ଖୁବ୍‌ଶୀଘ୍ର କନିଷ୍ଠ ଶିକ୍ଷକ ନିଯୁକ୍ତି, ଜିଲ୍ଲାପରିଷଦ ବୈଠକ କରିବାକୁ ଜିଲ୍ଲାପାଳଙ୍କୁ ଚିଠି…

The Sakala Picture
Published On

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ନିଯୁକ୍ତି ପାଇଁ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତି ସରିଛି। ଜିଲ୍ଲାସ୍ତରରେ ଜିଲ୍ଲାପରିଷଦ ବୈଠକରେ ଅନୁମୋଦନ ପାଇବା ପରେ ନିଯୁକ୍ତି ଦିଆଯିବ। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୬ ତାରିଖରୁ କାଉନ୍‌ସେଲିଂ ପ୍ରକ୍ରିୟା ସରିଛି। କେଉଁ ବିଦ୍ୟାଳୟରେ କାହାକୁ ନିଯୁକ୍ତି ଦିଆଯିବ ତାହାର ତାଲିକା ମଧ୍ୟ ସମ୍ପୃକ୍ତ ଜିଲ୍ଲାକୁ ପଠା ସରିଛି। ଜିଲ୍ଲା ପରିଷଦ ବୈଠକରେ ଏହାକୁ ଅନୁମୋଦନ ମିଳିବ। ହେଲେ ଗତ ଜୁଲାଇ ୫ ତାରିଖରେ ବିଧାନସଭା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି […]

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ନିଯୁକ୍ତି ପାଇଁ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତି ସରିଛି। ଜିଲ୍ଲାସ୍ତରରେ ଜିଲ୍ଲାପରିଷଦ ବୈଠକରେ ଅନୁମୋଦନ ପାଇବା ପରେ ନିଯୁକ୍ତି ଦିଆଯିବ। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୬ ତାରିଖରୁ କାଉନ୍‌ସେଲିଂ ପ୍ରକ୍ରିୟା ସରିଛି। କେଉଁ ବିଦ୍ୟାଳୟରେ କାହାକୁ ନିଯୁକ୍ତି ଦିଆଯିବ ତାହାର ତାଲିକା ମଧ୍ୟ ସମ୍ପୃକ୍ତ ଜିଲ୍ଲାକୁ ପଠା ସରିଛି। ଜିଲ୍ଲା ପରିଷଦ ବୈଠକରେ ଏହାକୁ ଅନୁମୋଦନ ମିଳିବ। ହେଲେ ଗତ ଜୁଲାଇ ୫ ତାରିଖରେ ବିଧାନସଭା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରି ବିଧାୟକ ସଭ୍ୟ ଥିବା କମିଟିର ବୈଠକ ବିଧାନସଭା ଆରମ୍ଭ ହେବାର ୩ଦିନ ପୂର୍ବରୁ ଏବଂ ସରିବାର ୩ଦିନ ପର୍ଯ୍ୟନ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଜଣେ ସଭ୍ୟ ହୋଇଥିବାରୁ ବୈଠକ ହୋଇପାରିନାହିଁ। ଚଳିତ ସପ୍ତାହରେ ବୈଠକ ନେଇ ନୋଟିସ୍‌ ଜାରି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭାର ଅଧିବେଶନ ଶେଷ ହେବା ପରେ ପରେ ଜିଲ୍ଲା ପରିଷଦ ବୈଠକ ବସିପାରିବ। ସମସ୍ତ ଜିଲ୍ଲାରେ ୧୮ ତାରିଖ ପୂର୍ବରୁ ବୈଠକ ଶେଷ କରିବା ପାଇଁ ଏବଂ ସମସ୍ତ ସଦସ୍ୟଙ୍କୁ ୭ଦିନ ପୂର୍ବରୁ ଅବଗତ କରିବା ପାଇଁ ନୋଟିସ ଜାରି କରିବାକୁ କୁହାଯାଇଛି। ଜିଲ୍ଲାପରିଷଦ ବୈଠକ ଚୁଡ଼ାନ୍ତ କରି ୭ ଦିନ ମଧ୍ୟରେ ଅବଗତ କରବା ପାଇଁ ଗତକାଲି ଓସେପା ବିଜ୍ଞପ୍ତି ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର