ଭକ୍ତଙ୍କ କଳିରେ ଠାକୁର ବନ୍ଦୀ: ବନ୍ଦ କବାଟ ଆଢ଼ୁଆଳରେ ବାବା କମଳେଶ୍ବର

Sakala Desk Picture
Published On

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ପଞ୍ଚାୟତର ଦେଉଳପଡା ଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିକୁଦର ଆରାଧ୍ୟ ଦେବତା ବାବା କମଳେଶ୍ବରଙ୍କ ମନ୍ଦିରରେ ଏବେ ବିବାଦର ଛାଇ ଦେଖିବାକୁ ମିଳିଛି। ଦଶଦୋଳ ମେଳଣକୁ ନେଇ ସୃଷ୍ଟି ହୋଇଥିବା ମତାନ୍ତର କାରଣରୁ ଠାକୁରଙ୍କୁ ମନ୍ଦିର ଭିତରେ ଆବଦ୍ଧ କରି ରଖାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଏହି ୩ ବିଧାୟକ କ୍ରସ୍ ଭୋଟିଂ କରିଥିବା ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ...

ସୂଚନା ଅନୁଯାୟୀ, ଆଗକୁ ଆସୁଥିବା ଦଶଦୋଳ ମେଳଣ ପାଇଁ ପାରମ୍ପରିକ ନୀତିକାନ୍ତି ଅନୁସାରେ ଠାକୁରଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏହି କାରଣରୁ ସ୍ଥାନୀୟ ଲୋକେ ଠାକୁରଙ୍କୁ ବାହାରକୁ ଛାଡ଼ିବା ପାଇଁ ଦୃଢ଼ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ନ ହେବାରୁ ପରିସ୍ଥିତି ଏପରି ହୋଇଛି ଯେ, ଶେଷରେ ଠାକୁରଙ୍କୁ ଆବଦ୍ଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ଏହି ଗୋଷ୍ଠୀ କନ୍ଦଳର ସିଧାସଳଖ ପ୍ରଭାବ ମହାପ୍ରଭୁଙ୍କ ଯାତ୍ରା ଉପରେ ପଡ଼ିଛି। ପ୍ରତିବର୍ଷ ବିମାନରେ ବାହାରକୁ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବାବା କମଳେଶ୍ବର ଏବେ ତାଲା ପଛରେ ରହିଛନ୍ତି। ବିବାଦ ଉଗ୍ର ରୂପ ନେବାରୁ ମନ୍ଦିରରେ ତାଲା ପକାଇ ଦିଆଯାଇଛି ଏବଂ ଭଗବାନଙ୍କ ସମସ୍ତ ଦୈନନ୍ଦିନ ନୀତିକାନ୍ତି ବନ୍ଦ କବାଟ ଭିତରେ ହିଁ ସମ୍ପନ୍ନ କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’: ୩୭,୦୯୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ

ପରମ୍ପରାରେ ଏଭଳି ବାଧା ସୃଷ୍ଟି ହେବା ଏବଂ ଭଗବାନଙ୍କୁ ବିବାଦ ଭିତରକୁ ଟାଣିବା ଘଟଣାକୁ ନେଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହି ମାମଲାରେ ହସ୍ତକ୍ଷେପ କରି ମନ୍ଦିରର ତାଲା ଖୋଲିବା ସହ ଶାନ୍ତିପୂର୍ଣ୍ଣ ଭାବେ ମେଳଣ କାର୍ଯ୍ୟ ସମ୍ପନ୍ନ କରିବାକୁ ସାଧାରଣରେ ଦାବି ହୋଇଛି।

16 Mar 2026 By Sakala Desk

ଭକ୍ତଙ୍କ କଳିରେ ଠାକୁର ବନ୍ଦୀ: ବନ୍ଦ କବାଟ ଆଢ଼ୁଆଳରେ ବାବା କମଳେଶ୍ବର

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ପଞ୍ଚାୟତର ଦେଉଳପଡା ଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିକୁଦର ଆରାଧ୍ୟ ଦେବତା ବାବା କମଳେଶ୍ବରଙ୍କ ମନ୍ଦିରରେ ଏବେ ବିବାଦର ଛାଇ ଦେଖିବାକୁ ମିଳିଛି। ଦଶଦୋଳ ମେଳଣକୁ ନେଇ ସୃଷ୍ଟି ହୋଇଥିବା ମତାନ୍ତର କାରଣରୁ ଠାକୁରଙ୍କୁ ମନ୍ଦିର ଭିତରେ ଆବଦ୍ଧ କରି ରଖାଯାଇଛି।

ସୂଚନା ଅନୁଯାୟୀ, ଆଗକୁ ଆସୁଥିବା ଦଶଦୋଳ ମେଳଣ ପାଇଁ ପାରମ୍ପରିକ ନୀତିକାନ୍ତି ଅନୁସାରେ ଠାକୁରଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏହି କାରଣରୁ ସ୍ଥାନୀୟ ଲୋକେ ଠାକୁରଙ୍କୁ ବାହାରକୁ ଛାଡ଼ିବା ପାଇଁ ଦୃଢ଼ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ନ ହେବାରୁ ପରିସ୍ଥିତି ଏପରି ହୋଇଛି ଯେ, ଶେଷରେ ଠାକୁରଙ୍କୁ ଆବଦ୍ଧ କରାଯାଇଛି।

ଏହି ଗୋଷ୍ଠୀ କନ୍ଦଳର ସିଧାସଳଖ ପ୍ରଭାବ ମହାପ୍ରଭୁଙ୍କ ଯାତ୍ରା ଉପରେ ପଡ଼ିଛି। ପ୍ରତିବର୍ଷ ବିମାନରେ ବାହାରକୁ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବାବା କମଳେଶ୍ବର ଏବେ ତାଲା ପଛରେ ରହିଛନ୍ତି। ବିବାଦ ଉଗ୍ର ରୂପ ନେବାରୁ ମନ୍ଦିରରେ ତାଲା ପକାଇ ଦିଆଯାଇଛି ଏବଂ ଭଗବାନଙ୍କ ସମସ୍ତ ଦୈନନ୍ଦିନ ନୀତିକାନ୍ତି ବନ୍ଦ କବାଟ ଭିତରେ ହିଁ ସମ୍ପନ୍ନ କରାଯାଉଛି।

ପରମ୍ପରାରେ ଏଭଳି ବାଧା ସୃଷ୍ଟି ହେବା ଏବଂ ଭଗବାନଙ୍କୁ ବିବାଦ ଭିତରକୁ ଟାଣିବା ଘଟଣାକୁ ନେଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହି ମାମଲାରେ ହସ୍ତକ୍ଷେପ କରି ମନ୍ଦିରର ତାଲା ଖୋଲିବା ସହ ଶାନ୍ତିପୂର୍ଣ୍ଣ ଭାବେ ମେଳଣ କାର୍ଯ୍ୟ ସମ୍ପନ୍ନ କରିବାକୁ ସାଧାରଣରେ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର