ବଡ଼ ଛତା ମଠ, ବୈଷ୍ଣବାଗ୍ନି ସଂରକ୍ଷଣ ଓ ପଦ୍ମବେଶ

The Sakala Picture
Published On

ରାଜଗୁରୁଙ୍କ ପ୍ରସ୍ତାବ ଅନୁସାରେ ବୈଷ୍ଣବାଗ୍ନି ସଂରକ୍ଷକ ନିଯୁକ୍ତି ପାଇଁ ରାଜାଙ୍କ ତରଫରୁ ଘୋଷଣାନାମା ପ୍ରକାଶ ପାଇଲା। କିନ୍ତୁ ସେଥିରେ ଏକ କଠିନ ସର୍ତ୍ତ ରଖା ଯାଇଥିଲା- ଯେଉଁ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀ ତିନି ଦିନ ଓ ତିନି ରାତି ପର୍ଯ୍ୟନ୍ତ ନିଜ ହାତ ପାପୁଲିରେ ବୈଷ୍ଣବାଗ୍ନି ଜ୍ୱଳନ୍ତ ଅବସ୍ଥାରେ ରଖିପାରିବେ, ତାଙ୍କୁ ସଂରକ୍ଷକ ରୂପେ ନିଯୁକ୍ତ କରାଯିବ। ମହାରାଜା ତୃତୀୟ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିରର ପୂଜା ବିଧି ଓ ପରିଚାଳନାରେ ଅନେକ ସଂସ୍କାର ଆଣିଥିଲେ। ମହାପ୍ରଭୁଙ୍କୁ […]

ରାଜଗୁରୁଙ୍କ ପ୍ରସ୍ତାବ ଅନୁସାରେ ବୈଷ୍ଣବାଗ୍ନି ସଂରକ୍ଷକ ନିଯୁକ୍ତି ପାଇଁ ରାଜାଙ୍କ ତରଫରୁ ଘୋଷଣାନାମା ପ୍ରକାଶ ପାଇଲା। କିନ୍ତୁ ସେଥିରେ ଏକ କଠିନ ସର୍ତ୍ତ ରଖା ଯାଇଥିଲା- ଯେଉଁ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀ ତିନି ଦିନ ଓ ତିନି ରାତି ପର୍ଯ୍ୟନ୍ତ ନିଜ ହାତ ପାପୁଲିରେ ବୈଷ୍ଣବାଗ୍ନି ଜ୍ୱଳନ୍ତ ଅବସ୍ଥାରେ ରଖିପାରିବେ, ତାଙ୍କୁ ସଂରକ୍ଷକ ରୂପେ ନିଯୁକ୍ତ କରାଯିବ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ମହାରାଜା ତୃତୀୟ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିରର ପୂଜା ବିଧି ଓ ପରିଚାଳନାରେ ଅନେକ ସଂସ୍କାର ଆଣିଥିଲେ। ମହାପ୍ରଭୁଙ୍କୁ ଲାଗି ହେଉଥିବା ପ୍ରସାଦର ପରିମାଣ ଓ ପ୍ରକାର ଭେଦର ବୃଦ୍ଧି ତା’ ଭିତରୁ ଗୋଟିଏ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ଥିଲା। ସେ ବିଷୟରେ ବିସ୍ତୃତ ଆଲୋଚନା କରିବାପାଇଁ ସମ୍ପୃକ୍ତ ସେବକମାନଙ୍କର ଏକ ବୈଠକ ଡକାଗଲା। ଅନେକ ବିଶିଷ୍ଟ ଭକ୍ତ ଓ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତମାନେ ସେ ସଭାରେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଆଲୋଚନା ସମୟରେ ଜଣେ ସୁଆର ସେବକ ରୋଷ ଘରର ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ମହାରାଜାଙ୍କୁ ଅନୁରୋଧ କଲେ – ‘ମଣିମା, ମହାପ୍ରଭୁଙ୍କର ପ୍ରସାଦ ବୈଷ୍ଣବାଗ୍ନିରେ ପାକ ହେବା ବିଧି। କିନ୍ତୁ ସବୁଦିନ ରୋଷ ପାଇଁ ବୈଷ୍ଣବାଗ୍ନି ସୃଷ୍ଟି କରିବା ସମୟ ଓ ଶ୍ରମସାପେକ୍ଷ। ଦିନେଦିନେ ତା’ ପାଇଁ ଏତେ ସମୟ ଦେବାକୁ ପଡୁଛି ଯେ ପରବର୍ତ୍ତୀ କାର୍ଯ୍ୟକ୍ରମ ଅଯଥା ବିଳମ୍ୱିତ ହେଉଛି। ତେଣୁ ବୈଷ୍ଣବାଗ୍ନିକୁ କୌଣସି ଉପାୟରେ ସଂରକ୍ଷଣ କରି ରଖିଲେ, ଏ ସମସ୍ୟା ରହନ୍ତା ନାହିଁ।’ ଏହା ଶୁଣି ଅନ୍ୟ ସୁଆରମାନେ ଠିଆ ହୋଇ ଏ ପ୍ରସ୍ତାବର ଦୃଢ଼ ସମର୍ଥନ କଲେ ଏବଂ ତା’ର ତୁରନ୍ତ କାର୍ଯ୍ୟକାରିତା ପାଇଁ ଅନୁରୋଧ କଲେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ପଣ୍ଡିତମାନଙ୍କ ସହ ବିଚାରବିମର୍ଶ ପରେ ବୈଷ୍ଣବାଗ୍ନି ସଂରକ୍ଷଣ କରି ରଖାଯିବ ବୋଲି ନିଷ୍ପତ୍ତି ହେଲା। କିନ୍ତୁ ସଂରକ୍ଷଣ ଦାୟିତ୍ୱରେ କିଏ ରହିବ ବୋଲି ଆଲୋଚନା ଚାଲିଥିବା ବେଳେ କେହି ଜଣେ ରୋଷ ପାଇକ ଭିତରୁ ଜଣକୁ ଏ ଦାୟିତ୍ୱ ଦେବା ପାଇଁ କହିବାରୁ ରାଜଗୁରୁ କହିଲେ- ‘ବୈଷ୍ଣବାଗ୍ନି ସଂରକ୍ଷଣ ଦାୟିତ୍ୱରେ ରହିବା ବ୍ୟକ୍ତି ଅଗ୍ନିଦେବଙ୍କର ନିୟମିତ ଦୈନିକ ପୂଜା କରିବାର ଆବଶ୍ୟକତା ଅଛି। ତେଣୁ ଜଣେ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀଙ୍କୁ ଏ ଦାୟିତ୍ୱ ଦେବା ଠିକ ହେବ।

ରାଜଗୁରୁଙ୍କ ପ୍ରସ୍ତାବ ଅନୁସାରେ ବୈଷ୍ଣବାଗ୍ନି ସଂରକ୍ଷକ ନିଯୁକ୍ତି ପାଇଁ ରାଜାଙ୍କ ତରଫରୁ ଘୋଷଣାନାମା ପ୍ରକାଶ ପାଇଲା। କିନ୍ତୁ ସେଥିରେ ଏକ କଠିନ ସର୍ତ୍ତ ରଖା ଯାଇଥିଲା- ଯେଉଁ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀ ତିନି ଦିନ ଓ ତିନି ରାତି ପର୍ଯ୍ୟନ୍ତ ନିଜ ହାତ ପାପୁଲିରେ ବୈଷ୍ଣବାଗ୍ନି ଜ୍ୱଳନ୍ତ ଅବସ୍ଥାରେ ରଖିପାରିବେ, ତାଙ୍କୁ ସଂରକ୍ଷକ ରୂପେ ନିଯୁକ୍ତ କରାଯିବ। ଏହି ପ୍ରକାରର ସର୍ତ୍ତ ପୂରଣ କରିବାର କ୍ଷମତା କ୍ଷେତ୍ରବାସୀ ବ୍ରାହ୍ମଣ ସନ୍ୟାସୀମାନଙ୍କ ପାଖରେ ନ ଥିଲା। ଅଳ୍ପ କେତେଜଣ ଦୁଃସାହସ କରି ପରୀକ୍ଷାର ସମ୍ମୁୁଖୀନ ହେବାକୁ ଆସିଥିଲେ ମଧ୍ୟ ସମସ୍ତେ ଅଳ୍ପ ସମୟପରେ ପୋଡ଼ା ହାତ ନେଇ ବିଦା ହୋଇଗଲେ।

ଏହି ଘଟଣାର କିଛିଦିନ ପୂର୍ବରୁ ରଘୁବର ଦାସ ନାମକ ଜଣେ ପରମ ବୈଷ୍ଣବ ସନ୍ନ୍ୟାସୀ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଥିଲେ। ସେ ଥିଲେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ। ସେ ସାରା ଭାରତରେ ବିଭିନ୍ନ ତୀର୍ଥକ୍ଷେତ୍ର ଭ୍ରମଣ କରୁଥିବା ବେଳେ ଶୁଣିବାକୁ ପାଇଥିଲେ ଯେ ଅବତାରୀ ପରଂବ୍ରହ୍ମ ଜଗନ୍ନାଥ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁ ସ୍ୱରୂପରେ ବିରାଜମାନ କରୁଛନ୍ତି। ତାହା ଶୁଣି ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ତାଙ୍କ ପ୍ରେମରେ ଏପରି ପଡ଼ିଗଲେ ଯେ କ୍ଷେତ୍ରବାସୀ ହୋଇ ରହିଗଲେ। ସିଂହଦ୍ୱାର ସମ୍ମୁଖରେ ତାଳପତ୍ରର ଏକ ବଡ଼ ଛତା ପୋତି ତା’ ତଳେ ରହିବାକୁ ଲାଗିଲେ ଓ ନିଜର ପୂରା ସମୟ ମହାପ୍ରଭୁଙ୍କ ଦର୍ଶନ, ଧ୍ୟାନ, ଧାରଣା ଓ କୀର୍ତ୍ତନରେ ବିତାଇ ଦେଲେ। ସେ ଯେତେବେଳେ ମହାପ୍ରଭୁଙ୍କ ବୈଷ୍ଣବାଗ୍ନି ସଂରକ୍ଷଣ ପାଇଁ ରାଜାଙ୍କ ଘୋଷଣା ଶୁଣିଲେ, ଜଗନ୍ନାଥଙ୍କର ସେ ପବିତ୍ର ସେବା କରିବା ପାଇଁ ତାଙ୍କ ମନରେ ଅଭିଳାଷ ଜାଗିଲା। ସେ ମହାପ୍ରଭୁଙ୍କୁୁ ନିଉଛାଳି ହୋଇ ତାଙ୍କୁ ଏ ସେବା ପାଇବାରେ ସହାୟକ ହେବା ପାଇଁ ପ୍ରାର୍ଥନା କଲେ। ତା’ ପରେ ପରୀକ୍ଷା ଦେବା ପାଇଁ ରାଜାଙ୍କ ସମ୍ମୁଖରେ ହାଜର ହୋଇଗଲେ। ପାରିଷଦମାନଙ୍କ ଉପସ୍ଥିତିରେ ଜଣେ ଅଙ୍ଗାରୁଆ ନାୟକ ଗୋଟିଏ କୁଡୁଆରେ ଜଳୁଥିବା ବୈଷ୍ଣବାଗ୍ନି ଆଣି ରଘୁବର ଦାସଙ୍କ ଦୁଇ ହାତ ଆଞ୍ଜୁଳାରେ ଢାଳିଦେଲେ। ରଘୁବର ତିନିଦିନ ତିନିରାତି ସେ ଅଗ୍ନିକୁ ଧରି ରଖିଲେ ମଧ୍ୟ ତାଙ୍କର କିଛି କ୍ଷତି ହେଲା ନାହିଁ। ରାଜାଙ୍କ ସହ ସେଠାରେ ଉପସ୍ଥିତ ସମସ୍ତେ ସନ୍ନ୍ୟାସୀଙ୍କର ଜୟଜୟକାର କଲେ।

ରଘୁବର ଛତା ପୋତି ରହୁଥିବା ଯାଗାରେ ରାଜା ଏକ ମଠ ନିର୍ମାଣ କରାଇ ତାଙ୍କୁ ସେ ମଠର ପ୍ରଥମ ମହନ୍ତରୂପେ ନିଯୁକ୍ତ କଲେ। ମହନ୍ତ ମହାରାଜ ସେହି ମଠରେ ବୈଷ୍ଣବାଗ୍ନିଙ୍କୁ ସଂରକ୍ଷଣ କରି ରଖିଲେ। ଆଜି ପର୍ଯ୍ୟନ୍ତ ପରମ୍ପରାକ୍ରମେ ସେ ଅଗ୍ନିକୁ ମଠର ମହନ୍ତମାନେ ପ୍ରଜ୍ୱଳିତ କରି ରଖିଛନ୍ତି।

ରଘୁବର ଦାସ ମହାପ୍ରଭୁଙ୍କର ପରମଭକ୍ତ ଥିଲେ। କିନ୍ତୁ ମହାପ୍ରଭୁଙ୍କର ରୋଷ ପାଇଁ ବୈଷ୍ଣବାଗ୍ନିର ସଂରକ୍ଷଣ ସେବା ପାଇବା ପରେ ପ୍ରଭୁଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ବହୁଗୁଣରେ ବଢ଼଼ିଗଲା। ମହାପ୍ରଭୁ କେଉଁ ନୂଆ ବେଶ ହେଲେ ଅଧିକ ସୁନ୍ଦର ଦିଶିବେ, କେଉଁ ପ୍ରସାଦ ସମର୍ପଣ କଲେ ପ୍ରଭୁ ଅଧିକ ତୃପ୍ତ ହେବେ – ଏହିପରି ଚିନ୍ତା ତାଙ୍କୁୁ ଦିନରାତି ଘାରୁଥିଲା।

ଥରେ ରଘୁବର ସୋଲ ଓ ଶୁଖିଲା କଦଳୀ ପତ୍ରରେ ତିନୋଟି ମୁଖପଦ୍ମ ତିଆରି କଲେ। ସେଗୁଡ଼ିକୁ ରଙ୍ଗ କରି ଦେବା ପରେ ସେଗୁଡ଼ିକ ସଜଫୁଟା ପଦ୍ମଫୁଲ ପରି ଦେଖାଗଲେ। ତା’ ପରେ ବୈଷ୍ଣବାଗ୍ନିରେ ନିଜେ ଯତ୍ନର ସହ କ୍ଷୀରିପ୍ରସାଦ ପ୍ରସ୍ତୁତ କଲେ। ସନ୍ଧ୍ୟା ସମୟରେ ସେ ସବୁକୁ ଧରି ଶ୍ରୀମନ୍ଦିରରେ ପହଞ୍ଚିଲେ ଓ ମହାପ୍ରଭଙ୍କୁୁ ଲାଗି କରିବା ପାଇଁ ସେବକମାନଙ୍କୁ ଅନୁରୋଧ କଲେ। କିନ୍ତୁ ସେବକମାନେ ସୋଲ ଓ କଦଳୀ ପଟୁକାର ପଦ୍ମ ଓ ବାହାରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ମହାପ୍ରଭୁଙ୍କୁ ସମର୍ପଣ ହେବାର ପରମ୍ପରା ନାହିଁ ବୋଲି କହି ସେ ସବୁକୁ ଫେରେଇ ଦେଲେ। ଏହା ଦେଖି ରଘୁବର ଦୁଃଖରେ ଭାଙ୍ଗିପଡ଼ିଲେ। ମୁଖପଦ୍ମ ଓ କ୍ଷୀରି ପ୍ରସାଦ ନେଇ ମଠକୁ ଚାଲିଗଲେ ଓ ଅଶ୍ରୁଳ ନୟନରେ ମହାପ୍ରଭୁଙ୍କୁ ଧ୍ୟାନ କରି ବସିଲେ। ସେ ପଟେ ସେ ଦିନ ମହାପ୍ରଭୁଙ୍କର ବଡ଼ସିଂହାର ବେଶ ହୋଇ ପାରିଲା ନାହିଁ। ଟୋପର ଉପରେ ଶିରୀ କପଡ଼ା ପକାଇବା ମାତ୍ରେ ଟୋପର ଖସି ପଡ଼ିଲା। ଯେତେଥର ସେବକମାନେ ବେଶ କରାଇବା ପାଇଁ ଚେଷ୍ଟା କଲେ, ସେତେଥର ବିଫଳ ହେଲେ। ବଡ଼ସିଂହାର ବେଶ ହୋଇ ନ ପାରିବାରୁ ବଡ଼ସିଂହାର ଧୂପ ହୋଇ ପାରିଲା ନାହିଁ। ଯେଉଁମାନେ ବଡ଼ସିଂହାର ଧୂପ ପାଇଁ ଅପେକ୍ଷା କରିଥିଲେ, ସେମାନେ ନିରାଶ ହେଲେ। ପୁରୁଖା ସେବକମାନେ କହିଲେ ଯେ ନୀତିରେ ତ୍ରୁଟି ଦେଖାଦେଲେ ମହାପ୍ରଭୁ ଏପ୍ରକାର ସଙ୍କେତ ଦିଅନ୍ତି।

ଏତେସବୁ ବ୍ୟତିକ୍ରମ ପରେ ସେବକମାନେ ମହାପ୍ରଭୁଙ୍କ ପାଖରେ ଅଧିଆ ପଡ଼ିଲେ। ଠାକୁର ତଳୁଛ ମହାପାତ୍ରଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ – ‘ମହାପାତ୍ରେ, ମୁଁ ଭକ୍ତବତ୍ସଳ। ମୋ ଭକ୍ତର ଅପମାନକୁ ମୁଁ ମୋର ଅପମାନ ମନେ କରେ। ମୋର ଭକ୍ତ ରଘୁବର ଦାସକୁ ସୋଲପଦ୍ମ ଓ ବାହାରର କ୍ଷୀରି ପ୍ରସାଦ ଲାଗି ହେବ ନାହିଁ କହି ଅପମାନିତ କରାଯାଇଛି। ତା’ର ମୁଖପଦ୍ମ ଧାରଣ କରିବା ଓ କ୍ଷୀରି ପ୍ରସାଦ ପାଇବା ପାଇଁ ମୁଁ ଏକାନ୍ତ ଆଗ୍ରହୀ। ରଘୁବରକୁ କ୍ଷମାପ୍ରାର୍ଥନା କରି ସେସବୁ ଆଣି ମୋତେ ଲାଗି କରାଇଲେ, ମୁଁ ବଡ଼ସିଂହାର ବେଶ ହେବି। ତଳୁଛ ମହାପାତ୍ର ଅନ୍ୟ ସେବକମାନଙ୍କୁୁ ଡାକି ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ। ସବୁ ସେବାୟତ ଦଳବଦ୍ଧ ହୋଇ ରଘୁବରଙ୍କୁୁ କ୍ଷମା ପ୍ରାର୍ଥନା କଲେ। ତାଙ୍କଠାରୁ ମୁଖପଦ୍ମ ନେଇ ମହାପ୍ରଭୁଙ୍କୁ ପଦ୍ମବେଶ କଲେ ଓ କ୍ଷୀରି ପ୍ରସାଦ ଅର୍ପଣ କଲେ। ପଦ୍ମମୁଖ ଥାଇ ମହାପ୍ରଭୁ ବଡ଼ସିଂହାର ବେଶ ହେଲେ। ସେହି ଦିନଠାରୁ ପ୍ରତିବର୍ଷ ମାଘ ଅମାବାସ୍ୟା ପରେ ବୁଧବାର ବା ଶନିବାର ମହାପ୍ରଭୁଙ୍କର ପଦ୍ମବେଶ କରା ଯାଉଛି। ଏହି ବେଶ ଥାଇ ତା’ ଉପରେ ବଡ଼ସିଂହାର ବେଶ କରା ଯାଉଛି।

ସ୍ୱପ୍ନେଶ୍ୱର ଗୋଚ୍ଛି
ପୁରୀ, ୯୯୦୦୦୮୩୪୩୩

17 Jan 2024 By The Sakala

https://www.thesakala.in/latest-odisha-news/puri/puri-shrimandir-praikrama-prakalpa/bada-chatta-math-vaishnabagni-reserve-and-padmabesh/article-29206
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର