ସ୍ୱାମୀଙ୍କଠାରୁ ୫୦ ଲକ୍ଷ ଟଙ୍କା ଲୁଟିବାକୁ ଗୋଗୀ ଗ୍ୟାଙ୍ଗ୍ ସହ ମିଶି ଷଡ଼ଯନ୍ତ୍ର ରଚିଥିଲେ ପତ୍ନୀ, ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ

Suryakanta Picture
Published On

ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀଙ୍କ ପତ୍ନୀ ନିଜ ସ୍ୱାମୀଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତ ପତ୍ନୀ ସପ୍ନା ଜୈନ ଏବଂ ତାଙ୍କର ଜଣେ ସହଯୋଗୀ ରଜତଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ପୁରୀ ଜଗନ୍ନାଥବଲ୍ଲଭ ପରିସରରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ଆନ୍ତର୍ଜାତୀୟ ନମ୍ବରରୁ ଆସିଥିଲା ଧମକପୂର୍ଣ୍ଣ କଲ୍

ପୋଲିସର ସୂଚନାନୁସାରେ, ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରରେ ପାଇକାରୀ ବ୍ୟବସାୟ କରୁଥିବା ଏହି ବ୍ୟବସାୟୀଙ୍କୁ ଜୁନ୍ ୧୪ ତାରିଖରୁ ଏକ ଆନ୍ତର୍ଜାତୀୟ ନମ୍ବରରୁ କଲ୍ ଏବଂ ମେସେଜ୍ ଆସିବା ଆରମ୍ଭ ହୋଇଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ କୁଖ୍ୟାତ ଗୋଗୀ ଗ୍ୟାଙ୍ଗ୍ର ସଦସ୍ୟ ବୋଲି ପରିଚୟ ଦେଇଥିଲା ଏବଂ ୫୦ ଲକ୍ଷ ଟଙ୍କା ଦାବି କରିଥିଲା। ଟଙ୍କା ନଦେଲେ ବ୍ୟବସାୟୀ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ଭୟ ସୃଷ୍ଟି କରିବା ପାଇଁ ଧମକ ଦେଉଥିବା ବ୍ୟକ୍ତି ବ୍ୟବସାୟୀଙ୍କ ଦୋକାନ ଏବଂ ଘରର ଫଟୋ ତଥା ଲୋକେସନ୍ ମଧ୍ୟ ପଠାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ୨୧ ବର୍ଷୀୟା ମଡେଲଙ୍କୁ ଘରେ ପଶି ନିର୍ମମ ହତ୍ୟା; ଜିମ୍ ଟ୍ରେନର ଫେରାର, ପରିବାରର ସାଂଘାତିକ ଅଭିଯୋଗ

ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ

ଏହି ଘଟଣାକୁ ନେଇ ଜୁନ୍ ୧୮ ତାରିଖରେ ଲକ୍ଷ୍ମୀ ନଗର ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୮(୪) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ଏବଂ ପରେ ଏହାର ତଦନ୍ତ ଭାର ସ୍ପେଶାଲ୍ ସେଲ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଟେକ୍ନିକାଲ୍ ସର୍ଭିଲାନ୍ସ ମାଧ୍ୟମରେ ହରିୟାଣାର ସୋନିପତରୁ ୨୯ ବର୍ଷୀୟ ରଜତ ନାମକ ଜଣେ ଯୁବକଙ୍କୁ ଜୁନ୍ ୨୫ରେ ଗିରଫ କରିଥିଲା। ରଜତର ଫୋନ୍ ଯାଞ୍ଚ କରିବା ପରେ ଆମେରିକାରେ ଥିବା ଜଣେ ଗ୍ୟାଙ୍ଗଷ୍ଟର ଏବଂ ବ୍ୟବସାୟୀଙ୍କ ପତ୍ନୀ ସପ୍ନା ଜୈନଙ୍କ ସହ ତାର ନିୟମିତ କଥାବାର୍ତ୍ତା ହେଉଥିବା ଜଣାପଡିଥିଲା।

ଆହୁରି ପଢ଼ନ୍ତୁ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ତଥ୍ୟ ଲିକ୍ କରୁଥିଲେ ଦିଲ୍ଲୀ ଦମ୍ପତି, ସିମ୍ କାର୍ଡ ସପ୍ଲାଏ ଅଭିଯୋଗରେ ଗିରଫ

ପାରିବାରିକ ବିବାଦରୁ ଉପୁଜିଥିଲା ହତ୍ୟା ଷଡ଼ଯନ୍ତ୍ର

ପୋଲିସର ଜେରା ବେଳେ ରଜତ ସ୍ୱୀକାର କରିଥିଲା ଯେ, ବ୍ୟବସାୟୀଙ୍କ ପତ୍ନୀ ସପ୍ନା ହିଁ ଏହି ସବୁ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ। ସପ୍ନା ନିଜ ସ୍ୱାମୀଙ୍କଠାରୁ ଟଙ୍କା ଆଦାୟ କରିବା, ତାଙ୍କୁ ଆକ୍ରମଣ କରିବା ଏବଂ ନିଜ ଶାଶୁଙ୍କୁ ହତ୍ୟା କରିବା ପାଇଁ ରଜତକୁ ଦାୟିତ୍ୱ ଦେଇଥିଲେ। ୨୦୦୭ ମସିହାରେ ବ୍ୟବସାୟୀ ଜଣକ ସପ୍ନାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା। ଏହି ବିବାଦର ପ୍ରତିଶୋଧ ନେବା ପାଇଁ ସପ୍ନା ନିଜ ଭଉଣୀଙ୍କ ସାଙ୍ଗ ରଜତ ଏବଂ କୁଖ୍ୟାତ ଗୋଗୀ ଗ୍ୟାଙ୍ଗ୍ ସହ ମିଶି ଏହି ବିପଜ୍ଜନକ ଯୋଜନା ପ୍ରସ୍ତୁତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp