ଯେତେସବୁ କେଳେଙ୍କାରୀ, ସବୁ ବିଜେପି ଦଳରେ କୋଳାକୋଳି
ଭୁବନେଶ୍ବର : ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଯେଉଁ ବିଜେପି ଗତ କିଛି ଦିନ ତଳେ ସମୀରଙ୍କୁ ହତ୍ୟା ଅଭିଯୁକ୍ତ କହି ତୁମ୍ବିତୋଫାନ କରୁଥିଲା, ଯାହାଙ୍କ କେଳେଙ୍କାରୀର ଚିଠା ଧରି ହଲ୍ଲାବୋଲ କରୁଥିଲା, ଆଜି ସେହି ସମୀର ଦାଶକୁ ଜୋଇଁପୁଅ ଭଳି ଦଳକୁ ବାଟବରଣୀ କରି ନେଇଛି ଭାରତୀୟ ଜନତା ପାର୍ଟି । ସମୀର ବିଜେପିରେ ମିଶିବା ପରେ ରାଜ୍ୟବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, ବିଜେପିର ନୀତିନୈତିକତା ଅଛି ତ […]
ଭୁବନେଶ୍ବର : ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଯେଉଁ ବିଜେପି ଗତ କିଛି ଦିନ ତଳେ ସମୀରଙ୍କୁ ହତ୍ୟା ଅଭିଯୁକ୍ତ କହି ତୁମ୍ବିତୋଫାନ କରୁଥିଲା, ଯାହାଙ୍କ କେଳେଙ୍କାରୀର ଚିଠା ଧରି ହଲ୍ଲାବୋଲ କରୁଥିଲା, ଆଜି ସେହି ସମୀର ଦାଶକୁ ଜୋଇଁପୁଅ ଭଳି ଦଳକୁ ବାଟବରଣୀ କରି ନେଇଛି ଭାରତୀୟ ଜନତା ପାର୍ଟି । ସମୀର ବିଜେପିରେ ମିଶିବା ପରେ ରାଜ୍ୟବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, ବିଜେପିର ନୀତିନୈତିକତା ଅଛି ତ ? କାରଣ ୬ ମାସ ତଳେ ଜଣେ ହତ୍ୟା ଅଭିଯୁକ୍ତ ବୋଲି ଯେଉଁ ସମୀର ଦାଶଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣୁଥିଲା ଆଜି ସିଏ କେମିତି ନିର୍ମଳ ଓ ଗେହ୍ଲାପୁଅ ହୋଇଗଲେ ? ସେଦିନ ହତ୍ୟାକାରୀ ବୋଲି କହି ଗାଳି ଦେଉଥିଲେ କିନ୍ତୁ ଆଜି କେମିତି ଆଦରି ନେଲେ ?
ଗୋପ ବ୍ଲକ ୧୧ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସମୀରଙ୍କ ହାତ ଥିବା ଅଭିଯୋଗ ହେଉଥିଲା । ତାଙ୍କ ମୃତ୍ୟୁ ପାଇଁ ସମୀର ଦାଶ ଦାୟୀ ବୋଲି ଅଙ୍ଗୁଳି ଉଠିଥିଲା । ସମୀର ମୃତ ଧର୍ମେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ବ୍ଲାକମେଲ କରୁଥିବା ନେଇ ସାଂଘାତିକ ଅଭିଯୋଗ ବି ଆସିଥିଲା । ସେତେବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ସମୀରଙ୍କ ବିରୋଧରେ ହଲ୍ଲାବୋଲ କରିଥିଲେ । ମାଳମାଳ ଭାଇରାଲ ଅଡିଓ ଓ ଫଟୋ ଧରି ପୋଲ୍ ଖୋଲିଥିଲେ । ସମୀରଙ୍କ ବିବାଦୀୟ ଚରିତ୍ର ଓ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଇନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସମୀରଙ୍କୁ ନବୀନ ବାଦ୍ ଦେବା ସହ ପରବର୍ତ୍ତୀ ସମୟରେ ବିଜେଡି ଟିକେଟ ବି ଦେଇନଥିଲା । ହେଲେ ବିଜେଡି ରିଜେକ୍ଟ କରିଥିବା ବିବାଦୀୟ ସମୀରଙ୍କୁ ଆଜି କୋଳେଇ ନେଇଛି ବିଜେପି । ପୁଣିଥରେ ଭାରତୀୟ ଜନତା ପାର୍ଟି ପ୍ରମାଣିତ କରିଛି, ସବୁ ଗୁଣ୍ଡା, ବଦମାସ ଓ କେଳେଙ୍କାରୀ ବ୍ୟକ୍ତିଙ୍କ ପାଇଁ ସେ ହିଁ ଆଶ୍ରୟସ୍ଥଳୀ । ପୂର୍ବରୁ ବିଜେଡିରୁ ବହିଷ୍କୃତ ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀ ଓ ଗୁଣ୍ଡା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ଦଳକୁ ନେଇ ବିଜେପି ନିଜ ହୀନ ରାଜନୀତିର ପରିଚୟ ଦେଇସାରିଛି । ଆଉ ଏବେ ସେହି ତାଲିକାରେ ଯୋଡି ହୋଇଛନ୍ତି ସମୀର ଦାଶ ।
ସେପଟେ ସମୀର ଦାଶ ବିଜେଡି ଛାଡି ବିଜେପିରେ ଯୋଗଦେବାକୁ ନେଇ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ସମୀର ଦାଶଙ୍କୁ ନିମାପଡ଼ା ବାସୀ ପ୍ରତ୍ୟାକ୍ଷାନ କରିଥିଲେ ଏବଂ ତାଙ୍କର କିଛି ଦୋଷ ଥିଲା। ଯେଉଁଥି ପାଇଁ ତାଙ୍କୁ ଟିକେଟ ମିଳିନଥିଲା। ସେ ବିଜୁ ଜନତା ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ଏହା ଆମ ଦଳର କୌଣସି କ୍ଷତି ଘଟିବ ନାହିଁ ।