କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ସେ ମା’ମାନଙ୍କୁ ବାରମ୍ବାର ଅପମାନିତ ନ କରନ୍ତୁ : କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ଉମରକୋଟ : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି ।  ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ […]

ଉମରକୋଟ : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି ।  ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ଆହୁରି ପଢ଼ନ୍ତୁ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଶୃଙ୍ଖଳିତ ରଥଟଣା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀରେ ପୋଲିସ ବିଭାଗ ଏବଂ ଲାଇଫଗାର୍ଡଙ୍କ ମକ୍ ଡ୍ରିଲ୍

ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ  ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ୟ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ତାଙ୍କୁ ଅନୁରୋଧ ସେ ମା ମାନଙ୍କୁ  ବାରମ୍ବାର ଅପମାନିତ ନ କରନ୍ତୁ, ମା ମାନେ ତାଙ୍କୁ ଉଚିତ ଜବାବ ଦେବେ।  ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ, ସେମାନେ ଉତ୍ତର ଦେଇପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ମିଶନ ଶକ୍ତିର ଗୌରବ ଲିଭାଇବାକୁ ସରକାରଙ୍କ ଉଦ୍ୟମ: ବିଜେଡି

କାର୍ତ୍ତିକ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ମାଆମାନଙ୍କ ପଛରେ ଛିଡା ହୋଇଛନ୍ତି । ସେଥିପାଇଁ ମିଶନ ଶକ୍ତିକୁ ସଶକ୍ତ କରିବା ପାଇଁ ବରାବର ଉଦ୍ୟମ କରୁଛନ୍ତି । ମିଶନ ଶକ୍ତି ମାଆମାନଙ୍କୁ ନିକଟରେ ଦୁବାଇ ପଠାଇବା ପାଇଁ ହୋଇଥିବା ଯୋଜନାକୁ ଭଣ୍ଡୁର କରିଛନ୍ତି ଏହି କେନ୍ଦ୍ରମନ୍ତ୍ରୀ । ଆସନ୍ତା ମେ ୧୩ ତାରିଖରେ ଏହି ଅଞ୍ଚଳରେ ନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ କାମକୁ ନଜରର ରଖି ନବରଙ୍ଗପୁର ଲୋକସଭା ଓ ଉମରକୋଟ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବଡ଼ ବିଜୟୀ କରିବାକୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ‘ସୁଭଦ୍ରା’ଙ୍କୁ କନ୍ଦାଇଲେ ‘ଅସ୍ମିତା’ ସରକାର: ବନ୍ଦ କରିଦେଲେ ପଲ୍ଲିଶ୍ରୀ ମେଳା

26 Apr 2024 By The Sakala

କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ସେ ମା’ମାନଙ୍କୁ ବାରମ୍ବାର ଅପମାନିତ ନ କରନ୍ତୁ : କାର୍ତ୍ତିକ ପାଣ୍ଡିଆନ

ଉମରକୋଟ : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି ।  ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ  ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ୟ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ତାଙ୍କୁ ଅନୁରୋଧ ସେ ମା ମାନଙ୍କୁ  ବାରମ୍ବାର ଅପମାନିତ ନ କରନ୍ତୁ, ମା ମାନେ ତାଙ୍କୁ ଉଚିତ ଜବାବ ଦେବେ।  ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ, ସେମାନେ ଉତ୍ତର ଦେଇପାରିବେ ନାହିଁ।

କାର୍ତ୍ତିକ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ମାଆମାନଙ୍କ ପଛରେ ଛିଡା ହୋଇଛନ୍ତି । ସେଥିପାଇଁ ମିଶନ ଶକ୍ତିକୁ ସଶକ୍ତ କରିବା ପାଇଁ ବରାବର ଉଦ୍ୟମ କରୁଛନ୍ତି । ମିଶନ ଶକ୍ତି ମାଆମାନଙ୍କୁ ନିକଟରେ ଦୁବାଇ ପଠାଇବା ପାଇଁ ହୋଇଥିବା ଯୋଜନାକୁ ଭଣ୍ଡୁର କରିଛନ୍ତି ଏହି କେନ୍ଦ୍ରମନ୍ତ୍ରୀ । ଆସନ୍ତା ମେ ୧୩ ତାରିଖରେ ଏହି ଅଞ୍ଚଳରେ ନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ କାମକୁ ନଜରର ରଖି ନବରଙ୍ଗପୁର ଲୋକସଭା ଓ ଉମରକୋଟ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବଡ଼ ବିଜୟୀ କରିବାକୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର