ପୁରୀ ଏମାର ମଠରେ ପୁଣି ଚାଲିଛି ରୁପା ଇଟା ଖୋଜା

The Sakala Picture
Published On

ପୁରୀ: ବହୁ ଚର୍ଚ୍ଚିତ ପୁରୀ ଏମାର ମଠରେ ପୁଣି ରୁପା ଇଟା ଖୋଜା ଚାଲିଛି। ଗୁରୁବାର ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି। ଏକ ସ୍ବତନ୍ତ୍ର ଟିମ୍ ମଠ ପରିସର ଏକାଧିକ ସ୍ଥାନ ଯେପରିକି ଝୁଲଣ ମଣ୍ଡପ ସମ୍ମୁଖ, ବିଭିନ୍ନ କୋଠରୀ, ଅଗଣାରେ ଏହି ଯାଞ୍ଚ ଜାରି ରଖିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଏଣ୍ଡାମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଉଛି। […]

ପୁରୀ: ବହୁ ଚର୍ଚ୍ଚିତ ପୁରୀ ଏମାର ମଠରେ ପୁଣି ରୁପା ଇଟା ଖୋଜା ଚାଲିଛି। ଗୁରୁବାର ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି। ଏକ ସ୍ବତନ୍ତ୍ର ଟିମ୍ ମଠ ପରିସର ଏକାଧିକ ସ୍ଥାନ ଯେପରିକି ଝୁଲଣ ମଣ୍ଡପ ସମ୍ମୁଖ, ବିଭିନ୍ନ କୋଠରୀ, ଅଗଣାରେ ଏହି ଯାଞ୍ଚ ଜାରି ରଖିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଏଣ୍ଡାମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଉଛି। ମଠ ପରିଚାଳନା ଦାୟିତ୍ବରେ ଥିବା ଟ୍ରଷ୍ଟର ଅଧ୍ୟକ୍ଷ ଉତ୍ତର ପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ଦେବୋତ୍ତର କମିଶନରଙ୍କୁ ଲିଖିତ ଭାବେ ଜଣାଇବା ପରେ ଏହି ଯାଞ୍ଚ ଚାଲିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୫ଟି ଜାଗାରେ କିଛି ଧାତବ ପଦାର୍ଥ ରହିଥିବା ସନ୍ଦେହ କରାଯାଇ ସେହି ଜାଗାକୁ ମାର୍କିଂ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଖୁବଶୀଘ୍ର ଖୋଳାଯିବ। ସୂଚନାଯୋଗ୍ୟ, ଏମାର ମଠରୁ ୨୦୧୧ ମସିହାରେ ୫୨୨ ଖଣ୍ଡ ଏବଂ ଗତ ଏପ୍ରିଲରେ ୪୫ ଖଣ୍ଡ ରୁପା ଇଟା ମିଳିଥିଲା।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର