ରାଜ୍ୟ ବଜେଟ୍ ୨୦୨୪-୨୫: କୃଷି ପାଇଁ ୩୩ ହଜାର ୯୧୯ କୋଟି, କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ଧାନ

The Sakala Picture
Published On

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟର ପ୍ରଥମ ପର୍ଯ୍ୟାୟର ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟରେ କୃଷିକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି।  କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ପ୍ରମୁଖ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର । ୨୦୨୩-୨୪ ଆର୍ଥିକ ୨୪୮୨୯ କୋଟି ୨୦୨୪-୨୫ରେ ୩୬% […]

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟର ପ୍ରଥମ ପର୍ଯ୍ୟାୟର ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟରେ କୃଷିକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି।  କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ପ୍ରମୁଖ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର । ୨୦୨୩-୨୪ ଆର୍ଥିକ ୨୪୮୨୯ କୋଟି ୨୦୨୪-୨୫ରେ ୩୬% ବୃଦ୍ଧି କରି ୩୩୯୧୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଧାନକ୍ରୟ ବ୍ୟସ୍ଥାକୁ ସରଳ କରାଯିବ ଓ କଟନିଛଟନିକୁ ବନ୍ଦ କରାଯାଇ ଆର୍ଦ୍ରତା ପରିମାଣକ ମେସିନ ବ୍ୟବହାର କରାଯିବ । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

୨୦୨୪-୨୫ରେ ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ରଖାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ପିଏମ କିଷାନ ଯୋଜନାରେ ଚାଷୀଙ୍କ ନାଁରେ ଥିବା ଜମିକୁ ଆଧାର ନ କରି ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି । ସିଏମ କିଷାନ ଯୋଜନାରେ ଅତିରିକ୍ତ ଟପଅପ୍ ପ୍ରଦାନ କରିଛୁ । ଏହି ଯୋଜନାରେ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୦୦ କୋଟି ଟଙ୍କା ଓ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର