ହେରାପଞ୍ଚମୀରେ ମହାପ୍ରଭୁଙ୍କ ମାନବୀୟ ଲୀଳା: ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ, ଆଜି ତିନିରଥର ଦକ୍ଷିଣ ମୋଡ଼

The Sakala Picture
Published On

ପୁରୀ: ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଶନିବାର ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଏବଂ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ବିବାହ ସରିଥିଲା। ହେଲେ ଗଇଁଠାଳ ଫିଟି ନ ଥିଲା। ଅର୍ଥାତ୍‌‌ ବିବାହ […]

ପୁରୀ: ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଶନିବାର ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ମହାପ୍ରଭୁ ଏବଂ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ବିବାହ ସରିଥିଲା। ହେଲେ ଗଇଁଠାଳ ଫିଟି ନ ଥିଲା। ଅର୍ଥାତ୍‌‌ ବିବାହ କର୍ମ ଅଧାରେ ରହିଛି। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡ଼ିଲେ। ବିଭିନ୍ନ ପଥି ସେବନ କରି ଆରୋଗ୍ୟ ଲାଭ କଲେ। ଦ୍ୱିତୀୟା ତିଥିରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାକ୍ଷାତ୍‌‌ ନ କରି ଭାଇଭଉଣୀଙ୍କୁ ସାଥୀରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ। ମହାପ୍ରଭୁ ଦର୍ଶନ ଦେଲେ, କିନ୍ତୁ ମହାଲକ୍ଷ୍ମୀଙ୍କ ଫେରିବା ଅନୁରୋଧକୁ ରଖିଲେ ନାହିଁ। ଏଥିରେ ରୋଷ କରି ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗି ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ଫେରିବା ସମୟରେ ପନ୍ତି ଭୋଗ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀଙ୍କ ମାଜଣା ହୋଇଥିଲା। ଏହାପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହିତ ପଟୁଆରରେ ଶ୍ରୀଗୁଣ୍ଡିଚା ଅଭିମୁଖେ ବାହାରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚିବା ପରେ ପତି ମହାପାତ୍ର ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଓ ଦହିପଟି ମଣୋହୀ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ବିଜେ କରି ଜୟ ବିଜୟ ଦ୍ୱାର ନିକଟକୁ ଆସିଥିଲେ। ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଫେରି ନ ଥିଲେ। ଏହାପରେ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇଥିଲେ। ସେଠାରେ ରଥର କିଛି ଅଂଶ ଭାଙ୍ଗିଥିଲେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହି ମହାନ ନୀତିକୁ ଭକ୍ତମାନେ ଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଅନ୍ୟପଟେ ଆସନ୍ତା ୨୮ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ଆଜି ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌‌ ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌‌ ଦ୍ୱାରା ଶନିବାର ତିନିରଥର ଯାଞ୍ଚ କରାଯାଇଛି। ଯାହା ବି କିଛି ମରାମତି ଦରକାର ଥିଲା ତାହା ଶେଷ ହୋଇଛି। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ତେବେ ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର