ମନୋରଞ୍ଜନ

ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

Suryakanta Picture
Published On

ବଲିଉଡର ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ ପୁଣିଥରେ ନିଜର ବେବାକ୍ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବିବାହ ପୂର୍ବରୁ ଯୁବପିଢ଼ିଙ୍କୁ ଲିଭ୍-ଇନ୍ ରିଲେସନସିପ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି। ୭୪ ବର୍ଷୀୟା ଏହି ଅଭିନେତ୍ରୀଙ୍କ ମତରେ ବିବାହ ଭଳି ଏକ ଆଜୀବନ ପ୍ରତିଶ୍ରୁତି ଦେବା ପୂର୍ବରୁ ପାର୍ଟନରଙ୍କ ସହ କିଛି ଦିନ ଏକାଠି ରହି ପରସ୍ପରକୁ ବୁଝିବା ଅତ୍ୟନ୍ତ ଜରୁରୀ।

ଆହୁରି ପଢ଼ନ୍ତୁ: ହଲିଉଡ୍‌ରେ ମିଳିନି ବଲିଉଡ୍ ଭଳି ସଫଳତା: ପ୍ରିୟଙ୍କାଙ୍କ ଖୋଲାଖୋଲି ସ୍ୱୀକାରୋକ୍ତି

ପାରସ୍ପରିକ ବୁଝାମଣା ନିହାତି ଜରୁରୀ

ନିକଟରେ ୟୁଟ୍ୟୁବ୍ ଚ୍ୟାନେଲ୍ 'ଫ୍ଲିପ୍ ଦି ସ୍କ୍ରିପ୍ଟ ୱିଥ୍ ଶୁଭ୍ରା'କୁ ଦେଇଥିବା ଏକ ସାକ୍ଷାତକାରରେ ଜୀନତ ନିଜର ଏହି ମତ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, "ଆଜିର ସମୟରେ ଏବଂ ଅତୀତରେ ମଧ୍ୟ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ। ତେଣୁ ବିବାହ ଭଳି ଏକ ଆଇନଗତ ନିଷ୍ପତ୍ତି ନେବା ପୂର୍ବରୁ ନିଜ ସାଥୀଙ୍କ ସହ ପାରସ୍ପରିକ ବୁଝାମଣା ଅଛି କି ନାହିଁ ତାହା ଜାଣିବା ନିହାତି ଆବଶ୍ୟକ। ଆପଣ ମାନସିକ ଏବଂ ଭାବନାତ୍ମକ ସ୍ତରରେ ପରସ୍ପର ସହ କେତେ ଖାପ ଖୁଆଉଛନ୍ତି ତାହା ପରଖିବା ଦରକାର।"

ଆହୁରି ପଢ଼ନ୍ତୁ: 'ପଠାନଙ୍କୁ କହିଦିଅ ଚୌହାନ ଆସୁଛି... ଆସୁଛି କାଶ୍ମୀରର ପଥରମାଡ଼ ଘଟଣା ଉପରେ ଆଧାରିତ ଅଜୟ ଦେବଗନ୍‌ଙ୍କ ନୂଆ ଫିଲ୍ମ 'ଚୌହାନ'

୧୫ ବର୍ଷ ଦୁଃଖ ଅପେକ୍ଷା ୫ ବର୍ଷ ଖୁସି ଭଲ

ବିବାହ ପରର ଦାୟିତ୍ୱ ବିଷୟରେ କଥା ହୋଇ ଅଭିନେତ୍ରୀ କହିଛନ୍ତି, "ଯଦି ଆପଣ ପିଲାମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ତେବେ ସେମାନଙ୍କୁ କିପରି ବଡ଼ କରିବେ? ଆର୍ଥିକ ସ୍ଥିତିକୁ ନେଇ ଆପଣଙ୍କ ବିଚାର କ'ଣ? ଯଦି ଉଭୟଙ୍କ ମଧ୍ୟରେ କୌଣସି ତାଳମେଳ ନାହିଁ, ତେବେ ସମ୍ପର୍କର ମୂଲ୍ୟ କ'ଣ? ଏକ ସମ୍ପର୍କରେ ୧୫ ବର୍ଷ ଦୁଃଖରେ ବିତାଇବା ଅପେକ୍ଷା ୫ ବର୍ଷ ଖୁସିରେ ବିତାଇବା କ'ଣ ଭଲ ନୁହେଁ କି?" ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକେ ଭାବନ୍ତି ରୋମାନ୍ସ ସବୁଦିନ ରହିବ, କିନ୍ତୁ ସମ୍ପର୍କକୁ ବଞ୍ଚାଇ ରଖିବାକୁ ହେଲେ ଉଭୟଙ୍କୁ ଆଡଜଷ୍ଟ୍ ଏବଂ ସାଲିସ୍ କରିବାକୁ ପଡ଼ିଥାଏ। ହନିମୁନ୍ ଫେଜ୍ ସବୁଦିନ ପାଇଁ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶିବକାର୍ତ୍ତିକେୟନଙ୍କ 'ପରାଶକ୍ତି' ପାଇଁ ବକେୟା ୮ କୋଟି ଟଙ୍କା ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଦ୍ଦେଶିକା ସୁଧା କୋଙ୍ଗାରା; ବିପଦରେ 'ଇଦୟମ୍ ମୁରଲୀ'ର ରିଲିଜ୍

ପୂର୍ବରୁ ହୋଇଥିଲେ ସମାଲୋଚନାର ଶିକାର

ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ୍ ମାସରେ ଇନଷ୍ଟାଗ୍ରାମ୍ ମାଧ୍ୟମରେ ପ୍ରଥମେ ଜୀନତ ଅମାନ ଯୁବପିଢ଼ିଙ୍କୁ ଏହି ପରାମର୍ଶ ଦେଇଥିଲେ। ସେତେବେଳେ ତାଙ୍କର ଏହି ବୟାନକୁ ନେଇ ବେଶ୍ ବିବାଦ ଦେଖାଦେଇଥିଲା। ବଲିଉଡର ଅନ୍ୟତମ ଭେଟେରାନ୍ ଅଭିନେତ୍ରୀ ସାୟରା ବାନୋ ଏବଂ ମୁମତାଜ୍ ତାଙ୍କର ଏହି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏତେ ସମାଲୋଚନା ସତ୍ତ୍ୱେ ଜୀନତ ନିଜ ମତରେ କାଏମ୍ ଅଛନ୍ତି ଏବଂ ସେ ନିଜ ପୁଅମାନଙ୍କୁ ମଧ୍ୟ ସମାନ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

30 Jun 2026 By Suryakanta

ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

ବଲିଉଡର ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ ପୁଣିଥରେ ନିଜର ବେବାକ୍ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବିବାହ ପୂର୍ବରୁ ଯୁବପିଢ଼ିଙ୍କୁ ଲିଭ୍-ଇନ୍ ରିଲେସନସିପ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି। ୭୪ ବର୍ଷୀୟା ଏହି ଅଭିନେତ୍ରୀଙ୍କ ମତରେ ବିବାହ ଭଳି ଏକ ଆଜୀବନ ପ୍ରତିଶ୍ରୁତି ଦେବା ପୂର୍ବରୁ ପାର୍ଟନରଙ୍କ ସହ କିଛି ଦିନ ଏକାଠି ରହି ପରସ୍ପରକୁ ବୁଝିବା ଅତ୍ୟନ୍ତ ଜରୁରୀ।

ପାରସ୍ପରିକ ବୁଝାମଣା ନିହାତି ଜରୁରୀ

ନିକଟରେ ୟୁଟ୍ୟୁବ୍ ଚ୍ୟାନେଲ୍ 'ଫ୍ଲିପ୍ ଦି ସ୍କ୍ରିପ୍ଟ ୱିଥ୍ ଶୁଭ୍ରା'କୁ ଦେଇଥିବା ଏକ ସାକ୍ଷାତକାରରେ ଜୀନତ ନିଜର ଏହି ମତ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, "ଆଜିର ସମୟରେ ଏବଂ ଅତୀତରେ ମଧ୍ୟ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ। ତେଣୁ ବିବାହ ଭଳି ଏକ ଆଇନଗତ ନିଷ୍ପତ୍ତି ନେବା ପୂର୍ବରୁ ନିଜ ସାଥୀଙ୍କ ସହ ପାରସ୍ପରିକ ବୁଝାମଣା ଅଛି କି ନାହିଁ ତାହା ଜାଣିବା ନିହାତି ଆବଶ୍ୟକ। ଆପଣ ମାନସିକ ଏବଂ ଭାବନାତ୍ମକ ସ୍ତରରେ ପରସ୍ପର ସହ କେତେ ଖାପ ଖୁଆଉଛନ୍ତି ତାହା ପରଖିବା ଦରକାର।"

୧୫ ବର୍ଷ ଦୁଃଖ ଅପେକ୍ଷା ୫ ବର୍ଷ ଖୁସି ଭଲ

ବିବାହ ପରର ଦାୟିତ୍ୱ ବିଷୟରେ କଥା ହୋଇ ଅଭିନେତ୍ରୀ କହିଛନ୍ତି, "ଯଦି ଆପଣ ପିଲାମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ତେବେ ସେମାନଙ୍କୁ କିପରି ବଡ଼ କରିବେ? ଆର୍ଥିକ ସ୍ଥିତିକୁ ନେଇ ଆପଣଙ୍କ ବିଚାର କ'ଣ? ଯଦି ଉଭୟଙ୍କ ମଧ୍ୟରେ କୌଣସି ତାଳମେଳ ନାହିଁ, ତେବେ ସମ୍ପର୍କର ମୂଲ୍ୟ କ'ଣ? ଏକ ସମ୍ପର୍କରେ ୧୫ ବର୍ଷ ଦୁଃଖରେ ବିତାଇବା ଅପେକ୍ଷା ୫ ବର୍ଷ ଖୁସିରେ ବିତାଇବା କ'ଣ ଭଲ ନୁହେଁ କି?" ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକେ ଭାବନ୍ତି ରୋମାନ୍ସ ସବୁଦିନ ରହିବ, କିନ୍ତୁ ସମ୍ପର୍କକୁ ବଞ୍ଚାଇ ରଖିବାକୁ ହେଲେ ଉଭୟଙ୍କୁ ଆଡଜଷ୍ଟ୍ ଏବଂ ସାଲିସ୍ କରିବାକୁ ପଡ଼ିଥାଏ। ହନିମୁନ୍ ଫେଜ୍ ସବୁଦିନ ପାଇଁ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ହୋଇଥିଲେ ସମାଲୋଚନାର ଶିକାର

ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ୍ ମାସରେ ଇନଷ୍ଟାଗ୍ରାମ୍ ମାଧ୍ୟମରେ ପ୍ରଥମେ ଜୀନତ ଅମାନ ଯୁବପିଢ଼ିଙ୍କୁ ଏହି ପରାମର୍ଶ ଦେଇଥିଲେ। ସେତେବେଳେ ତାଙ୍କର ଏହି ବୟାନକୁ ନେଇ ବେଶ୍ ବିବାଦ ଦେଖାଦେଇଥିଲା। ବଲିଉଡର ଅନ୍ୟତମ ଭେଟେରାନ୍ ଅଭିନେତ୍ରୀ ସାୟରା ବାନୋ ଏବଂ ମୁମତାଜ୍ ତାଙ୍କର ଏହି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏତେ ସମାଲୋଚନା ସତ୍ତ୍ୱେ ଜୀନତ ନିଜ ମତରେ କାଏମ୍ ଅଛନ୍ତି ଏବଂ ସେ ନିଜ ପୁଅମାନଙ୍କୁ ମଧ୍ୟ ସମାନ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର