ମନୋରଞ୍ଜନ

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

Madhusudan Das Picture
Published On

ବ୍ରହ୍ମଗିରି: ଆଜି ଠାରୁୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥ ସୋମବାର ସ୍ନାନପୂର୍ଣ୍ଣମୀରେ ସୁନାକୂଅରୁ ୧୦୮ କଳସ ସୁବାସିତ ଗଡୁ ଜଳରେ ମହାସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ସମୟରେ ୧୫ ଦିନ ଧରି ମହାପ୍ରଭୁ ଗୁପ୍ତସେବା ପାଇବା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କୁ ମିଳି ନ ଥାଏ। ଏନେଇ ବ୍ରହ୍ମଗିରିସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଏହି ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ଅଛି। ଆଜି ଠାରୁ ୧୫ ଦିନ ଧରି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଚାଲିଛି । ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତମାନଙ୍କ ଗହଳିଚହଳି । ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । 

ଆହୁରି ପଢ଼ନ୍ତୁ: ଇଂରାଜୀ ବହିକୁ ମାଡ଼ିଗଲା ଓଡ଼ିଆ ଅସ୍ମିତା; ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜଦୋଳି ଗୀତ

ଚଳିତ ବର୍ଷ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨ ପ୍ଲାଟୁନ ମହିଳା ପୁଲିସ ସମେତ ୬ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଜଣେ ଅତିରିକ୍ତି ଏସ୍‌ପି, ଜଣେ ଡିଏସ୍‌ପି, ଜଣେ ଏସ୍‌ଡିପିଓ, ୩ ଜଣ ଇନ୍ସପେକ୍ଟର, ୨୦ଜଣ ଅଫିସର ରହିବେ। ମନ୍ଦିର ଆଗରେ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇଛି। ଲୁଟେରାଙ୍କୁ କାବୁ କରିବା ପାଇଁ ସାଦା ପୋଷାକରେ ପୁଲିସ ନଜର ରଖିବେ ବୋଲି ଥାନା ଆଇଆଇସି ବାମେଦବ ସ୍ୱାଇଁ ଜଣାଇଛନ୍ତି। ଚଳିତ ବର୍ଷ ଭକ୍ତଙ୍କର ସୁବିଧା ଓ ସୁରକ୍ଷା ନିମନ୍ତେ ୧୬ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଭକ୍ତମାନେ ଧାଡ଼ିରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦର୍ଶନ ପାଇଁ ପାରମାଣିକ ଟିକଟ୍‌ ବ୍ୟବସ୍ଥାକୁ ଚଳିତ ବର୍ଷ ବନ୍ଦ କରିଦିଆଯାଇଥିବା ଜଣାଯାଇଛି। ଯାହା ଫଳରେ ଏବର୍ଷ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିବ। 

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ: ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି କହିଲେ ମୁଖ୍ୟମନ୍ତ୍ରୀ

ଦୀପ, କଦଳୀ ପତ୍ର ଓ ଯାନବାହନ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଟ୍ରାଫିକ୍‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାନ୍ଥନିବାସଠାରେ ଭିଆଇପି ଓ ଭିଭିଆଇପିଙ୍କ ଗାଡ଼ି ପାର୍କିଂ କରାଯିବ। ଅନ୍ୟ ଭକ୍ତମାନଙ୍କ ଗାଡ଼ି ଚନ୍ଦନ ଚକଡ଼ାରେ ଥିବା ପାର୍କିଂରେ ରଖିବେ। ବସ୍‌ ନେଇ ଆସୁଥିବା ଯାତ୍ରୀମାନେ ନୂଆ ବସ୍‌ ଷ୍ଟାଣ୍ଡରେ ରହିବେ। ଅନବସର ୧୫ ଦିନ ପାଇଁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ନୀତି ନିର୍ଘଣ୍ଟ ମଧ୍ୟ ନିର୍ଦ୍ଧାରଣ କରାଯାଇଥିବା ନେଇ ମନ୍ଦିର ସେବାୟତ ନିଯୋଗ ତରଫରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ଡକାୟତି ଓ ହତ୍ୟା ମାମଲାର ସଜା କାଟୁଥିଲେ

30 Jun 2026 By Madhusudan Das

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମଗିରି: ଆଜି ଠାରୁୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥ ସୋମବାର ସ୍ନାନପୂର୍ଣ୍ଣମୀରେ ସୁନାକୂଅରୁ ୧୦୮ କଳସ ସୁବାସିତ ଗଡୁ ଜଳରେ ମହାସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ସମୟରେ ୧୫ ଦିନ ଧରି ମହାପ୍ରଭୁ ଗୁପ୍ତସେବା ପାଇବା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କୁ ମିଳି ନ ଥାଏ। ଏନେଇ ବ୍ରହ୍ମଗିରିସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଏହି ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ଅଛି। ଆଜି ଠାରୁ ୧୫ ଦିନ ଧରି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଚାଲିଛି । ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତମାନଙ୍କ ଗହଳିଚହଳି । ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । 

ଚଳିତ ବର୍ଷ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨ ପ୍ଲାଟୁନ ମହିଳା ପୁଲିସ ସମେତ ୬ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଜଣେ ଅତିରିକ୍ତି ଏସ୍‌ପି, ଜଣେ ଡିଏସ୍‌ପି, ଜଣେ ଏସ୍‌ଡିପିଓ, ୩ ଜଣ ଇନ୍ସପେକ୍ଟର, ୨୦ଜଣ ଅଫିସର ରହିବେ। ମନ୍ଦିର ଆଗରେ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇଛି। ଲୁଟେରାଙ୍କୁ କାବୁ କରିବା ପାଇଁ ସାଦା ପୋଷାକରେ ପୁଲିସ ନଜର ରଖିବେ ବୋଲି ଥାନା ଆଇଆଇସି ବାମେଦବ ସ୍ୱାଇଁ ଜଣାଇଛନ୍ତି। ଚଳିତ ବର୍ଷ ଭକ୍ତଙ୍କର ସୁବିଧା ଓ ସୁରକ୍ଷା ନିମନ୍ତେ ୧୬ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଭକ୍ତମାନେ ଧାଡ଼ିରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦର୍ଶନ ପାଇଁ ପାରମାଣିକ ଟିକଟ୍‌ ବ୍ୟବସ୍ଥାକୁ ଚଳିତ ବର୍ଷ ବନ୍ଦ କରିଦିଆଯାଇଥିବା ଜଣାଯାଇଛି। ଯାହା ଫଳରେ ଏବର୍ଷ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିବ। 

ଦୀପ, କଦଳୀ ପତ୍ର ଓ ଯାନବାହନ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଟ୍ରାଫିକ୍‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାନ୍ଥନିବାସଠାରେ ଭିଆଇପି ଓ ଭିଭିଆଇପିଙ୍କ ଗାଡ଼ି ପାର୍କିଂ କରାଯିବ। ଅନ୍ୟ ଭକ୍ତମାନଙ୍କ ଗାଡ଼ି ଚନ୍ଦନ ଚକଡ଼ାରେ ଥିବା ପାର୍କିଂରେ ରଖିବେ। ବସ୍‌ ନେଇ ଆସୁଥିବା ଯାତ୍ରୀମାନେ ନୂଆ ବସ୍‌ ଷ୍ଟାଣ୍ଡରେ ରହିବେ। ଅନବସର ୧୫ ଦିନ ପାଇଁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ନୀତି ନିର୍ଘଣ୍ଟ ମଧ୍ୟ ନିର୍ଦ୍ଧାରଣ କରାଯାଇଥିବା ନେଇ ମନ୍ଦିର ସେବାୟତ ନିଯୋଗ ତରଫରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର