ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଗିରଫ
ପୁରୀ: ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ଜଣେ ଗିରଫ। ଗିରଫ ହେଉଛନ୍ତି ଭୁବନେଶ୍ୱରର ରିଅଲ୍ ଷ୍ଟେଟ୍ ବ୍ୟବସାୟୀ ଡିସ୍ପୋଜା ପଟ୍ଟନାୟକ। SHREEPRASAD.ORG ନାମକ ୱବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଦେଇଥିଲେ ଏତଲା। ୱବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା । ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ IT Actରେ ମାମଲା ରୁଜୁ କରାଯାଇଛି।





