ଭୁବନେଶ୍ୱର ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା । ଦୁଇଟି ବାଇକକୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର ଆହତ । ଗୋଟେ ବାଇକ୍‌କୁ ଘୋଷାଡ଼ି ନେଲା ନେବା ସହ ଆଉ ଏକ ବାଇକ୍‌କୁ ପିଟିଲା କାର୍ । ୨ଟି ବାଇକକୁ ଧକ୍କା ଦେଇ ରାଜଭବନ ଗୋଲେଇ ଡିଭାଇଡର ଉପରେ କାର୍‌ଟି ଚଢିଯାଇଥିଲା। ତେବେ କାର ତଳେ ଗୋଟିଏ ବାଇକ୍ ରହିଯାଇଥିଲା। ଆଉ ଗୋଟିଏ ବାଇକ୍‌ ଛିଟିକି ପଡିଥିଲା। ଘଟଣାସ୍ଥଳରେ […]

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା । ଦୁଇଟି ବାଇକକୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର ଆହତ । ଗୋଟେ ବାଇକ୍‌କୁ ଘୋଷାଡ଼ି ନେଲା ନେବା ସହ ଆଉ ଏକ ବାଇକ୍‌କୁ ପିଟିଲା କାର୍ । ୨ଟି ବାଇକକୁ ଧକ୍କା ଦେଇ ରାଜଭବନ ଗୋଲେଇ ଡିଭାଇଡର ଉପରେ କାର୍‌ଟି ଚଢିଯାଇଥିଲା। ତେବେ କାର ତଳେ ଗୋଟିଏ ବାଇକ୍ ରହିଯାଇଥିଲା। ଆଉ ଗୋଟିଏ ବାଇକ୍‌ ଛିଟିକି ପଡିଥିଲା। ଘଟଣାସ୍ଥଳରେ ୨ ଗୁରୁତରଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଡ୍ରାଇଭର ଜଣଙ୍କ ମଦ୍ୟପାନ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି।

About The Author

ରାଶିଫଳ