ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ରତ୍ନସିଂହାସନରେ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ ଶ୍ରୀଜିଉ

The Sakala Picture
Published On

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଗତ ଦୁଇବର୍ଷ କରୋନା ପାଇଁ ଶ୍ରଦ୍ଧାଳୁମାନେ ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ଥିଲେ। ହେଲେ ଏଥର ଦର୍ଶକ କରିପାରିବେ ଶ୍ରଦ୍ଧାଳୁ। ପୌରାଣିକ ତଥ୍ୟ ଅନୁଯାୟୀ, ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ […]

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଗତ ଦୁଇବର୍ଷ କରୋନା ପାଇଁ ଶ୍ରଦ୍ଧାଳୁମାନେ ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ଥିଲେ। ହେଲେ ଏଥର ଦର୍ଶକ କରିପାରିବେ ଶ୍ରଦ୍ଧାଳୁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପୌରାଣିକ ତଥ୍ୟ ଅନୁଯାୟୀ, ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୌଷ ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ୧୦୮ ଗଡ଼ୁ ଘିଅ ମିଶ୍ରିତ ଜଳରେ କେବଳ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ। ଏହାପରେ ଶ୍ରୀବିଗ୍ରହମାନଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ସୁନାବେଶ ଅନୁଷ୍ଠିତ ହୋଇଥାଏ। ବର୍ଷକ ମଧ୍ୟରେ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହି ସୁନାବେଶ ଅନ୍ୟତମ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ରାତି ୨ଟାରେ ଦ୍ୱାରଫିଟା, ୩ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ଚାଲିବ। ଭୋର ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢିବା ଲାଗି ନିର୍ଘଣ୍ଟ ହୋଇଛି। ସେହିପରି ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ସକାଳ ଧୂପ (କେବଳ କୋଠ ଭୋଗ), ପୂର୍ବାହ୍ନ ୧୧ଟା ୧୫ରେ ମହାଲକ୍ଷ୍ମୀ ବିଜେ, ୧୧ଟା ୩୦ରୁ ଅପରାହ୍ନ ୧ଟା ମଧ୍ୟରେ ଶ୍ରୀପୟର ଲାଗି ଅଭିଷେକ ବେଶ, ୧ଟା ୪୫ରେ ଭୋଗମଣ୍ଡପ, ଅପରାହ୍ନ ୪ଟା ୩୫ରେ ଆଜ୍ଞାମାଳ ପାଇଁ ରଘୁନାଥଦେବ ଲକ୍ଷ୍ମୀ ମମନ୍ଦିରକୁ ବିଜେ, ୫ଟାରେ ଭୋଗମଣ୍ଡପ ଶେଷ, ରାତି ୭ଟା ୩୦ରେ ସନ୍ଧ୍ୟା ଆଳତି, ୧୦ଟାରେ ଅଭିଷେକ ନୀତି ଶେଷ, ୧୧ଟାରେ ବଡ଼ସିଂହାର ବେଶ, ସାଢେ ୧୧ଟାରେ ବଡ଼ସିଂହାର ଭୋଗ, ୧୧ଟା ୪୫ରେ ଟୋପର ଲାଗି ସରି ରାତି ୧୨ଟାରେ ରାତ୍ର ପହୁଡ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

06 Jan 2023 By The Sakala

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ରତ୍ନସିଂହାସନରେ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଗତ ଦୁଇବର୍ଷ କରୋନା ପାଇଁ ଶ୍ରଦ୍ଧାଳୁମାନେ ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ଥିଲେ। ହେଲେ ଏଥର ଦର୍ଶକ କରିପାରିବେ ଶ୍ରଦ୍ଧାଳୁ।

ପୌରାଣିକ ତଥ୍ୟ ଅନୁଯାୟୀ, ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୌଷ ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ୧୦୮ ଗଡ଼ୁ ଘିଅ ମିଶ୍ରିତ ଜଳରେ କେବଳ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ। ଏହାପରେ ଶ୍ରୀବିଗ୍ରହମାନଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ସୁନାବେଶ ଅନୁଷ୍ଠିତ ହୋଇଥାଏ। ବର୍ଷକ ମଧ୍ୟରେ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହି ସୁନାବେଶ ଅନ୍ୟତମ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ରାତି ୨ଟାରେ ଦ୍ୱାରଫିଟା, ୩ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ଚାଲିବ। ଭୋର ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢିବା ଲାଗି ନିର୍ଘଣ୍ଟ ହୋଇଛି। ସେହିପରି ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ସକାଳ ଧୂପ (କେବଳ କୋଠ ଭୋଗ), ପୂର୍ବାହ୍ନ ୧୧ଟା ୧୫ରେ ମହାଲକ୍ଷ୍ମୀ ବିଜେ, ୧୧ଟା ୩୦ରୁ ଅପରାହ୍ନ ୧ଟା ମଧ୍ୟରେ ଶ୍ରୀପୟର ଲାଗି ଅଭିଷେକ ବେଶ, ୧ଟା ୪୫ରେ ଭୋଗମଣ୍ଡପ, ଅପରାହ୍ନ ୪ଟା ୩୫ରେ ଆଜ୍ଞାମାଳ ପାଇଁ ରଘୁନାଥଦେବ ଲକ୍ଷ୍ମୀ ମମନ୍ଦିରକୁ ବିଜେ, ୫ଟାରେ ଭୋଗମଣ୍ଡପ ଶେଷ, ରାତି ୭ଟା ୩୦ରେ ସନ୍ଧ୍ୟା ଆଳତି, ୧୦ଟାରେ ଅଭିଷେକ ନୀତି ଶେଷ, ୧୧ଟାରେ ବଡ଼ସିଂହାର ବେଶ, ସାଢେ ୧୧ଟାରେ ବଡ଼ସିଂହାର ଭୋଗ, ୧୧ଟା ୪୫ରେ ଟୋପର ଲାଗି ସରି ରାତି ୧୨ଟାରେ ରାତ୍ର ପହୁଡ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର