ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ RTPCR ଟେଷ୍ଟ ବାଧ୍ୟତାମୂଳକ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ। ବିନା ଆରଟିପିସିଆର ଟେଷ୍ଟ ଓ ଟିକା ନ ନେଇଥିବା ବିଧାୟକମାନଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମାନଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨୯, ୩୦ ଓ ୩୧ ତାରିଖରେ ଦୁଇଟି […]

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ। ବିନା ଆରଟିପିସିଆର ଟେଷ୍ଟ ଓ ଟିକା ନ ନେଇଥିବା ବିଧାୟକମାନଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମାନଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨୯, ୩୦ ଓ ୩୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ପରିସରରେ ଆରଟିପିସିଆର ଚେଷ୍ଟ କରାଯିବ ।

ଆହୁରି ପଢ଼ନ୍ତୁ: ବଦଳିଲେ ୬ ରାଜ୍ୟର ରାଜ୍ୟପାଳ: ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

ସେପଟେ ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ଆସିବ , ସେମାନଙ୍କୁ ଗୃହକୁ ପ୍ରବେଶ ଅନୁମତି ମିଳିବ । ସେହିପରି ଏ ଯାଏଁ ୮ଜଣ ବିଧାୟକ, କରୋନା ଟିକା ନେଇନାହାନ୍ତି । ତୁରନ୍ତ ଏହି ବିଧାୟକମାନେ ଟିକା ନେବାପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କ୍ୟାମ୍ପସରେ ଉତ୍ତେଜନା: ରାଜ୍ୟର ଆଉ ୩ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର