ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

The Sakala Picture
Published On

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ। ସେହିଭଳି ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିରରେ […]

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ। ସେହିଭଳି ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କୁ ଖଳି ଲାଗି ହୋଇଛି।

ଆହୁରି ପଢ଼ନ୍ତୁ: କଣାସରେ ବନ୍ୟା; ଗାଆଁ ଦାଣ୍ଡରେ ପଶିଲା ପାଣି, ବୁଡିଲା ଦକନ୍ଦା-ବାଲିପାଟଣା ରାସ୍ତା

ଗୁରୁବାର ପତିମହାପାତ୍ର ଏବଂ ଦଇତାପତି ସେବାୟତ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିବା ସହ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା କରିଥିଲେ। ତ୍ରୟୋଦଶୀରେ ଘଣାଲାଗି ଲାଗି କରାଯାଇଛି। ପାଟରା ସେବକଙ୍କଠାରୁ ଆସିଥିବା ନାଗନାଗୁଣୀ ଘଣା ଦାରୁବିଗ୍ରଙ୍କ ଶରୀର (ପେଟ)ରେ ଲାଗି କରାଯାଇ ଗଡ଼ାବସ୍ତ୍ର ଦିଆଯାଇ ସିଲ୍‌‌ କରାଯାଇଥିଲା। ଏହି ନୀତି ବଢ଼ିବା ପରେ ଅଣସର ଶୁଦ୍ଧସୁଆରଙ୍କ ଘରୁ ଘଣ୍ଟ, ଛତା, କାହାଳୀ ସହ ଖଳି ହାଣ୍ଡି ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ। ଏହାପରେ ଶ୍ରୀମୁଖ ଓତା କପଡ଼ା ପକାଯାଇଥିଲା। ଏହି ନୀତି ସମ୍ପନ୍ନ ପରେ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ଅଣାଯାଇ ଲାଗି କରାଯାଇଥିଲା। ପତି ମହାପାତ୍ର ସଂସ୍କାର କରିବା ପରେ ଦତ୍ତମହାପାତ୍ର ସେବକମାନେ ଖଡ଼ି ଲାଗି କରିଥିଲେ। ଏହାପରେ ଅଣସର ଦ୍ୱାର ବନ୍ଦ କରାଯାଇ ଦଶାବତାର ଠାକୁରଙ୍କ ଆଳତି, ଅବକାଶ ଓ ଭୋଗମଣ୍ଡପ ବଢ଼ିଥିଲା। ଅନ୍ୟପକ୍ଷରେ ଶନିବାର ମହାପ୍ରଭୁଙ୍କ ବନକଲାଗି କରାଯିବ।

ଆହୁରି ପଢ଼ନ୍ତୁ: ‎କୃଷ୍ଣପ୍ରସାଦ ବ୍ଲକ ପରିସରରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

17 Jun 2023 By The Sakala

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ। ସେହିଭଳି ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କୁ ଖଳି ଲାଗି ହୋଇଛି।

ଗୁରୁବାର ପତିମହାପାତ୍ର ଏବଂ ଦଇତାପତି ସେବାୟତ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିବା ସହ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା କରିଥିଲେ। ତ୍ରୟୋଦଶୀରେ ଘଣାଲାଗି ଲାଗି କରାଯାଇଛି। ପାଟରା ସେବକଙ୍କଠାରୁ ଆସିଥିବା ନାଗନାଗୁଣୀ ଘଣା ଦାରୁବିଗ୍ରଙ୍କ ଶରୀର (ପେଟ)ରେ ଲାଗି କରାଯାଇ ଗଡ଼ାବସ୍ତ୍ର ଦିଆଯାଇ ସିଲ୍‌‌ କରାଯାଇଥିଲା। ଏହି ନୀତି ବଢ଼ିବା ପରେ ଅଣସର ଶୁଦ୍ଧସୁଆରଙ୍କ ଘରୁ ଘଣ୍ଟ, ଛତା, କାହାଳୀ ସହ ଖଳି ହାଣ୍ଡି ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।

ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ। ଏହାପରେ ଶ୍ରୀମୁଖ ଓତା କପଡ଼ା ପକାଯାଇଥିଲା। ଏହି ନୀତି ସମ୍ପନ୍ନ ପରେ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ଅଣାଯାଇ ଲାଗି କରାଯାଇଥିଲା। ପତି ମହାପାତ୍ର ସଂସ୍କାର କରିବା ପରେ ଦତ୍ତମହାପାତ୍ର ସେବକମାନେ ଖଡ଼ି ଲାଗି କରିଥିଲେ। ଏହାପରେ ଅଣସର ଦ୍ୱାର ବନ୍ଦ କରାଯାଇ ଦଶାବତାର ଠାକୁରଙ୍କ ଆଳତି, ଅବକାଶ ଓ ଭୋଗମଣ୍ଡପ ବଢ଼ିଥିଲା। ଅନ୍ୟପକ୍ଷରେ ଶନିବାର ମହାପ୍ରଭୁଙ୍କ ବନକଲାଗି କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର