ରାୟଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ୟାଙ୍କର ଧକ୍କାରେ ୩ ବାଇକ୍ ଆରୋହୀ ମୃତ

Madhusudan Das Picture
Published On

ରାୟଗଡ଼ା: ଟ୍ୟାଙ୍କର ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ । ରାୟଗଡ଼ା ଜିଲ୍ଲା ଟିକିରି ମଶୁରିପଦର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ୩ ବାଇକ୍ ଆରୋହୀଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁର ଗୋବିନ୍ଦ ଝୋଡିଆଙ୍କ ପୁଅ ନରେନ୍ଦ୍ର ଝଡିଆ (୨୫),ମୁନା ଝୋଡିଆଙ୍କ ପୁଅ ଉମାକାନ୍ତ ଝଡିଆ (୧୪),ଜଗ ଝଡିଆଙ୍କ ପୁଅ ଟୁନୁ ଝଡିଆ (୨୩)।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି ବେଦାନ୍ତ ଆଲୁମିନିୟମ

ସୂଚନା ଅନୁସାରେ, ମଶୁରିପଦର ଛକ ନଟରାଜ ପେଟ୍ରଲ ପମ୍ପ ନିକଟରେ ବିଳମ୍ବିତ ରାତିରେ ରାସ୍ତା ଉପରେ ବେନିୟମ ଭାବେ ଛିଡା ହୋଇଥିବା ଏକ ଟ୍ୟାଙ୍କର(ୟୁପି୬୪ବିଟି ୮୬୪୬)କୁ ଏକ ବାଇକ(ଓଡି୧୮ସି୩୫୨୧) ଧକ୍କା ଦେବା ଫଳରେ ବାଇକ ଆରୋହିଙ୍କ ସମେତ ୩ ଜଣଙ୍କର ମୃତ ଘଟିଛି । ସେମାନେ କୌଣସି କାମରେ ଟିକିରି ପଟୁ ଗୋରଖପୁର ଆଡକୁ ଯାଉଥିବା ବେଳେ ରାସ୍ତା ଉପରେ ଛିଡା ହୋଇଥିବା ଟେଙ୍କରକୁ ଧକ୍କା ଦେବା ଫଳରେ ଗୁରୁତର ଆହତ ଅବସ୍ଥାରେ ଘଟଣାସ୍ଥଳରେ ପଡି ରହିଥିଲେ । ଖବର ପାଇ ଟିକିରି ଥାନା ପୋଲିସ ଗୁରୁତର ମାନଙ୍କୁ ଉଦ୍ଧାର କରି ଆମ୍ବୁଲନ୍ସ ଯୋଗେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ଜଣକୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଟୁନୁ ଝଡିଆ ରାୟଗଡା ଆସୁଥିବା ବେଳେ ଅଧା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଏବଂ ଚିକିତ୍ସାଧିନ ଅବସ୍ଥାରେ ଉମାକାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ସ୍ଥାନୀୟ ପୋଲିସ ଓ କାଶିପୁର ତହସିଲଦାର ଅନୁପମ ଆଚାର୍ୟ୍ୟ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର