ରାଜ୍ୟରେ ବଢ଼ିଲା ଗୁଳୁଗୁଳି : ୩୧ରୁ ବର୍ଷା,ୟେଲୋ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ବ୍ରେକ୍‍ ଅବଧି ଜାରି ରହିଛି। ମୌସୁମୀ ନିମ୍ନ ଚାପରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ବର୍ତ୍ତମାନ ହିମାଳୟ ପାଦଦେଶ ଦେଇ ଅତିକ୍ରମ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ନିଷ୍କ୍ରିୟ ରହିଛି। ମୌସୁମୀର ନିସ୍କ୍ରିୟତା ଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇଛି ଓ ତାପମାତ୍ରାରେ ବୃଦ୍ଧି ଘଟିଛି। ସାଧାରଣତଃ ମୌସୁମୀ ନିଷ୍କ୍ରିୟ ରହିଲେ ଆକାଶ ମେଘମୁକ୍ତ ରହୁଛି ଓ ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ […]

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ବ୍ରେକ୍‍ ଅବଧି ଜାରି ରହିଛି। ମୌସୁମୀ ନିମ୍ନ ଚାପରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ବର୍ତ୍ତମାନ ହିମାଳୟ ପାଦଦେଶ ଦେଇ ଅତିକ୍ରମ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ନିଷ୍କ୍ରିୟ ରହିଛି। ମୌସୁମୀର ନିସ୍କ୍ରିୟତା ଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇଛି ଓ ତାପମାତ୍ରାରେ ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ବେଳକୁ ପୁଣି ଏକ ଲଘୁଚାପ ଆଶଙ୍କା, ୧୮ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ

ସାଧାରଣତଃ ମୌସୁମୀ ନିଷ୍କ୍ରିୟ ରହିଲେ ଆକାଶ ମେଘମୁକ୍ତ ରହୁଛି ଓ ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ଉପରେ ପଡ଼ୁଛି। ଏହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ହେଉଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବାୟୁମଣ୍ଡଳ ଉତ୍ତପ୍ତ ରହୁଛି ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏହା ସଂସ୍ପର୍ଶରେ ଆସିବା ପରେ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେଉଛି। ଏହି କାରଣରୁ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତଜନିତ ମୃତ୍ୟୁ ଜାରି ରହିଛି। ବଜ୍ରପାତରେ ଏକାଧିକ ଲୋକ ପ୍ରାଣ ହରାଉଛନ୍ତି।

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏହି ସ୍ଥିତି ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ୩୧ ଓ ୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଅନୁଭୂତ ହେବ। ୩୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ଯୁବ ଛାତ୍ର ସଂଗଠନର ଗର୍ଜନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର