ପ୍ରମୁଖ ସଚିବଙ୍କ କୃଷ୍ଣପ୍ରସାଦ ଗସ୍ତ

The Sakala Picture
Published On

କୃଷ୍ଣପ୍ରସାଦ  : ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ଅଞ୍ଚଳକୁ ଗୁରୁବାର ଦିନ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସଚିବ ଚିତ୍ରା ଅରୁମଗୁମ ଗସ୍ତ କରିଛନ୍ତି । ବ୍ଳକ କାର୍ଯ୍ୟାଳୟରେ ଦିନ ୧୧ ଘଟିକା ସମୟରେ ପହଁଚି ସମସ୍ତ ବିଭାଗର ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବରେ ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ଦିଗରେ ଆଲୋଚନା କରିଥିଲେ । ପରେ ନୂଆପଡା, ବଡଝାଡ଼, ଗୋମୁଣ୍ଡିଆ, ଅଲଣ୍ଡା, ପିରିଜିପୁର ଆଦି ପଞ୍ଚାୟତ ପରିଦର୍ଶନ […]

କୃଷ୍ଣପ୍ରସାଦ  : ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ଅଞ୍ଚଳକୁ ଗୁରୁବାର ଦିନ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସଚିବ ଚିତ୍ରା ଅରୁମଗୁମ ଗସ୍ତ କରିଛନ୍ତି । ବ୍ଳକ କାର୍ଯ୍ୟାଳୟରେ ଦିନ ୧୧ ଘଟିକା ସମୟରେ ପହଁଚି ସମସ୍ତ ବିଭାଗର ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବରେ ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ଦିଗରେ ଆଲୋଚନା କରିଥିଲେ । ପରେ ନୂଆପଡା, ବଡଝାଡ଼, ଗୋମୁଣ୍ଡିଆ, ଅଲଣ୍ଡା, ପିରିଜିପୁର ଆଦି ପଞ୍ଚାୟତ ପରିଦର୍ଶନ କରିଥିଲେ । ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ଭତ୍ତା, ରାସନ, ଆବାସ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରିଥିଲେ । ସେଠାରୁ ମେଗା ଜଳଯୋଗାଣ ବସୁଧା ପ୍ରକଳ୍ପ, ୩୫ ମୌଜାର ଆରାଧ୍ୟ ଠାକୁର କମଳେଶ୍ଵର ପୀଠ, ତିଛିଣି ଠାରେ ନୂତନ ଭାବେ ନିର୍ମିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ ।

ଆହୁରି ପଢ଼ନ୍ତୁ: ଦେବାଳିଆ ସ୍ଥିତିରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ, ବାଟବଣା ଶିକ୍ଷାଦାନ!

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

କିଆନାସି ଠାରେ ଥିବା ମାଣ୍ଡିଆ ଚାଷୀ ମାନଙ୍କ ସହିତ ଆଲୋଚନା କରିବା ସହ ଚାଷ ଜମିକୁ କିଭଳି ଜଳଯୋଗଣ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ଗୁଣବତ୍ତା ସମ୍ପର୍କରେ ପଚାରି ବୁଝିବା ସହିତ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ପୋଷଣ ଲଡ଼ୁ ଏବଂ ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିଥିଲେ । ଚିଲିକା ଟାପୁ ମଧ୍ୟରେ ଥିବା ମହିଁସା ଏବଂ ବ୍ରହ୍ମପୁର ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କ ଗୃହ ଉପକରଣ ସାମଗ୍ରୀ କିଭଳି କମ ଖର୍ଚ୍ଚରେ ପହଁଚି ପାରିବା ସହିତ ହିତାଧିକାରୀ କିଭଳି ଗୃହଟି ପୂର୍ଣ୍ଣାଙ୍ଗ କରି ପାରିବେ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସଚିବଙ୍କ ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଜିଲ୍ଲା ପରିଷଦ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ତୀର୍ଥ ତଥାଗତ ଆଇଚ, ସହକାରୀ ଯନ୍ତ୍ରୀ ବିଜୟାନନ୍ଦ ଗୋଛାୟତ, କନିଷ୍ଠ ଯନ୍ତ୍ରୀ ଅମିୟ କୁମାର ପଣ୍ଡା, ଜିତେନ୍ଦ୍ର ଦାସ, କୃଷି ଅଧିକାରିଣୀ ରାଜଲକ୍ଷ୍ମୀ ସାହୁ, ଯୋଗାଣ ନିରୀକ୍ଷକ ସଞ୍ଜ ଦର୍ଶନ ଦାସ, ବିପିସି ମନୋରଞ୍ଜନ ସାହୁ, ବିଆରସି ଅମିତ ତାଡ଼,ଜଳଯୋଗାଣ ବିଭାଗ ଯନ୍ତ୍ରୀ ପୁର୍ନେନ୍ଦୁ ଶେଖର ମିଶ୍ର, ବିପିନ ବିହାରୀ ମଙ୍ଗରାଜ, ପିଇଓ ବିକାଶ ମାଝୀ, ଆଲୋକ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କ୍ଷେତ୍ର ପରିଦର୍ଶନରେ ସହଯୋଗ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp