ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର: କଟିଯାଇଥିବା ଡାହାଣ ହାତର ବୁଢ଼ା ଅଙ୍ଗୁଳି ଜାଗାରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି

The Sakala Picture
Published On

କଟକ: କଟକ ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଏଭଳି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ, ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ […]

କଟକ: କଟକ ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଏଭଳି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା କୁହାଯାଇଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସୂଚନା ଅନୁସାରେ, ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ସେହି କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ୨୫ ବର୍ଷୀୟ ଯୁବକ ସୀତାକାନ୍ତ । ୧୦ ଦିନ ପୂର୍ବରୁ ହୋଇଥିଲା ଅପରେସନ । ବର୍ତ୍ତମାନ ସୀତାକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବାମ ଗୋଡ଼ର ଦ୍ବିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ହାତ ବୁଢା ଆଙ୍ଗୁଠିରେ ଯୋଡ଼ା ଯାଇଛି । ୮ ଜଣ ଦକ୍ଷ ଡାକ୍ତରର ଏହି ବିରଳ ଅପରେସନରେ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

21 Jan 2023 By The Sakala

ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର: କଟିଯାଇଥିବା ଡାହାଣ ହାତର ବୁଢ଼ା ଅଙ୍ଗୁଳି ଜାଗାରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି

କଟକ: କଟକ ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଏଭଳି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା କୁହାଯାଇଛି ।

ସୂଚନା ଅନୁସାରେ, ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ସେହି କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ୨୫ ବର୍ଷୀୟ ଯୁବକ ସୀତାକାନ୍ତ । ୧୦ ଦିନ ପୂର୍ବରୁ ହୋଇଥିଲା ଅପରେସନ । ବର୍ତ୍ତମାନ ସୀତାକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବାମ ଗୋଡ଼ର ଦ୍ବିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ହାତ ବୁଢା ଆଙ୍ଗୁଠିରେ ଯୋଡ଼ା ଯାଇଛି । ୮ ଜଣ ଦକ୍ଷ ଡାକ୍ତରର ଏହି ବିରଳ ଅପରେସନରେ ସାମିଲ ହୋଇଥିଲେ ।

https://www.thesakala.in/latest-odisha-news/rare-surgery-in-cuttack-scb-medical/article-18305
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର