ କରିବା ସହ କୋଭିଡ୍ ନିୟମାବଳୀର ନିୟମିତ ସମୀକ୍ଷା କରିବେ ଶିକ୍ଷା ଅଧିକାରୀ ।  ଅନ୍ୟପଟେ ସ୍କୁଲ ପରିବହନ ବ୍ୟବସ୍ଥା ବଦଳରେ ଅଭିଭାବକ ନିଜେ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ୫୦% କ୍ଷମତାରେ ସ୍କୁଲ ବସ୍ ଚଲାଇବାକୁ ଏସଓପିରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

ସ୍କୁଲରେ ହାତଧୁଆ ବ୍ୟବସ୍ଥା ରହିବା ସହ ଡିଜିଟାଲ ଥର୍ମୋମିଟର ରହିବ । କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହେଲପଲାଇନ୍ ନମ୍ବର ସହ ସ୍ଥାନୀୟ ଚିକିତ୍ସା କର୍ତ୍ତୃପକ୍ଷଙ୍କ ନମ୍ବର ଲେଖାଯିବ । ଭିଡ଼କୁ ଏଡ଼ାଇବା ଲାଗି ସ୍କୁଲରେ କୌଣସି ଖେଳ କିମ୍ବା କାର୍ଯ୍ୟକ୍ରମ ହେବ ନାହିଁ । ବୁଲା ବିକାଳି ସ୍କୁଲ୍ ପରିସରରେ ପ୍ରବେଶ କରିପାରିବେ ନାହିଁ । ଜଣେ ଶିକ୍ଷକ ଓ ଜଣେ ସ୍କୁଲ୍ କମିଟି ସଦସ୍ୟଙ୍କୁ ନେଇ କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ ।ସରକାର ଯେଉଁ ଅନୁସାରେ ସମୟ ଧାର୍ଯ୍ୟ କରିଛନ୍ତି ସେହି ଅନୁସାରେ ସ୍କୁଲ ଖୋଲାରହିବ । ସ୍କୁଲରେ କୌଣସି ପ୍ରକାର ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଦିଆଯିବ ନାହିଁ ।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

28 Dec 2021 By The Sakala

ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଗାଇଡ୍‌ଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ, ଜାଣନ୍ତୁ କେଉଁ କେଉଁ ନିୟମ ରଖିଲେ ସରକାର?

ଭୁବନେଶ୍ବର : ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଅଫଲାଇନ୍ ରେ କ୍ଲାସ ରୁମେ ପାଠ ପଢି ପାରିବେ । ରାଜ୍ୟରେ ୨୭ ହଜାର ସ୍କୁଲ ନୂଆବର୍ଷ ରୁ ଖୋଲିବାକୁ ଯାଉଥିବା ବେଳେ କରୋନା ଗାଇଡ଼ଲାଇନ୍ କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।  ସ୍କୁଲ ଖୋଲିଲେ ମଧ୍ୟ ଅନ୍‌ଲାଇନ କ୍ଲାସ୍‌ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, ସେମାନେ ତାହା କରିପାରିବେ। ଅଭିଭାବକଙ୍କ ସମ୍ମତି ଆଣି ପିଲାମାନେ ସ୍କୁଲ ଆସିପାରିବେ। ଶ୍ରେଣୀଗୃହ ପାଠପଢ଼ା ଉପସ୍ଥାପନ ବାଧ୍ୟତାମୂଳକ ନୁହେଁ । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ପରିଦର୍ଶନ କରି ସ୍ପଚ୍ଛତା ପରଖିବେ।

ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସି ପାରିବେ । ସବୁ କ୍ଲାସରୁମକୁ ସଠିକ୍ ଭାବେ ସାନିଟାଇଜ୍ କରିବା ନେଇ ଏସଓପି ଜାରି ହୋଇଛି । କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ଗୋଟିଏ ଛାତ୍ର ଗୋଟିଏ ବେଞ୍ଚ ଆଧାରରେ ଚାଲିବ କ୍ଲାସ ।ସ୍କୁଲ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ସହ ଆଇସୋଲେସନ ରୁମ୍ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ୍ ପରିଦର୍ଶନ କରିବା ସହ କୋଭିଡ୍ ନିୟମାବଳୀର ନିୟମିତ ସମୀକ୍ଷା କରିବେ ଶିକ୍ଷା ଅଧିକାରୀ ।  ଅନ୍ୟପଟେ ସ୍କୁଲ ପରିବହନ ବ୍ୟବସ୍ଥା ବଦଳରେ ଅଭିଭାବକ ନିଜେ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ୫୦% କ୍ଷମତାରେ ସ୍କୁଲ ବସ୍ ଚଲାଇବାକୁ ଏସଓପିରେ କୁହାଯାଇଛି ।

ସ୍କୁଲରେ ହାତଧୁଆ ବ୍ୟବସ୍ଥା ରହିବା ସହ ଡିଜିଟାଲ ଥର୍ମୋମିଟର ରହିବ । କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହେଲପଲାଇନ୍ ନମ୍ବର ସହ ସ୍ଥାନୀୟ ଚିକିତ୍ସା କର୍ତ୍ତୃପକ୍ଷଙ୍କ ନମ୍ବର ଲେଖାଯିବ । ଭିଡ଼କୁ ଏଡ଼ାଇବା ଲାଗି ସ୍କୁଲରେ କୌଣସି ଖେଳ କିମ୍ବା କାର୍ଯ୍ୟକ୍ରମ ହେବ ନାହିଁ । ବୁଲା ବିକାଳି ସ୍କୁଲ୍ ପରିସରରେ ପ୍ରବେଶ କରିପାରିବେ ନାହିଁ । ଜଣେ ଶିକ୍ଷକ ଓ ଜଣେ ସ୍କୁଲ୍ କମିଟି ସଦସ୍ୟଙ୍କୁ ନେଇ କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ ।ସରକାର ଯେଉଁ ଅନୁସାରେ ସମୟ ଧାର୍ଯ୍ୟ କରିଛନ୍ତି ସେହି ଅନୁସାରେ ସ୍କୁଲ ଖୋଲାରହିବ । ସ୍କୁଲରେ କୌଣସି ପ୍ରକାର ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଦିଆଯିବ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର