ଆସନ୍ତାକାଲି ଗଡିବ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ..
ଭୁବନେଶ୍ବର: ରଥ, ପଥ ପ୍ରସ୍ତୁତ। ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ପ୍ରଶାସନକୁ ରଥ ହସ୍ତାନ୍ତର ପରେ ହେବ ପ୍ରତିଷ୍ଠା। ଶନିବାର ରଥରେ ଚଢି ଯାତ୍ରାରେ ଯିବେ ବାବା ଲିଙ୍ଗରାଜ। ରଥ ଖଳାରେ ଦୀର୍ଘ ୨୪ ଦିନ ହେଲା ୬୫ ଜଣ ମହାରଣା, କମାର, ଓ ବେହେରା ସେବାୟତ ରଥ ନିର୍ମାଣରେ ଲାଗିଥିଲେ । ଚକ ଅଖ, ଦଣ୍ଡା, ୧୬ କଣ ସିଂହା, ୩୩ ପଟା ବୀଜ, ଚାରି ନାହାକା, ୧୬ ଜୋକା, ଘଣ୍ଟି, ଓରା ,ଦଧିନଉତି, ଚାରି […]
ଭୁବନେଶ୍ବର: ରଥ, ପଥ ପ୍ରସ୍ତୁତ। ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ପ୍ରଶାସନକୁ ରଥ ହସ୍ତାନ୍ତର ପରେ ହେବ ପ୍ରତିଷ୍ଠା। ଶନିବାର ରଥରେ ଚଢି ଯାତ୍ରାରେ ଯିବେ ବାବା ଲିଙ୍ଗରାଜ। ରଥ ଖଳାରେ ଦୀର୍ଘ ୨୪ ଦିନ ହେଲା ୬୫ ଜଣ ମହାରଣା, କମାର, ଓ ବେହେରା ସେବାୟତ ରଥ ନିର୍ମାଣରେ ଲାଗିଥିଲେ । ଚକ ଅଖ, ଦଣ୍ଡା, ୧୬ କଣ ସିଂହା, ୩୩ ପଟା ବୀଜ, ଚାରି ନାହାକା, ୧୬ ଜୋକା, ଘଣ୍ଟି, ଓରା ,ଦଧିନଉତି, ଚାରି ଦୁଆର ଲାଗି ସଜେଇ ହୋଇଛି ରଥ । ପ୍ରତିଷ୍ଠା ପରେ ଆରମ୍ଭ ହେବ ଯାତ୍ରା ପ୍ରସ୍ତୁତି ।
ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯିବେ। ଏ ନେଇ ମିନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରିଛି । ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ ମଧ୍ଯ କରାଯାଇଛି । ରୁକୁଣା ରଥ ଯାତ୍ରାର ନିତୀକାନ୍ତି ବିଳମ୍ବ ନ ହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ରାତିରେ ମରଚିକୁଣ୍ଡ ପାଣି ନିଲାମ ହେବାର କାର୍ଯ୍ଯକ୍ରମ ରହିଛି । ଶନିବାର ଅପରାହ୍ନ ୩ ଟା ରେ ରଥଟଣା ଆରମ୍ଭ ହେବ । ଏହାର ୬ ଦିନ ପରେ ବାହୁଡିବ ଅଣଲେଉଟା ରୁକୁଣା ରଥ।