ମନୋରଞ୍ଜନ

ହୋଟେଲର ସୁଇମିଂ ପୁଲ୍‌ରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ! ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Madhusudan Das Picture
Published On

ପୁରୀ: ସାଙ୍ଗଙ୍କ ସହ ଜନ୍ମଦିନ ଖୁସି ମନାଇବାକୁ ହୋଟେଲ ଯାଇଥିଲେ ଯୁବତୀ । ହେଲେ କିଏ ଜାଣିଥିଲା ଜନ୍ମଦିନ ପାର୍ଟି ହିଁ ପାଲଟିଯିବ ତାଙ୍କର ମୃତ୍ୟୁର ଦିନ ବୋଲି। ହୋଟେଲ ସ୍ୱିମିଂପୁଲ୍‌ରେ ଗାଧୋଉଥିବା ବେଳେ ହଠାତ୍‌ ଅଚେତ୍‌ ହୋଇଗଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବତୀ ଜଣକ ହେଲେ ଗୌଡ଼ବାଡ଼ ସାହିର ୨୫ ବର୍ଷୀୟା ମାମା। 

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା: ମୁତୟନ ହେବେ ୨୨୦ ପ୍ଲାଟୁନ୍ ଫୋର୍ସ ଏବଂ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍

ସୂଚନା ଅନୁସାରେ, ଜନ୍ମଦିନ ଥିବାରୁ ତାଙ୍କର ସାଙ୍ଗ (ଏକ ଦମ୍ପତି)ଙ୍କ ସହ ସିଟି ରୋଡ୍‌ର ଏକ ହୋଟେଲକୁ ଯାଇଥିଲେ। ସେହି ହୋଟେଲ ଉପରେ ଥିବା ସ୍ୱିମିଂପୁଲ୍‌କୁ ୩ ଜଣ ଯାକ ଗାଧୋଇବାକୁ ଯାଇଥିଲେ। ମାମା ଗାଧୋଉଥିବା ବେଳେ ହଠାତ୍‌ ସ୍ୱିମିଂପୁଲ ପାଣିରେ ଅଚେତ୍‌ ହୋଇଯାଇଥିଲେ। ତାଙ୍କୁ ହୋଟେଲର ସୁରକ୍ଷା କର୍ମୀ ଓ ତାଙ୍କ ସାଙ୍ଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ କିଛି ଲୋକ ସେ ବୁଡ଼ିଯିବାରୁ ମୃତ୍ୟୁ ହେଲା ବୋଲି କହୁଛନ୍ତି। ସମୁଦ୍ରକୂଳ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରଯାଇ ତଦନ୍ତ ଚାଲିଛି। ମଙ୍ଗଳବାର ବ୍ୟବଚ୍ଛେଦ ପରେ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସମୁଦ୍ର କୂଳ ଥାନାଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ରଧାମ; ଭକ୍ତଙ୍କ ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ

ଅନ୍ୟପଟେ ମୃତ ଯୁବତୀଙ୍କ ପରିବାର ଲୋକ ମାମାଙ୍କୁ ହତ୍ୟା କରାଯାଇଥିବା ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତେବେ ସୁଇମିଂ ପୁଲ ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି। ବିଭିନ୍ନ ଦିଗରୁ ଛାନଭିନ୍ ଚଳାଇଛି ପୋଲିସ। 

ଆହୁରି ପଢ଼ନ୍ତୁ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ: ୪୮ ଘଣ୍ଟା ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବାକୁ ବିଜେଡିର ଦାବି

30 Jun 2026 By Madhusudan Das

ହୋଟେଲର ସୁଇମିଂ ପୁଲ୍‌ରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ! ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପୁରୀ: ସାଙ୍ଗଙ୍କ ସହ ଜନ୍ମଦିନ ଖୁସି ମନାଇବାକୁ ହୋଟେଲ ଯାଇଥିଲେ ଯୁବତୀ । ହେଲେ କିଏ ଜାଣିଥିଲା ଜନ୍ମଦିନ ପାର୍ଟି ହିଁ ପାଲଟିଯିବ ତାଙ୍କର ମୃତ୍ୟୁର ଦିନ ବୋଲି। ହୋଟେଲ ସ୍ୱିମିଂପୁଲ୍‌ରେ ଗାଧୋଉଥିବା ବେଳେ ହଠାତ୍‌ ଅଚେତ୍‌ ହୋଇଗଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବତୀ ଜଣକ ହେଲେ ଗୌଡ଼ବାଡ଼ ସାହିର ୨୫ ବର୍ଷୀୟା ମାମା। 

ସୂଚନା ଅନୁସାରେ, ଜନ୍ମଦିନ ଥିବାରୁ ତାଙ୍କର ସାଙ୍ଗ (ଏକ ଦମ୍ପତି)ଙ୍କ ସହ ସିଟି ରୋଡ୍‌ର ଏକ ହୋଟେଲକୁ ଯାଇଥିଲେ। ସେହି ହୋଟେଲ ଉପରେ ଥିବା ସ୍ୱିମିଂପୁଲ୍‌କୁ ୩ ଜଣ ଯାକ ଗାଧୋଇବାକୁ ଯାଇଥିଲେ। ମାମା ଗାଧୋଉଥିବା ବେଳେ ହଠାତ୍‌ ସ୍ୱିମିଂପୁଲ ପାଣିରେ ଅଚେତ୍‌ ହୋଇଯାଇଥିଲେ। ତାଙ୍କୁ ହୋଟେଲର ସୁରକ୍ଷା କର୍ମୀ ଓ ତାଙ୍କ ସାଙ୍ଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ କିଛି ଲୋକ ସେ ବୁଡ଼ିଯିବାରୁ ମୃତ୍ୟୁ ହେଲା ବୋଲି କହୁଛନ୍ତି। ସମୁଦ୍ରକୂଳ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରଯାଇ ତଦନ୍ତ ଚାଲିଛି। ମଙ୍ଗଳବାର ବ୍ୟବଚ୍ଛେଦ ପରେ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସମୁଦ୍ର କୂଳ ଥାନାଧିକାରୀ କହିଛନ୍ତି।

ଅନ୍ୟପଟେ ମୃତ ଯୁବତୀଙ୍କ ପରିବାର ଲୋକ ମାମାଙ୍କୁ ହତ୍ୟା କରାଯାଇଥିବା ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତେବେ ସୁଇମିଂ ପୁଲ ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି। ବିଭିନ୍ନ ଦିଗରୁ ଛାନଭିନ୍ ଚଳାଇଛି ପୋଲିସ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର