ଭୁଷୁଡିଲା ବ୍ରିଟିଶ ଅମଳର ଝୁଲେନ ପୋଲ, ପାଣି ଭିତରେ ଡମ୍ପର

The Sakala Picture
Published On

ସମ୍ବଲପୁର/ କୁଚିଣ୍ଡା: ବ୍ରିଟିଶ ଅମଳର ଝୁଲେନ ପୋଲ ଭୁଷୁଡିଥିବା ଜଣାପଡିଛି। ଏହି ପୋଲ ୪୯ ନମ୍ବର ଜାତୀୟ ରାଜପଥ କୁଚିଣ୍ଡା ଭୋଜପୁରରୁ ଦେବଗଡକୁ ସଂଯୋଗ କରୁଥିଲା। ତେବେ ଗୁରୁବାର ରାତିରେ ଏକ ଲୁହା ବୋଝେଇ ଡମ୍ପର ଯାଉଥିବା ବେଳେ ପୋଲଟି ଭୁଷୁଡି ପଡିଥିଲା। ପୋଲର ମଝିରୁ ଭୁଷୁଡି ପଡିଥିବା ବେଳେ ଡମ୍ପରଟି ପାଣି ଭିତରେ ପଡି ରହିଛି। ଫଳରେ ଗାଡିର ଡ୍ରାଇଭର ଷ୍ଟ୍ରେରିଙ୍ଗରେ ଫଶି ରହିଛି। ହେଲପରକୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗାଡିରେ […]

ସମ୍ବଲପୁର/ କୁଚିଣ୍ଡା: ବ୍ରିଟିଶ ଅମଳର ଝୁଲେନ ପୋଲ ଭୁଷୁଡିଥିବା ଜଣାପଡିଛି। ଏହି ପୋଲ ୪୯ ନମ୍ବର ଜାତୀୟ ରାଜପଥ କୁଚିଣ୍ଡା ଭୋଜପୁରରୁ ଦେବଗଡକୁ ସଂଯୋଗ କରୁଥିଲା। ତେବେ ଗୁରୁବାର ରାତିରେ ଏକ ଲୁହା ବୋଝେଇ ଡମ୍ପର ଯାଉଥିବା ବେଳେ ପୋଲଟି ଭୁଷୁଡି ପଡିଥିଲା। ପୋଲର ମଝିରୁ ଭୁଷୁଡି ପଡିଥିବା ବେଳେ ଡମ୍ପରଟି ପାଣି ଭିତରେ ପଡି ରହିଛି। ଫଳରେ ଗାଡିର ଡ୍ରାଇଭର ଷ୍ଟ୍ରେରିଙ୍ଗରେ ଫଶି ରହିଛି। ହେଲପରକୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗାଡିରେ କେତେ ଜଣ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟପଟେ ପୁଲିସ , ଅଗ୍ନିଶମ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲ, ତହସିଲଦାର ପ୍ରତିମା ସିଂ , ଏସ୍ଡିପିଓ ରାଜକିଶୋର ମିଶ୍ର, କୁଚିଣ୍ଡା ଥାନା ଅଧିକାରୀ ଶୁଭକର ସେଠ୍, ମହୁଲପାଲି ଥାନା ଅଧିକାରୀ ଯାଜ୍ଞସେନୀ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି। ଅନ୍ୟପଟେ ଅଗ୍ନିଶମ ବିଭାଗର କଠିନ ଉଦ୍ୟମ ସତ୍ୱେ ଡ୍ରାଇଭରକୁ ଉଦ୍ଧାର କରାଯାଇ ପାରିନାହିଁ। ପୂର୍ବରୁ ପୋଲଟି ଅସୁରିକ୍ଷିତ ଥିବାବେଳେ ଭାରିଯାନ ଚଳାଚଳକୁ ବାରଣ କରଯାଇନଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

British-era pole collapsed in sambalpur

ଆହୁରି ପଢ଼ନ୍ତୁ: ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦୁଇ ଦଳର ଦଣ୍ଡୁଆଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଓ ମାରପିଟ

ସୂଚନାଯୋଗ୍ୟ, କୁଚିଣ୍ଡାର ଲାଇଫ ଲାଇନ କୁହାଯାଉଥିବା ଏହି ବ୍ରିଟିଶ ଅମଳର ପୋଲ ବାମଣ୍ଡା ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା କୁଚିଣ୍ଡା, ଦେବଗଡ, କଟକ, ଭୁବନେଶ୍ୱର ସହ ସମ୍ବଲପୁରକୁ ଯୋଡି ରଖିଥିଲା। ଫଳରେ ଏହି ପୋଲ ଯୋଗୁଁ ମାଲ ପରିବହନରେ ବିଶେଷ ସହାୟକ ହେଉଥିଲା।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍, ମେ' ଶେଷ ଆଡକୁ ହୋଇପାରେ ବିଧିବଦ୍ଧ ଘୋଷଣା

10 Sep 2021 By The Sakala

ଭୁଷୁଡିଲା ବ୍ରିଟିଶ ଅମଳର ଝୁଲେନ ପୋଲ, ପାଣି ଭିତରେ ଡମ୍ପର

ସମ୍ବଲପୁର/ କୁଚିଣ୍ଡା: ବ୍ରିଟିଶ ଅମଳର ଝୁଲେନ ପୋଲ ଭୁଷୁଡିଥିବା ଜଣାପଡିଛି। ଏହି ପୋଲ ୪୯ ନମ୍ବର ଜାତୀୟ ରାଜପଥ କୁଚିଣ୍ଡା ଭୋଜପୁରରୁ ଦେବଗଡକୁ ସଂଯୋଗ କରୁଥିଲା। ତେବେ ଗୁରୁବାର ରାତିରେ ଏକ ଲୁହା ବୋଝେଇ ଡମ୍ପର ଯାଉଥିବା ବେଳେ ପୋଲଟି ଭୁଷୁଡି ପଡିଥିଲା। ପୋଲର ମଝିରୁ ଭୁଷୁଡି ପଡିଥିବା ବେଳେ ଡମ୍ପରଟି ପାଣି ଭିତରେ ପଡି ରହିଛି। ଫଳରେ ଗାଡିର ଡ୍ରାଇଭର ଷ୍ଟ୍ରେରିଙ୍ଗରେ ଫଶି ରହିଛି। ହେଲପରକୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗାଡିରେ କେତେ ଜଣ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟପଟେ ପୁଲିସ , ଅଗ୍ନିଶମ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲ, ତହସିଲଦାର ପ୍ରତିମା ସିଂ , ଏସ୍ଡିପିଓ ରାଜକିଶୋର ମିଶ୍ର, କୁଚିଣ୍ଡା ଥାନା ଅଧିକାରୀ ଶୁଭକର ସେଠ୍, ମହୁଲପାଲି ଥାନା ଅଧିକାରୀ ଯାଜ୍ଞସେନୀ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି। ଅନ୍ୟପଟେ ଅଗ୍ନିଶମ ବିଭାଗର କଠିନ ଉଦ୍ୟମ ସତ୍ୱେ ଡ୍ରାଇଭରକୁ ଉଦ୍ଧାର କରାଯାଇ ପାରିନାହିଁ। ପୂର୍ବରୁ ପୋଲଟି ଅସୁରିକ୍ଷିତ ଥିବାବେଳେ ଭାରିଯାନ ଚଳାଚଳକୁ ବାରଣ କରଯାଇନଥିବା ଜଣାପଡିଛି।

British-era pole collapsed in sambalpur

ସୂଚନାଯୋଗ୍ୟ, କୁଚିଣ୍ଡାର ଲାଇଫ ଲାଇନ କୁହାଯାଉଥିବା ଏହି ବ୍ରିଟିଶ ଅମଳର ପୋଲ ବାମଣ୍ଡା ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା କୁଚିଣ୍ଡା, ଦେବଗଡ, କଟକ, ଭୁବନେଶ୍ୱର ସହ ସମ୍ବଲପୁରକୁ ଯୋଡି ରଖିଥିଲା। ଫଳରେ ଏହି ପୋଲ ଯୋଗୁଁ ମାଲ ପରିବହନରେ ବିଶେଷ ସହାୟକ ହେଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର