ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ; ଲୁହା ରଡ୍‌ରେ ପିଟିପିଟି ଯୁବକଙ୍କୁ ମାରିଦେଲେ ଦୁର୍ବୃତ୍ତ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୋମହର୍ଷକ ହତ୍ୟାକାଣ୍ଡ । ଲୁହା ରଡ୍‌ରେ ଯୁବକଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲାର କୃଷ୍ଣ ଚନ୍ଦ୍ର ପାଢ଼ୀ ବୋଲି ଜଣାପଡ଼ିଛି। ଖଣ୍ଡଗିରି କୋଳଥିଆ ଛକରେ ଘଟିଛି ହତ୍ୟାକାଣ୍ଡ । ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ ପରିବାର ସହ ଶୋଇଥିବା ବେଳେ ଦୁଇଜଣ ମୁଖାପିନ୍ଧା ଦୁର୍ବୁର୍ତ୍ତ ଲୁହା ରଡ଼ ରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ତାଙ୍କୁ ଛାଡ଼ିଦେଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ଗିରଫ କଲା ଭରତପୁର ପୋଲିସ୍‌

ଖବର ପାଇବା ମାତ୍ରେ ଖଣ୍ଡଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଜର ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରୁ ପ୍ରାଥମିକ ପ୍ରମାଣ ସଂଗ୍ରହ କରିବା ସହ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ବ୍ୟାପକ ସର୍ଚ୍ଚ ଅପରେସନ୍ ବା ତଲାସି ଅଭିଯାନ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁଣି ଦୁର୍ଘଟଣା ଘଟାଇଲା 'ଆମ ବସ୍': ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଦେଲା ଧକ୍କା...

29 Jun 2026 By Madhusudan Das

ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ; ଲୁହା ରଡ୍‌ରେ ପିଟିପିଟି ଯୁବକଙ୍କୁ ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୋମହର୍ଷକ ହତ୍ୟାକାଣ୍ଡ । ଲୁହା ରଡ୍‌ରେ ଯୁବକଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲାର କୃଷ୍ଣ ଚନ୍ଦ୍ର ପାଢ଼ୀ ବୋଲି ଜଣାପଡ଼ିଛି। ଖଣ୍ଡଗିରି କୋଳଥିଆ ଛକରେ ଘଟିଛି ହତ୍ୟାକାଣ୍ଡ । ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ ପରିବାର ସହ ଶୋଇଥିବା ବେଳେ ଦୁଇଜଣ ମୁଖାପିନ୍ଧା ଦୁର୍ବୁର୍ତ୍ତ ଲୁହା ରଡ଼ ରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ତାଙ୍କୁ ଛାଡ଼ିଦେଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଖବର ପାଇବା ମାତ୍ରେ ଖଣ୍ଡଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଜର ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରୁ ପ୍ରାଥମିକ ପ୍ରମାଣ ସଂଗ୍ରହ କରିବା ସହ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ବ୍ୟାପକ ସର୍ଚ୍ଚ ଅପରେସନ୍ ବା ତଲାସି ଅଭିଯାନ ଆରମ୍ଭ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର