ଭୁବନେଶ୍ବର ଏମ୍ସରେ ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ  ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ । ପୂର୍ବ ଭାରତରେ ପ୍ରଥମ ଥର ଲାଗି ହେବ ଏହି ବ୍ରେନ୍ ବ୍ୟାଙ୍କ । ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏହି ବ୍ରେନ୍ ବ୍ୟାଙ୍କ ସହାୟକ ହେବ । ଏଥିପାଇଁ ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛି ଆଇସିଏମଆର । ପାଥୋଲୋଜି ଓ ଲ୍ୟାବ ମେଡିସିନ ବିଭାଗରେ ଏହି ବ୍ରେନ୍ ବ୍ୟାଙ୍କ ପ୍ରତିଷ୍ଠା ହେବ । ଏହି ବ୍ରେନ ବ୍ୟାଙ୍କରେ ମୃତ […]

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ  ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ । ପୂର୍ବ ଭାରତରେ ପ୍ରଥମ ଥର ଲାଗି ହେବ ଏହି ବ୍ରେନ୍ ବ୍ୟାଙ୍କ । ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏହି ବ୍ରେନ୍ ବ୍ୟାଙ୍କ ସହାୟକ ହେବ । ଏଥିପାଇଁ ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛି ଆଇସିଏମଆର ।

ଆହୁରି ପଢ଼ନ୍ତୁ: ଆଜି ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାଜ୍ୟବ୍ୟାପୀ ସାଧାରଣ ଜୀବନଯାତ୍ରା ପ୍ରଭାବିତ

ପାଥୋଲୋଜି ଓ ଲ୍ୟାବ ମେଡିସିନ ବିଭାଗରେ ଏହି ବ୍ରେନ୍ ବ୍ୟାଙ୍କ ପ୍ରତିଷ୍ଠା ହେବ । ଏହି ବ୍ରେନ ବ୍ୟାଙ୍କରେ ମୃତ ଲୋକଙ୍କ ମସ୍ତିଷ୍କ ନମୁନା ସଂରକ୍ଷିତ ରହିବ ଏବଂ ଅଧିକ ଗବେଷଣା କରାଯିବ । ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ଲାଗି ଚାଲିବ  ଏବଂ ପରେ ବାର୍ଷିକ ଭାବେ ଏହାକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପ ଲାଗି ମୁଖ୍ୟ ସଂଯୋଜକ ଭାବେ ପାଥୋଲୋଜି ବିଭାଗ ସହକାରୀ ପ୍ରଫେସର ଶୁଭେନ୍ଦୁ ପୁର୍କାଏତଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଏମସ ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାଟମାନାବନେ ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର