ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ

The Sakala Picture
Published On

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଝରିଡି ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଜଣଙ୍କ ଘର ରେଖାପଦର ପଞ୍ଚାୟତର ଝିଲିଗୁଡା ଗାଁର ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଜଣେ ଷଷ୍ଠ ଶେଣୀର ଛାତ୍ର ପ୍ରଥମ ଶ୍ରେଣୀର ଗୋବିନ୍ଦକୁ ମାଡ଼ ମାରିଥିଲେ । ହଷ୍ଟେଲ ପରିଚାଳକ ଜାଣିବା […]

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଝରିଡି ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଜଣଙ୍କ ଘର ରେଖାପଦର ପଞ୍ଚାୟତର ଝିଲିଗୁଡା ଗାଁର ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ଅଭିଯୋଗ ଅନୁଯାୟୀ, ଜଣେ ଷଷ୍ଠ ଶେଣୀର ଛାତ୍ର ପ୍ରଥମ ଶ୍ରେଣୀର ଗୋବିନ୍ଦକୁ ମାଡ଼ ମାରିଥିଲେ । ହଷ୍ଟେଲ ପରିଚାଳକ ଜାଣିବା ପରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ରାମନଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅପରପଟେ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଓ ସ୍କୁଲ କର୍ତ୍ତୁପକ୍ଷ ମିଶି ପ୍ରଥମେ ରାୟଗଡ଼ା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଛାତ୍ରଜଣଙ୍କ ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଛାତ୍ରକୁ ଅନ୍ୟ କିଛି ରୋଗ କିମ୍ବା ସିକିଲ ସେଲ ଭଳି ରୋଗ ଥିଲା ବୋଲି ଜଣାପଡୁଛି । ଘଟଣାର ଅନୁଧ୍ୟାନ କରାଯାଉଛି ଯଦି କିଛି ଅଘଟଣ ସଂମ୍ପର୍କରେ ସୁଚନା ମିଳିଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର