ସମ୍ବଲପୁରରେ ବଢୁଛି ବେଆଇନ ନିଶା କାରବାର: ୧୩୦ ବୋତଲ କଫସିରଫ ଜବତ, ୨ ଗିରଫ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ହାତ ପାହାନ୍ତାରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଅନାୟାସରେ ଏହାକୁ ବ୍ୟବହାର କରୁଛନ୍ତି। ବିଶେଷ ଭାବେ ଯୁବପୀଢି ଏହାକୁ ସେବନ କରି ବିପଥଗାମୀ ହେଉଛନ୍ତି। ନିଶା ସାମଗ୍ରୀ ସେବନ କରି ସେମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଫଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଭଳି ସ୍ଥଳେ ଏହାକୁ ରୋକିବାକୁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ […]

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ହାତ ପାହାନ୍ତାରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଅନାୟାସରେ ଏହାକୁ ବ୍ୟବହାର କରୁଛନ୍ତି। ବିଶେଷ ଭାବେ ଯୁବପୀଢି ଏହାକୁ ସେବନ କରି ବିପଥଗାମୀ ହେଉଛନ୍ତି। ନିଶା ସାମଗ୍ରୀ ସେବନ କରି ସେମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଫଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଭଳି ସ୍ଥଳେ ଏହାକୁ ରୋକିବାକୁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ଧନୁପାଲି ଥାନା ଅଞ୍ଚଳରେ ବେଆଇନ ଭାବେ ନିଶା ସାମଗ୍ରୀ ବିକ୍ରି ହେଉଥିବା ଖବର ପାଇ ପୁଲିସ ଚଢଉ କରିଛି। ଚଢଉ ବେଳେ ୧୩୦ ବୋତଲ କଫସିରଫ, ୫ ବୋତଲ ଖାଲି କଫସିରଫ, ୭୦୦ ମିଲିଲିଟର ଅପମିଶ୍ରିତ କଫସିରଫ, ୧ ପତା ନିଶା ବଟିକା, ୫ଟି ଗ୍ଲାସ, ୧ ହଜାର ୪୫୦ ଟଙ୍କା ସହ ଏକ ସ୍କୁଟି ଜବତ ହୋଇଛି। ଏନେଇ ଥାନାରେ ୩୪୮/୨୧ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗରେ ବୁର୍ଲା ଗଣେଶନଗର ଅଞ୍ଚଳର ଗୋବର୍ଦ୍ଧନ କୁମ୍ଭାର (୩୨) ଓ ଜମନକିରା ଥାନା ବନ୍ଧବାହାଲ କଲୋନୀର ରାମଚନ୍ଦ୍ର ବେହେରା (୨୧)ଙ୍କୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ କମିଶନର କଲୋନୀ ହାଇସ୍କୁଲ ପଛ ପଟ ଅଞ୍ଚଳରେ ଚଢଉ କରିଥିଲା। ଚଢଉ ବେଳେ ବ୍ୟାପକ ପରିମାଣର କଫସିରଫ ସହ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରାଯିବା ସହ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

02 Sep 2021 By The Sakala

ସମ୍ବଲପୁରରେ ବଢୁଛି ବେଆଇନ ନିଶା କାରବାର: ୧୩୦ ବୋତଲ କଫସିରଫ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ହାତ ପାହାନ୍ତାରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଅନାୟାସରେ ଏହାକୁ ବ୍ୟବହାର କରୁଛନ୍ତି। ବିଶେଷ ଭାବେ ଯୁବପୀଢି ଏହାକୁ ସେବନ କରି ବିପଥଗାମୀ ହେଉଛନ୍ତି। ନିଶା ସାମଗ୍ରୀ ସେବନ କରି ସେମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଫଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଭଳି ସ୍ଥଳେ ଏହାକୁ ରୋକିବାକୁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ଧନୁପାଲି ଥାନା ଅଞ୍ଚଳରେ ବେଆଇନ ଭାବେ ନିଶା ସାମଗ୍ରୀ ବିକ୍ରି ହେଉଥିବା ଖବର ପାଇ ପୁଲିସ ଚଢଉ କରିଛି। ଚଢଉ ବେଳେ ୧୩୦ ବୋତଲ କଫସିରଫ, ୫ ବୋତଲ ଖାଲି କଫସିରଫ, ୭୦୦ ମିଲିଲିଟର ଅପମିଶ୍ରିତ କଫସିରଫ, ୧ ପତା ନିଶା ବଟିକା, ୫ଟି ଗ୍ଲାସ, ୧ ହଜାର ୪୫୦ ଟଙ୍କା ସହ ଏକ ସ୍କୁଟି ଜବତ ହୋଇଛି। ଏନେଇ ଥାନାରେ ୩୪୮/୨୧ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗରେ ବୁର୍ଲା ଗଣେଶନଗର ଅଞ୍ଚଳର ଗୋବର୍ଦ୍ଧନ କୁମ୍ଭାର (୩୨) ଓ ଜମନକିରା ଥାନା ବନ୍ଧବାହାଲ କଲୋନୀର ରାମଚନ୍ଦ୍ର ବେହେରା (୨୧)ଙ୍କୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ କମିଶନର କଲୋନୀ ହାଇସ୍କୁଲ ପଛ ପଟ ଅଞ୍ଚଳରେ ଚଢଉ କରିଥିଲା। ଚଢଉ ବେଳେ ବ୍ୟାପକ ପରିମାଣର କଫସିରଫ ସହ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରାଯିବା ସହ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

https://www.thesakala.in/latest-odisha-news/sambalpur/illegal-cough-syrup-130-bottles-sezied-2-arrested/article-5123
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର