ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ଯସରକାର

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏଏସ୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି ହୋଇଛନ୍ତି […]

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏଏସ୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି ହୋଇଛନ୍ତି । ସେହିପରି ସେଠାରେ ଥିବା ବରିଷ୍ଠ ଓଏଏସ୍ ସୀତାରାମ ପଟେଲଙ୍କୁ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତରିକ୍ତ ଭାବେ ଟିଚର୍ସ ଟ୍ରେନିଂ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

ସେହିପରି ବରିଷ୍ଠ ଓଏଏସ୍ ବିରଂଚି ନାରାୟଣ ଦରୱାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର ଭାବେ ବଦଳି ହୋଇଛି । ଓଏଏସ୍ ଟୁନା ମେହେରଙ୍କୁ କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଓଏଏସ୍ ସୁରେନ୍ଦ୍ର ମେହେରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର, ଓଏଏସ୍ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ମ୍ୟୁନିସପାଲଟିର ଏକଜ୍ୟୁଟିଭ ଅଫିସର ଏବଂ ଓଏଏସ୍ ଅଶୋକ କୁମାର ଲେଙ୍କାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

ଆହୁରି ପଢ଼ନ୍ତୁ: ରାତିଅଧରେ ଜଟଣୀରେ ବିଭତ୍ସ ହତ୍ୟାକାଣ୍ଡ: ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୁତ୍ତ

13 Dec 2022 By The Sakala

ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ଯସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏଏସ୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି ହୋଇଛନ୍ତି । ସେହିପରି ସେଠାରେ ଥିବା ବରିଷ୍ଠ ଓଏଏସ୍ ସୀତାରାମ ପଟେଲଙ୍କୁ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତରିକ୍ତ ଭାବେ ଟିଚର୍ସ ଟ୍ରେନିଂ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ।

ସେହିପରି ବରିଷ୍ଠ ଓଏଏସ୍ ବିରଂଚି ନାରାୟଣ ଦରୱାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର ଭାବେ ବଦଳି ହୋଇଛି । ଓଏଏସ୍ ଟୁନା ମେହେରଙ୍କୁ କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଓଏଏସ୍ ସୁରେନ୍ଦ୍ର ମେହେରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର, ଓଏଏସ୍ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ମ୍ୟୁନିସପାଲଟିର ଏକଜ୍ୟୁଟିଭ ଅଫିସର ଏବଂ ଓଏଏସ୍ ଅଶୋକ କୁମାର ଲେଙ୍କାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର